Below header

ପାଠ ସାଙ୍ଗକୁ ନାଚ,ଗୀତ ସବୁଥିରେ ଆଗୁଆ ୧୪ ବର୍ଷର ଝିଅ ଦ୍ରୋପଦୀ

ପାଠ ପଢିବା ସହିତ ଅନେକ କଳାର ଅଧିକାରୀ ସେ । ବୟସ ଛୋଟ ହେଲେ ମଧ୍ୟ କାମ କିଛି ପୋଖତ କଳାକାର ଠାରୁ କମ୍ ନୁହେଁ । ପାଠ ଯେମିତି ଖେଳାକୁଦରେ ବି ସେମିତି । ତା ସହିତ ଓଡିଶୀ ନୃତ୍ୟ ସହ ଅନେକ ନାଚ ଗୀତ ପରିବେଷଣ କରି ଅନେକ ପୁରସ୍କାର ଓ ମେଡାଲ ର ଅଧିକାରୀ ସେ ।

କଣ୍ଟାବାଞ୍ଜି(କେନ୍ୟୁଜ): ପାଠ ପଢିବା ସହିତ ଅନେକ କଳାର ଅଧିକାରୀ ସେ । ବୟସ ଛୋଟ ହେଲେ ମଧ୍ୟ କାମ କିଛି ପୋଖତ କଳାକାର ଠାରୁ କମ୍ ନୁହେଁ । ପାଠ ଯେମିତି ଖେଳାକୁଦରେ ବି ସେମିତି । ତା ସହିତ ଓଡିଶୀ ନୃତ୍ୟ ସହ ଅନେକ ନାଚ ଗୀତ ପରିବେଷଣ କରି ଅନେକ ପୁରସ୍କାର ଓ ମେଡାଲ ର ଅଧିକାରୀ ସେ । ଭଲପାଠ ପଢିବା ସହିତ କଳାକ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରି ଗାଁ ତଥା ମା ବାପ ଙ୍କ ନାଁ ଆଗକୁ ନେଇଛନ୍ତି ବଙ୍ଗୋମୁଣ୍ଡା ବ୍ଲକ ଖଇରା ପଞ୍ଚାୟତର ଖଇରା ଗାଁରେ ରୁହନ୍ତି ଦ୍ରୋପଦୀ ରଣା ବୟସ ୧୪ ବର୍ଷ ।

ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠରେ ନବମ ଶ୍ରେଣୀରେ ପାଠ ପଢନ୍ତି ଦ୍ରୋପଦୀ। ଘର ର ଆର୍ଥିକ ଅବସ୍ଥା ବହୁତ ଖରାବ । ଆର୍ଥିକ ଅବସ୍ଥା ସେତେ ସ୍ୱଚ୍ଛଳ ନାହିଁ । ବାପା, ମା ଓ ବଡ ଭାଇ ଦାଦନ ଖଟିବାକୁ ଯାଇଥାନ୍ତି । କିଛି ଦିନ ଆଗରୁ ଦ୍ରୌପଦୀଙ୍କ ଦେହ ଖରାପ ହେବାରୁ ସେ ଘରକୁ ଆସିଛନ୍ତି । ଦ୍ରୋପଦୀଙ୍କ ନାଚ ପ୍ରତି ଆଗ୍ରହ ଦେଖି ପରିବାର ଓ ସ୍କୁଲର ଶିକ୍ଷକ ମାନଙ୍କ ଯୋଗୁ ଆଜି ଓଡିଶୀ ନୃତ୍ୟ ପରିବେଷଣ କରି ବହୁତ ଆଗକୁ ବଢିପାରିଛି ।

ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠର ଜଣେ ମେଧାବୀ ଛାତ୍ରୀ ହେଉଛନ୍ତି ଦ୍ରୋପଦୀ । ଭଲପାଠ ପଢିବା ସହିତ ଖେଳାକୁଦରେ ମଧ୍ୟ ଅନେକ ପୁରସ୍କାର ପାଇଛନ୍ତି । ସ୍କୁଲରେ ଯେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେଉ ଖୋଜା ପଡନ୍ତି ଦ୍ରୋପଦୀ । ବିଭିନ୍ନ ଅନୁଷ୍ଠାନରୁ ଅନେକ ସମୟରେ ମେଡାଲ, ଟ୍ରଫି ସହିତ ସମ୍ମାନିତ ହୋଇଛନ୍ତି ଦ୍ରୋପଦୀ । ଯାହାକୁ ରଖିବା ପାଇଁ ମଧ୍ୟ ଘରେ ଜାଗାର ଅଭାବ ଅଛି ।

ବିଭିନ୍ନ ସମୟରେ ବ୍ଲକ, ଉପଖଣ୍ଡ ଜିଲ୍ଲାସ୍ତରରେ ପୁରସ୍କାର ପାଇଛନ୍ତି । ୨୦୨୩ ରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ପକ୍ଷରୁ ହୋଇଥିବା ରାଜ୍ୟ ସ୍ତରୀୟ ଶିଶୁ ଉତ୍ସବ ରେ ନିଜର କଳା ଦେଖାଇ ପୁରସ୍କୃତ ହୋଇଛନ୍ତି । ଏହା ସହ ଆଖ ପାଖ ଅଞ୍ଚଳରେ ହେଉଥିବା ମହୋତ୍ସବ, ଧନୁଯାତ୍ରା ତଥା ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜର କଳା ଦେଖାଇଥାନ୍ତି । ବାପା ମା ଭାଇ ଦାଦନ ଯାଇ ଦୁଃଖ କଷ୍ଟରେ ପରିବାର ଚଳାଉଥିବା ବେଳେ ଦ୍ରୋପଦୀ ନିଜର କଳା ମଧ୍ୟମରେ ପରିବାର ତଥା ନିଜ ଗାଁ କୁ ଗୌରବନ୍ୱିତ କରିଛନ୍ତି । ଛୋଟ ବୟସରୁ ପାଠପଢ଼ା ସହିତ ଓଡିଶୀ ନୃତ୍ୟ କରି ପରିବାର, ସ୍କୁଲ, ଓ ଗାଁର ନାକୁ ଆଗକୁ ନେଇଥିବାରୁ ଦ୍ରୋପଦୀ ପ୍ରଶଂସା କରିଛନ୍ତି ଶିକ୍ଷକ, ସହପାଠୀ ଓ ଗ୍ରାମବାସୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.