Below header

ସକାଳେ ଖାଲି ପେଟରେ କଞ୍ଚା ନଡ଼ିଆ ଖାଇବାର ଲାଭ କ’ଣ ? ଜାଣନ୍ତୁ କେଉଁ ସବୁ ସମସ୍ୟାରୁ ମିଳିବ ମୁକ୍ତି

ଡକ୍ତରଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରତିଦିନ ନଡିଆ ପାଣି ପିଇବାକୁ ପରାମର୍ଶ ଦିଅନ୍ତି । ନଡ଼ିଆ ପାଣି ଯେତିକି ଲାଭଦାୟକ, କଞ୍ଚା ନଡ଼ିଆ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ସେତିକି ଭଲ ହୋଇଥାଏ । ନଡ଼ିଆ ହେଉଛି ଏକ ଏପରି ଫଳ ଯାହା ଅଧିକାଂଶ ଲୋକ ପସନ୍ଦ କରନ୍ତି । ସକାଳେ ଖାଲି ପେଟରେ କଞ୍ଚା ନଡ଼ିଆ ଖାଇବା ଶରୀରକୁ ଅନେକ ଲାଭ ଦେଇଥାଏ ।

ନଡ଼ିଆ ଏକ ଏପରି ଫଳ ଯାହା ସମସ୍ତ ଫଳ ଠାରୁ ସୁଦ୍ଧ ହୋଇଥାଏ ଏବଂ ଏହା ସମସ୍ତ ପ୍ରକାରର ପୂଜାରେ ଆବଶ୍ୟକ ହୋଇଥାଏ । ତେବେ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅନେକ ଲାଭଦାୟକ ହୋଇଥାଏ । ଡକ୍ତରଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରତିଦିନ ନଡିଆ ପାଣି ପିଇବାକୁ ପରାମର୍ଶ ଦିଅନ୍ତି । ନଡ଼ିଆ ପାଣି ଯେତିକି ଲାଭଦାୟକ, କଞ୍ଚା ନଡ଼ିଆ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ସେତିକି ଭଲ ହୋଇଥାଏ । ନଡ଼ିଆ ହେଉଛି ଏକ ଏପରି ଫଳ ଯାହା ଅଧିକାଂଶ ଲୋକ ପସନ୍ଦ କରନ୍ତି । ସକାଳେ ଖାଲି ପେଟରେ କଞ୍ଚା ନଡ଼ିଆ ଖାଇବା ଶରୀରକୁ ଅନେକ ଲାଭ ଦେଇଥାଏ । ନଡ଼ିଆରେ ମିଳୁଥିବା ପୋଷକ ତତ୍ତ୍ୱ ଆପଣଙ୍କ ପେଟ, କେଶ ଏବଂ ସ୍କିନ୍‌ ପାଇଁ ଲାଭଦାୟକ ହୋଇଥାଏ । ନଡ଼ିଆ ମଧ୍ୟ ହାର୍ଟକୁ ସୁସ୍ଥ ରଖିବା ପାଇଁ ଲାଭଦାୟକ ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା ଯେ ଖାଲି ପେଟରେ ନଡ଼ିଆ ଖାଇବାର ଲାଭ କ’ଣ ?

ପେଟକୁ ଫିଟ୍ ରଖେ : ଯେଉଁମାନେ ସକାଳେ ଉଠନ୍ତି ଏବଂ ଖାଲି ପେଟରେ କଞ୍ଚା ନଡ଼ିଆ ଖାଆନ୍ତି, ସେମାନେ ପେଟ ସମ୍ବନ୍ଧୀୟ ସମସ୍ୟାରରୁ ବଞ୍ଚିତ ରୁହନ୍ତି । କଞ୍ଚା ନଡ଼ିଆ ହଜମ ଶକ୍ତିକୁ ମଜବୁତ କରିବା ପାଇଁ ମଧ୍ୟ ଭଲ ହୋଇଥାଏ । ଏହା ସହିତ ଶରୀରରେ ଜମା ହୋଇଥିବା ଖରାପ କୋଲେଷ୍ଟ୍ରଲକୁ ମଧ୍ୟ କମ୍‌ କରିଥାଏ ।

ରକ୍ତହୀନତା ଦୂର କରେ : ନଡ଼ିଆରେ ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ । ସକାଳେ କଞ୍ଚା ନଡ଼ିଆ ଖାଇବା ଦ୍ୱାରା ଶରୀରରେ ରକ୍ତହୀନତା ଦୂର ହୋଇପାରିବ । କଞ୍ଚା ନଡ଼ିଆ ଖାଇବା ଦ୍ୱାରା ଶରୀରରେ ଆଇରନ୍‌ ଅଭାବ ଦୂର ହୋଇପାରେ । ନଡ଼ିଆରେ ମିଳୁଥିବା ଆଇରନ୍‌ ଶରୀରରେ ହେମୋଗ୍ଲୋବିନ ବଢାଇବାରେ ସାହାଯ୍ୟ କରେ ।

ଓଜନ କମ ହେବାରେ ସାହାଯ୍ୟ ହୋଇପାରେ : କଞ୍ଚା ହେଉ କିମ୍ବା ପାକଳ ନଡ଼ିଆ ହେଉ ଓଜନ କମ କରିବାରେ ବହୁତ ପ୍ରଭାବଶାଳୀ ହୋଇଥାଏ । ବଦଳୁଥିବା ସିଜିନ୍‌ରେ ନଡ଼ିଆ ଖାଇବା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ । ନଡ଼ିଆ ହାର୍ଟ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣ ହୋଇଥାଏ ।

କେଶ ଏବଂ ସ୍କିନ୍‌କୁ ଚମକାଇଥାଏ : କଞ୍ଚା ନଡ଼ିଆ ଖାଇବା ଦ୍ୱାରା କେଶ ସୁସ୍ଥ ରହିଥାଏ । କଞ୍ଚା ନଡ଼ିଆ ଖାଇବା ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଏହା ସ୍କିନ୍‌କୁ ଚମକାଇଥାଏ ଏବଂ କେଶର ଚମକ ଦୁଇଗୁଣ କରିଥାଏ । କଞ୍ଚା ନଡ଼ିଆରେ ଆଣ୍ଟିଫଙ୍ଗାଲ୍ ଗୁଣରେ ଭରପୂର ରହିଥାଏ ।

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ : ପ୍ରତିଦିନ କଞ୍ଚା ନଡ଼ିଆ ଖାଇବା ଦ୍ୱାରା ବ୍ଲଡ଼ ସୁଗାର ଲେବଲ ନିୟନ୍ତ୍ରଣ ରହିଥାଏ । କଞ୍ଚା ନଡ଼ିଆ ଖାଇବା ଦ୍ୱାରା ଶରୀରକୁ ପ୍ରଚୁର ପରିମାଣରେ ଫାଇବର ମିଳିଥାଏ । କଞ୍ଚା ନଡ଼ିଆରେ ଆମିନୋ ଏସିଡ୍ ଏବଂ ଭଲ ଫ୍ୟାଟ୍‌ ମିଳିଥାଏ, ଯାହା ଡାଇବେଟିସ୍‌କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.