କେନ୍ୟୁଜ୍(ବ୍ୟୁରୋ): ସବୁ ନାଗରିକ ସମାନ। ସମସ୍ତଙ୍କର ସମାନ ଅଧିକାର ରହିଛି। ଦେଶର ୭୭ତମ ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଏହି ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦେଶବାସୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ପ୍ରତ୍ୟେକ ଭାରତୀୟ ସମାନ ନାଗରିକ। ସମସ୍ତଙ୍କ ପାଇଁ ସମାନ ସୁଯୋଗ, ସମାନ ଅଧିକାର ଏବଂ ଏହି ମାଟି ପାଇଁ ସମସ୍ତଙ୍କର ସମାନ କର୍ତ୍ତବ୍ୟ ରହିଛି। ଦେଶର ମହିଳାମାନେ ଆଗକୁ ବଢ଼ନ୍ତୁ। ସମସ୍ତ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ସକ୍ଷମ ହୁଅନ୍ତୁ। ଏହା ସେ ଚାହାନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ସେହିପରି ବିଶ୍ବରେ ଭାରତର ସ୍ଥିତିକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ।
କହିଛନ୍ତି ଭାରତ କେବଳ ବିଶ୍ବ ଦରବାରରେ ଉପଯୁକ୍ତ ସ୍ଥାନକୁ ଫେରି ପାଇନି, ବରଂ ନିଜର ସ୍ଥିତିକୁ ମଜବୁତ କରି ପାରିଛି। ସାରା ବିଶ୍ବରେ ବିକାଶ ଏବଂ ମାନବୀୟ ଲକ୍ଷ୍ୟ ଦିଗରେ ଭାରତ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି।
ମୟୂରଭଞ୍ଜ(କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…
ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…
ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…
କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…
ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…
କେନ୍ଦ୍ରାପଡ଼ା (କେନ୍ୟୁଜ୍): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…