ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ବାର୍ତ୍ତା: ଦେଶର ମହିଳାମାନେ ସମସ୍ତ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ସକ୍ଷମ ହୁଅନ୍ତୁ

ଦେଶବାସୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ପ୍ରତ୍ୟେକ ଭାରତୀୟ ସମାନ ନାଗରିକ। ସମସ୍ତଙ୍କ ପାଇଁ ସମାନ ସୁଯୋଗ, ସମାନ ଅଧିକାର ଏବଂ ଏହି ମାଟି ପାଇଁ ସମସ୍ତଙ୍କର ସମାନ କର୍ତ୍ତବ୍ୟ ରହିଛି।

କେନ୍ୟୁଜ୍(ବ୍ୟୁରୋ): ସବୁ ନାଗରିକ ସମାନ। ସମସ୍ତଙ୍କର ସମାନ ଅଧିକାର ରହିଛି। ଦେଶର ୭୭ତମ ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଏହି ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦେଶବାସୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ପ୍ରତ୍ୟେକ ଭାରତୀୟ ସମାନ ନାଗରିକ। ସମସ୍ତଙ୍କ ପାଇଁ ସମାନ ସୁଯୋଗ, ସମାନ ଅଧିକାର ଏବଂ ଏହି ମାଟି ପାଇଁ ସମସ୍ତଙ୍କର ସମାନ କର୍ତ୍ତବ୍ୟ ରହିଛି। ଦେଶର ମହିଳାମାନେ ଆଗକୁ ବଢ଼ନ୍ତୁ। ସମସ୍ତ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ସକ୍ଷମ ହୁଅନ୍ତୁ। ଏହା ସେ ଚାହାନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ସେହିପରି ବିଶ୍ବରେ ଭାରତର ସ୍ଥିତିକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ।

କହିଛନ୍ତି ଭାରତ କେବଳ ବିଶ୍ବ ଦରବାରରେ ଉପଯୁକ୍ତ ସ୍ଥାନକୁ ଫେରି ପାଇନି, ବରଂ ନିଜର ସ୍ଥିତିକୁ ମଜବୁତ କରି ପାରିଛି। ସାରା ବିଶ୍ବରେ ବିକାଶ ଏବଂ ମାନବୀୟ ଲକ୍ଷ୍ୟ ଦିଗରେ ଭାରତ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.