Below header

ୟୁକ୍ରେନର ଖେରସନ ଅଞ୍ଚଳରେ ରୁଷର ମିସାଇଲ ବର୍ଷା, ୭ ମୃତ

ରୁଷ ଆକ୍ରମଣରେ ୟୁକ୍ରେନର ୭ ଜଣଂକ ମୃତ୍ୟୁ । ୟୁକ୍ରେନର ଖେରସନ ଅଞ୍ଚଳରେ ମିସାଇଲ ବର୍ଷା କରିଥିଲା ରୁଷ । ୨୩ ଦିନର ଶିଶୁ ସହ ତାର ୧୨ ବର୍ଷର ଭାଇର ମଧ୍ୟ ମୃତ୍ୟୁ ଘଟିଛି । ଅନ୍ୟ ମୃତକଂକ ମଧ୍ୟରେ ଗୋଟିଏ ପରିବାରର ୪ ସଦସ୍ୟ ଅଛଂତି ।

ରୁଷ ଆକ୍ରମଣରେ ୟୁକ୍ରେନର ୭ ଜଣଂକ ମୃତ୍ୟୁ । ୟୁକ୍ରେନର ଖେରସନ ଅଞ୍ଚଳରେ ମିସାଇଲ ବର୍ଷା କରିଥିଲା ରୁଷ । ୨୩ ଦିନର ଶିଶୁ ସହ ତାର ୧୨ ବର୍ଷର ଭାଇର ମଧ୍ୟ ମୃତ୍ୟୁ ଘଟିଛି । ଅନ୍ୟ ମୃତକଂକ ମଧ୍ୟରେ ଗୋଟିଏ ପରିବାରର ୪ ସଦସ୍ୟ ଅଛଂତି । ଖେରସନର ନିପ୍ରୋ ନଦୀ କୂଳରେ ଆକ୍ରମଣ କରିଥିଲା ରୁଷ ।

ରୁଷର ଏଭଳି ଆକ୍ରମଣକୁ ନିନ୍ଦା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ରୁଷ-ୟୁକ୍ରେନ ମଧ୍ୟରେ ୧୮ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିଛି । ଏହାରି ଭିତରେ ଉଭୟ ଦେଶ ପରସ୍ପର ବିରୋଧରେ ସେନା ଶକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ନିଜ ନିଜ ରଣନୀତିକୁ ହାସଲ କରବାରେ ଲାଗିପଡ଼ିଛନ୍ତି । ଗତ ୨୪ ଘଂଟାରେ ଖାରକିଭର କୁପିୟାଂସକରେ ୩୬ ଶିଶୁଂକ ସମେତ ୧୧ ଜଣଂକୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.