ଦେଶ ବିଦେଶ

କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀଙ୍କ ଘର ଜାଳିଦେଲେ ବିକ୍ଷୋଭକାରୀ, ଘର ଚାରିପଟୁ ପକାଇଲେ ପେଟ୍ରୋଲ ବୋମା

କେନ୍ୟୁଜ୍(ବ୍ୟୁରୋ): ମଣିପୁର ଇମ୍ଫାଲରେ ଥମୁନି ହିଂସା । କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଆର କେ ରଞ୍ଜନ ସିଂ ଘର ଉପରକୁ ପେଟ୍ରୋଲ ବୋମା ପକାଇଲେ ବିକ୍ଷୋଭକାରୀ । ଇମ୍ଫାଲର କୋନଗବାରେ ଥିବା କେନ୍ଦ୍ର ମନ୍ତ୍ରୀଙ୍କ ବାସଭବନରେ ପେଟ୍ରୋଲ ବୋମା ପକାଇଥିଲେ ବିକ୍ଷୋଭକାରୀ । ଏଥିରେ ତାଙ୍କ ଘର ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । କର୍ଫ୍ୟୁ ସତ୍ତ୍ୱେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ୧ହଜାରରୁ ଅଧିକ ଲୋକ ମନ୍ତ୍ରୀଙ୍କ ଇମ୍ଫାଲର କୋଙ୍ଗବା ସ୍ଥିତ ଘରେ ଜୋରଜବରଦସ୍ତ ପଶିଯାଇଥିଲେ ।

ଗେଟରେ ଥିବା ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇ ପାରିନଥିଲେ । ଘର ଆସବାବ ପତ୍ର ଓ ଫର୍ଣ୍ଣିଚରରେ ନିଆଁ ଲଗାଇଦେଇଥିଲେ । ଚାରିପଟୁ ପକାଇଥିଲେ ପେଟ୍ରୋଲ ବୋମା । ଘଟଣାରେ କେହି ହତାହତ ହୋଇନାହାନ୍ତି । ନିଆଁ ଲାଗିବା ସମୟରେ କେନ୍ଦ୍ର ମନ୍ତ୍ରୀ ଆର କେ ରଞ୍ଜନ ସିଂ କେରଳରେ ଥିଲେ । ତାଙ୍କ ପରିବାରର ଲୋକ ମଧ୍ୟ ଘରେ ଉପସ୍ଥିତ ନଥିଲେ । ପୂର୍ବରୁ ମଣିପୁର ସରକାରଙ୍କ ମନ୍ତ୍ରୀ ନେପଚା କେପଗନଙ୍କ ଘରେ ମଧ୍ୟ ବିକ୍ଷୋଭକାରୀ ନିଆଁ ଲଗାଇଦେଇଥିଲେ ।

KNews Bureau

Recent Posts

ସରକାର ଗଠନ ପୂର୍ବରୁ ଏନଡିଏର ବଢିଲା ଟେନସନ, ଚନ୍ଦ୍ରବାବୁ ନାଇଡୁ ଏବଂ ନୀତିଶ କୁମାର ଦାବି କରୁଛନ୍ତି ପ୍ରମୁଖ ମନ୍ତ୍ରଣାଳୟ

ଲୋକସଭା ନିର୍ବାଚନ ପରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏବଂ ନୀତିଶ କୁମାରଙ୍କ ଜେଡିୟୁର ଗୁରୁତ୍ୱ ଏନଡିଏରେ ବଢିଯାଇଛି । ଆଉ…

46 seconds ago

ଡାଏଟ୍‌ରେ ସାମିଲ କରନ୍ତୁ ଏହି ଖାଦ୍ୟ, କିଡନୀ ଷ୍ଟୋନ୍‌ ଯନ୍ତ୍ରଣାରୁ ମିଳିବ ଆରାମ

ଆପଣଙ୍କ ଡାଏଟ୍‌ରେ ହେଲଦି ଖାଦ୍ୟ ଅନ୍ତର୍ଭୁକ୍ତ କରିବା ଅତ୍ୟନ୍ତ ଜରୁରୀ, ନଚେତ୍ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ…

1 min ago

BSKY ଚାଲୁ ରହିଛି ସ୍ପଷ୍ଟ କଲେ ମୁଖ୍ୟ ସଚିବ, ଅସୁବିଧା ହେଲେ ହେଲ୍‌ପଲାଇନ୍‌ ନମ୍ବରରେ ଜଣାଇ ପାରିବେ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ BSKY ଚାଲୁ ରହିଛି ବୋଲି ସ୍ପଷ୍ଟ କଲେ ମୁଖ୍ୟ ସଚିବ ।  ଭିଡିଓ ବାର୍ତ୍ତା ଜରିଆରେ…

18 mins ago

ହିମାଚଳ ପ୍ରଦେଶ ଦିଲ୍ଲୀକୁ ଛାଡ଼ିବ ୧୩୭ କ୍ୟୁସେକ୍‌ ପାଣି, ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ଦିଲ୍ଲୀ ପାଇଁ ଆଶ୍ୱସ୍ତିଜନକ ଖବର । ସୁପ୍ରିମକୋର୍ଟ ହିମାଚଳ ପ୍ରଦେଶକୁ ୧୩୭ କ୍ୟୁସେକ୍ ଜଳ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି,…

38 mins ago

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ ନ୍ୟୁଟ୍ରିସନରେ ଖାଲିପଡିଛି ପଦବୀ, ୧୨ଶ ପାସ୍‌ କରନ୍ତୁ ଆବେଦନ

ICMR ର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ ନ୍ୟୁଟ୍ରିସନରେ ଖାଲିପଡିଛି ଅନେକ ପଦବୀ । ଏଠାରେ ଆସିଷ୍ଟାଣ୍ଟ ଗ୍ରୁପ ବି, ଟେକ୍ନିସିଆନ…

58 mins ago

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟିପିଟି ହତ୍ୟା, ଅଭିଯୁକ୍ତ ଗିରଫ

ବଡ଼ଗଡ଼ (କେନ୍ୟୁଜ): ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ତ ।  ଯୁବକଙ୍କୁ ପିଟିପିଟି ହତ୍ୟା ।  ବଡ଼ଗଡ଼ ଥାନା ରୁଗୁମା ପଞ୍ଚାୟତ ଶୁଣ୍ଢିପଲ୍ଲୀ…

1 hour ago