Below header

କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀଙ୍କ ଘର ଜାଳିଦେଲେ ବିକ୍ଷୋଭକାରୀ, ଘର ଚାରିପଟୁ ପକାଇଲେ ପେଟ୍ରୋଲ ବୋମା

କର୍ଫ୍ୟୁ ସତ୍ତ୍ୱେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ୧ହଜାରରୁ ଅଧିକ ଲୋକ ମନ୍ତ୍ରୀଙ୍କ ଇମ୍ଫାଲର କୋଙ୍ଗବା ସ୍ଥିତ ଘରେ ଜୋରଜବରଦସ୍ତ ପଶିଯାଇଥିଲେ । ଗେଟରେ ଥିବା ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇ ପାରିନଥିଲେ ।

କେନ୍ୟୁଜ୍(ବ୍ୟୁରୋ): ମଣିପୁର ଇମ୍ଫାଲରେ ଥମୁନି ହିଂସା । କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଆର କେ ରଞ୍ଜନ ସିଂ ଘର ଉପରକୁ ପେଟ୍ରୋଲ ବୋମା ପକାଇଲେ ବିକ୍ଷୋଭକାରୀ । ଇମ୍ଫାଲର କୋନଗବାରେ ଥିବା କେନ୍ଦ୍ର ମନ୍ତ୍ରୀଙ୍କ ବାସଭବନରେ ପେଟ୍ରୋଲ ବୋମା ପକାଇଥିଲେ ବିକ୍ଷୋଭକାରୀ । ଏଥିରେ ତାଙ୍କ ଘର ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । କର୍ଫ୍ୟୁ ସତ୍ତ୍ୱେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ୧ହଜାରରୁ ଅଧିକ ଲୋକ ମନ୍ତ୍ରୀଙ୍କ ଇମ୍ଫାଲର କୋଙ୍ଗବା ସ୍ଥିତ ଘରେ ଜୋରଜବରଦସ୍ତ ପଶିଯାଇଥିଲେ ।

ଗେଟରେ ଥିବା ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇ ପାରିନଥିଲେ । ଘର ଆସବାବ ପତ୍ର ଓ ଫର୍ଣ୍ଣିଚରରେ ନିଆଁ ଲଗାଇଦେଇଥିଲେ । ଚାରିପଟୁ ପକାଇଥିଲେ ପେଟ୍ରୋଲ ବୋମା । ଘଟଣାରେ କେହି ହତାହତ ହୋଇନାହାନ୍ତି । ନିଆଁ ଲାଗିବା ସମୟରେ କେନ୍ଦ୍ର ମନ୍ତ୍ରୀ ଆର କେ ରଞ୍ଜନ ସିଂ କେରଳରେ ଥିଲେ । ତାଙ୍କ ପରିବାରର ଲୋକ ମଧ୍ୟ ଘରେ ଉପସ୍ଥିତ ନଥିଲେ । ପୂର୍ବରୁ ମଣିପୁର ସରକାରଙ୍କ ମନ୍ତ୍ରୀ ନେପଚା କେପଗନଙ୍କ ଘରେ ମଧ୍ୟ ବିକ୍ଷୋଭକାରୀ ନିଆଁ ଲଗାଇଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.