Below header

ଆଲମାରି ତାଡି ୨୦ହଜାର ଟଙ୍କା ଓ ୫ ଭରି ସୁନା ଚୋରି ଲୁଟିନେଲେ ଚୋର

ପୁଣି ସାମ୍ନାକୁ ଆସିଛି ଚୋରି ବେଳର ସିସି ଟିଭି ଫୁଟେଜ । ସୋନପୁର ସହର ଉଦୟନଗରରେ ହୋଇଥିବା ଚୋରି ସମୟରେ ସିସି ଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି।

ସୁବର୍ଣ୍ଣପୁର(କେନ୍ୟୁଜ୍): ସବୁଠି ଏବେ ଠକ ଓ ଲୁଟେରାଙ୍କ ରାଜ୍‌ ଚାଲିଛି। ଦିନକୁ ଦିନ ନୂଆ ନୂଆ ପ୍ରକାରର ଠକେଇ ଓ ଅଭିନବ ଲୁଟ୍‌ ସାଧାରଣ ଜନତାଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପ୍ରତିଦିନ କିଛି ନା କିଛି ନୂଆ ଧରଣର ଲୁଟ୍‌ ଓ ଠକେଇ ମାମଲା ସାମ୍ନାକୁ ଆସୁଛି। ଦୁର୍ବଳ ପୋଲିସ ପାଟ୍ରୋଲିଂର ସୁଯୋଗ ସେମାନଙ୍କୁ ସୁଯୋଗ ଦେଉଛି। ଦିନକୁ ଦିନ ରାସ୍ତାରେ ରାହାଜାନି ଓ ଛିନ୍‌ତାଇ ବଢ଼ି ଚାଲିଥିବା ବେଳେ ସିନ୍ଧି ଚୋରମାନେ ଘର ତାଡ଼ି ବେଧଡ଼କ ଲୁଟ୍‌ପାଟ୍‌ କରୁଛନ୍ତି।

ଏବେ ପୁଣି ସାମ୍ନାକୁ ଆସିଛି ଚୋରି ବେଳର ସିସି ଟିଭି ଫୁଟେଜ । ସୋନପୁର ସହର ଉଦୟନଗରରେ ହୋଇଥିବା ଚୋରି ସମୟରେ ସିସି ଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି। ଭିଜୁଆଲରେ  ଅଧରାତିରେ ଚୋରମାନେ ଜଣକ ଘରେ ପଶି ଚୋରି କରିବାକୁ ଷଡଯନ୍ତ୍ର କରୁଥିବା ଦେଖିବାକୁ ମିଳିଛି। ଆଉ ସେଥିରେ ସଫଳ ବି ହେଉଛନ୍ତି । ତେବେ ସିସି ଟିଭି ଆଧାରରେ ବର୍ତ୍ତମାନ ପୋଲିସ୍ ଅନୁସନ୍ଧାନ ଆରମ୍ଭ କରିଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପାଖ ଉଦୟ ନଗର ରୁ ଗତ ବୁଧବାର ରାତିରେ ଚୋରି ହୋଇଥିଲା । ଚୋରି ହୋଇଥିବା ନେଇ ଥାନାରେ ମାମଲା ବି ରୁଜ୍ଜୁ ହୋଇଛି।

ସୂଚନା ଥାଉକି, ଉଦୟ ନଗର ଅଞ୍ଚଳର ସଞ୍ଜିବ କୁମାର ପାଣିଗ୍ରାହୀଙ୍କ ଘରୁ ଗତ ବୁଧବାର ରାତିରେ ଚୋରମାନେ ଘରେ ପଶି ଆଲମାରି ରୁ ୨୦ହଜାର ଟଙ୍କା ଓ ୫ ଭରି ସୁନା ଚୋରି କରିନେଇଥିଲେ । ଏନେଇ ଶ୍ରୀ ପାଣିଗ୍ରାହୀ ସୋନପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ବର୍ତ୍ତମାନ ପୋଲିସ ସିସି ଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.