ପ୍ରଦୂଷଣ ଏବଂ ସିଗାରେଟରୁ ଫୁସଫୁସରେ ଜମା ହୋଇଥିବା ମଇଳାକୁ ସଫା କରିବ ଏହି ୫ ପ୍ରାକୃତିକ ଉପାୟ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ବାୟୁ ପ୍ରଦୂଷଣ ସଂପର୍ଶରେ ଆସିବା ଦ୍ୱାରା ପ୍ରତ୍ୟେକ ବର୍ଷ ସମଗ୍ର ବିଶ୍ୱରେ ୪୨ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି । ଫୁସଫୁସ ନିଜକୁ ସଫା ରଖିଥାଏ ଏବଂ ପ୍ରଦୂଷଣ ସଂପର୍କରେ ଆସିବା ପରେ ଏହା ନିଜକୁ ଠିକ କରିବା ଆରମ୍ଭ କରିଥାଏ । କିନ୍ତୁ କିଛି ପ୍ରାକୃତିକ ଉପାୟରେ, ଫୁସଫୁସରେ ଜମାଥିବା ମଇଳା ସହଜରେ ସଫା କରାଯାଇ ପାରିବ ।

ଫୁସଫୁସ ସମ୍ବନ୍ଧୀୟ ଅନେକ ସମସ୍ୟା ଦିନକୁ ଦିନ ବଢି ଚାଲିଛି । ବହୁ ସଂଖ୍ୟକ ଲୋକ ଏହି ଫୁସଫୁସ ସମ୍ବନ୍ଧୀୟ ରୋଗରେ ପିଡ଼ିତ ହୋଇ ମୃତ୍ୟୁବରଣ କରୁଛନ୍ତି । ଫୁସଫୁସ ଖରାପ ହେବାର ପ୍ରମୁଖ କାରଣ ବାୟୁ ପ୍ରଦୂଷଣ, ସ୍ମୋକିଙ୍ଗ ଏବଂ ଅନ୍ୟ ବିଷାକ୍ତ ତତ୍ତ୍ୱ । ନିଶ୍ୱାସ ନେବା ସମୟରେ ଏହି ବିଷାକ୍ତ ଜିନିଷ ଆମ ଶରୀରରେ ପ୍ରବେଶ କରିଥାଏ । ଶରୀରର ଅନ୍ୟ ସମସ୍ତ ଅଂଶକୁ ଠିକ ରଖିବା ପାଇଁ ଫୁସଫୁସ ଠିକ ରହିବା ଆବଶ୍ୟକ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ବାୟୁ ପ୍ରଦୂଷଣ ସଂପର୍ଶରେ ଆସିବା ଦ୍ୱାରା ପ୍ରତ୍ୟେକ ବର୍ଷ ସମଗ୍ର ବିଶ୍ୱରେ ୪୨ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି । ଫୁସଫୁସ ନିଜକୁ ସଫା ରଖିଥାଏ ଏବଂ ପ୍ରଦୂଷଣ ସଂପର୍କରେ ଆସିବା ପରେ ଏହା ନିଜକୁ ଠିକ କରିବା ଆରମ୍ଭ କରିଥାଏ । କିନ୍ତୁ କିଛି ପ୍ରାକୃତିକ ଉପାୟରେ, ଫୁସଫୁସରେ ଜମାଥିବା ମଇଳା ସହଜରେ ସଫା କରାଯାଇ ପାରିବ ।

ଏକ ରିପୋର୍ଟ ଅନୁସାରେ ନିଜ ଘରେ ପବନର ଗୁଣବତ୍ତାକୁ ଠିକ କରିବା ଦ୍ୱାରା ଫୁସଫୁସକୁ ସଫା କରାଯାଇ ପାରିବ । ଏୟାର୍‌ ପ୍ୟୁରିଫାୟର ନେବା ସହିତ ଆପଣ ନିଜ ଘରେ ଥିବା ସମସ୍ତ ଫିଲ୍ଟର୍ସକୁ ବଦଳାଇବା ଜରୁରୀ । ଯଦି ଆପଣ ରୁମ ଫ୍ରେସନର୍‌ ବ୍ୟବହାର କରୁଛନ୍ତି ତେବେ ଏହା ମଧ୍ୟ ଆପଣଙ୍କ ଫୁସଫୁସ ପାଇଁ ହାନିକାରକ ହୋଇପାରେ । ଏପରି ସ୍ଥିତିରେ ଆପଣ ନେଚୁରାଲ ରୁମ ଫ୍ରେସନର୍‌ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ । ଏହା ଦ୍ୱାରା ଆପଣଙ୍କ ଫୁସଫୁସ ଠିକ ରହିବ ।

ଯଦି ପାଗ ଠିକ ରହିଛି ଏବଂ କୌଣସି ପ୍ରଦୂଷଣ ନାହିଁ, ତେବେ ଆପଣ ସକାଳେ ଏବଂ ସନ୍ଧ୍ୟାରେ ବାହାରେ ବୁଲିବା ପାଇଁ ଚେଷ୍ଟା କରନ୍ତୁ । ଏହା ଦ୍ୱାରା ଆପଣଙ୍କୁ ଭରପୁର ସତେଜ ପବନ ମିଳିବ । ଏହା ଦ୍ୱାରା ଆପଣଙ୍କ ଫୁସଫୁସ ଠିକ ରହିବ । ଆପଣ ପ୍ରଦୂଷିତ ଅଞ୍ଚଳରେ ରହୁଥିଲେ ବାହାରକୁ ଯିବା ସମୟରେ ଏୟାର ଫିଲ୍ଟର ମାସ୍କ ପିନ୍ଧି ବାହାରକୁ ଯିବା ଉଚିତ । ଏହା ଦ୍ୱାରା ଆପଣଙ୍କ ଫୁସଫୁସ ସୁରକ୍ଷିତ ରହିବ ।

ବ୍ରିଦିଙ୍ଗ ଏକ୍ସରସାଇଜ ଦ୍ୱାରା ଆପଣଙ୍କ ଫୁସଫୁସର କାର୍ଯ୍ୟକାରୀ କ୍ଷମତା ଠିକ ରହିବ । ଯେଉଁମାନେ ଅଧିକ ସ୍ମୋକିଙ୍ଗ କରିଥାନ୍ତି କିମ୍ବା ଫୁସଫୁସ ସମ୍ବନ୍ଧୀୟ ରୋଗରେ ପିଡ଼ିତ ଥାନ୍ତି ସେମାନେ ବ୍ରିଦିଙ୍ଗ ଏକ୍ସରସାଇଜ କରି ପାରିବେ । ଫୁସଫୁସକୁ ସଫା ରଖିବା ପାଇଁ ଷ୍ଟିମ ଥେରାପି ମଧ୍ୟ ନେଇ ପାରିବେ । ଯେଉଁମାନେ ଶ୍ୱାସ ସମ୍ବନ୍ଧୀୟ ରୋଗରେ ପିଡ଼ିତ କିମ୍ବା ଯେଉଁମାନଙ୍କ ଫୁସଫୁସ ଦୁର୍ବଳ ସେମାନେ ଏହି ସମସ୍ତ ଉପାୟ ଦ୍ୱାରା ଫୁସଫୁସକୁ ଠିକ ରଖି ପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.