Below header

ମହିଳା ଆଇପିଏସ ଅଫିସରଙ୍କୁ ଯୌନ ନିର୍ଯାତନା ମାମଲା: ତାମିଲନାଡୁର ପୂର୍ବତନ ସ୍ପେଶାଲ ଡିଜି ରାଜେଶ ଦାସଙ୍କୁ ୩ ବର୍ଷ ଜେଲ

ତାମିଲାନାଡୁର ତତ୍କାଳୀନ ମୁଖ୍ୟମନ୍ତ୍ରୀ କେ. ପାଲାନିସ୍ୱାମୀଙ୍କ ସୁରକ୍ଷାରେ ନିୟୋଜିତ ଜଣେ ମହିଳା ଆଇପିଏସ ଅଫିସରଙ୍କୁ ତତ୍କାଳୀନ ସ୍ପେଶାଲ ଡିଜି ଲ ଆଣ୍ଡ ଅର୍ଡର ରାଜେଶ ଦାସ ଗାଡ଼ି ଭିତରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ରାଜେଶ ଦାସଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା ।

କେନ୍ୟୁଜ୍(ବ୍ୟୁରୋ): ଅଡୁଆରେ ତାମିଲନାଡୁ କ୍ୟାଡର ବରିଷ୍ଠ ଓଡ଼ିଆ ଆଇପିଏସ ଅଫିସର । ତାମିଲନାଡୁର ପୂର୍ବତନ ସ୍ପେଶାଲ ଡିଜି ରାଜେଶ ଦାସଙ୍କୁ ୩ ବର୍ଷ ଜେଲ । ଜଣେ ମହିଳା ଆଇପିଏସ ଅଫିସରଙ୍କୁ ଯୌନ ନିର୍ଯାତନା ମାମଲାରେ ଆଜି କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୩ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ୨୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ରହିଛି । ୨୦୨୧ ମସିହାରେ ଫେବ୍ରୁଆରୀ ୨୧ରେ ତାମିଲନାଡୁ ନିର୍ବାଚନ ବେଳେ ଏହି ଘଟଣା ଘଟିଥିଲା । ତାମିଲାନାଡୁର ତତ୍କାଳୀନ ମୁଖ୍ୟମନ୍ତ୍ରୀ କେ. ପାଲାନିସ୍ୱାମୀଙ୍କ ସୁରକ୍ଷାରେ ନିୟୋଜିତ ଜଣେ ମହିଳା ଆଇପିଏସ ଅଫିସରଙ୍କୁ ତତ୍କାଳୀନ ସ୍ପେଶାଲ ଡିଜି ଲ ଆଣ୍ଡ ଅର୍ଡର ରାଜେଶ ଦାସ ଗାଡ଼ି ଭିତରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ରାଜେଶ ଦାସଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା ।

ସେତେବେଳର ଚେଙ୍ଗାଲପଟୁ ଏସପି କାନନଙ୍କୁ ମଧ୍ୟ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ୫ଶହ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାଦିନ ମହିଳା ଆଇପିଏସ ଅଧିକାରୀ ଜଣଙ୍କ ଅଭିଯୋଗ କରିବାକୁ ଚେନ୍ନାଇ ଅଭିମୁଖେ ଯାଉଥିବା ବେଳେ ତତ୍କାଳୀନ ଏସ୍‌ପି କାନନ ତାଙ୍କୁ ଅଟକାଇଥିଲେ । ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରି ୪ଶହ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା ।୨୦୨୧ ଜୁଲାଇରେ ଭିଲ୍ଲୁପରୁମର ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ଏହି ମାମଲାରେ ୭୦ଜଣଙ୍କ ସାକ୍ଷ୍ୟ ନିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.