ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୫ ଜଣ ପାକିସ୍ତାନୀ ଆତଙ୍କବାଦୀ ନିହତ

ନିୟନ୍ତ୍ରଣ ରେଖା ନିକଟରେ ଜୁମାଗୁଣ୍ଡ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ପାଇବା ପରେ ସେନା ଓ ପୋଲିସ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା । ଆତଙ୍କବାଦୀ ଓ ସେନା ଗୁଳିବିନିମୟରେ ୫ଜଣ ଆତଙ୍କୀଙ୍କ ମୃତ୍ୟୁ ହୋଇଛି ।

କେନ୍ୟୁଜ୍(ବ୍ୟୁରୋ): ଜମ୍ମୁ ଓ କଶ୍ମୀରରେ ୫ ଆତଙ୍କୀ ନିପାତ । କୁପୱାଡ଼ା ଜିଲ୍ଲାରେ ଆଜି ସକାଳେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୫ ଜଣ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ଭାରତୀୟ ସେନା ଏବଂ ଜମ୍ମୁ ଓ କଶ୍ମୀର ପୋଲିସ ପକ୍ଷରୁ ମିଳିତ ଅପରେସନରେ ମିଳିଛି ସଫଳତା । ନିୟନ୍ତ୍ରଣ ରେଖା ନିକଟରେ ଜୁମାଗୁଣ୍ଡ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ପାଇବା ପରେ ସେନା ଓ ପୋଲିସ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା । ଆତଙ୍କବାଦୀ ଓ ସେନା ଗୁଳିବିନିମୟରେ ୫ଜଣ ଆତଙ୍କୀଙ୍କ ମୃତ୍ୟୁ ହୋଇଛି । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.