Below header

ଜୁଲାଇ ୨୬ରେ ଲଞ୍ଚ ହେବ Samsung Galaxy Z Fold 5, ରହିଛି ଭଲ ଫିଚର

ଜୁଲାଇ ୨୬ରେ ଲଞ୍ଚ ହେବ Samsung Galaxy Z Fold 5 । ସାଉଥ କୋରିଆର ସେଓଉଲରେ ଏହାର ଅନପେକ ଇଭେଣ୍ଟ ହେବାକୁ ଯାଉଛି । ଏହା ନୀଳ ରଙ୍ଗରେ ବଜାରକୁ ଆସିବାକୁ ଯାଉଛି । ଏହାସହ ଏଥିରେ ଆପଣଙ୍କୁ ଏସ ପେନ ମିଳିବାକୁ ଯାଉଛି । ଏହାର ସାଇଡରେ ଫିଙ୍ଗରପ୍ରିଣ୍ଟ ସେନସର ରହିଛି ।

କେନ୍ୟୁଜ୍(ବ୍ୟୁରୋ):  ଜୁଲାଇ ୨୬ରେ ଲଞ୍ଚ ହେବ Samsung Galaxy Z Fold 5 । ଆସନ୍ତା ଜୁଲାଇ ୨୬ରେ ସାଉଥ କୋରିଆର ସେଓଉଲରେ ଏହାର ଅନପେକ ଇଭେଣ୍ଟ ହେବାକୁ ଯାଉଛି । ଏହାପରେ ଅଗଷ୍ଟ ୧୧ରେ ୟୁଏସ ଓ କାନାଡାରେ ଲଞ୍ଚ ହେବ ଏହି ଡିଭାଇସ । ଏହା ନୀଳ ରଙ୍ଗରେ ବଜାରକୁ ଆସିବାକୁ ଯାଉଛି । ଏହାସହ ଚର୍ଚ୍ଚା ହେଉଛି କମ୍ପାନୀ ଆହୁରି ବିଭିନ୍ନ ରଙ୍ଗରେ ଏହି ଫୋନକୁ ବଜାରକୁ ଆଣୁଛି । ଏହାସହ ଏଥିରେ ଆପଣଙ୍କୁ ଏସ ପେନ ମିଳିବାକୁ ଯାଉଛି । ଏହାସହ ଏହାର ଡିଜାଇନ ପୂର୍ବରୁ ଆସିଥିବା ଡିଭାଇସର ଡିଜାଇନ ସହ ପ୍ରାୟ ସମାନ ରହିଛି । ତେବେ ନଜର ପକାଇବା ଏହାର ଫିଚର ଉପରେ ।

ଏହାର ଡିସପ୍ଲେ ଫିଚର ଉପରେ ନଜର ପକାଇଲେ, ଏଥିରେ ରହିଛି 7.6 ଇଞ୍ଚ ଫୋଲ୍ଡଏବଲ ଏଏମଓଏଲଇଡି ଡିସପ୍ଲେ । ଏହାସହ ଏଥିରେ ନୂଆ ୱାଟର ଡ୍ରପ ହିଞ୍ଜ ଡିଜାଇନ ଦେଖିବାକୁ ମିଳିଛି । ଏଥିରେ Corning Gorilla Glass Victus 2 ପ୍ରୋଟେକ୍ଟସନ ରହିଛି । ଏହାର ରିଫ୍ରେସ ରେଟ ରହିଛି 120Hz । ଏହାସହ ଏହାର QHD+ ରିଜୋଲୁସନ ରହିଛି । ସେହିପରି ଏହାର 6.2 ଇଞ୍ଚର ଏଏମଓଏଲଇଡି କଭର ଡିସପ୍ଲେ ରହିଛି । ଏହାର ରିଫ୍ରେସ ରେଟ ରହିଛି 120Hz । ଏହାସହ ଏହାର ଫୁଲ ଏଚଡି ପ୍ଳସ ରିଜୋଲୁସନ ରହିଛି ।

ପ୍ରୋସେସର କଥା ଦେଖିଲେ ଏଥିରେ ରହିଛି Snapdragon 8 Gen 2 SoC ଚିପସେଟ ସହ Adreno 740 ଗ୍ରାଫିକ୍ସ କାର୍ଡ ରହିଛି । ସେହିପରି ଏଥିରେ One UI 5.1ର ସପୋର୍ଟ ସହ Android 13 ଅପରେଟିଂ ସିଷ୍ଟମ ରହିଛି । ଷ୍ଟୋରେଜ କାପାସିଟିକୁ ନେଇ ଏହା ଦୁଇଟି ଭାରିଆଣ୍ଟରେ ବଜାରକୁ ଆସିବାକୁ ଯାଉଛି । 8 ଜିବି RAM 256ଜିବି ଷ୍ଟୋରେଜ ଓ 12ଜିବି RAM 512 ଜିବି ଷ୍ଟୋରେଜ । ଏହାସହ ଏହାକୁ 1ଟିବି ଷ୍ଟୋରେଜ କାପାସିଟି ପର୍ଯ୍ୟନ୍ତ ଅପଗ୍ରେଡ କରାଯାଇ ପାରିବ ।

କ୍ୟାମେରା ଫିଚର ଉପରେ ନଜର ପକାଇଲେ ଏହାର ରିଅରରେ ଟ୍ରିପଲ କ୍ୟାମେରା ସେଟଅପ ଦେଖିବାକୁ ମିଳିବ । ଏଥିରେ ରହିଛି 50 ମେଗାପିକ୍ସେଲ ମେନ କ୍ୟାମେରା, 12 ମେଗାପିକ୍ସେଲ ଅଲଟ୍ରା ୱାଇଡ କ୍ୟାମେରା ଓ 10 ମେଗା ପିକ୍ସେଲ ଟେଲିଫଟୋ କ୍ୟାମେରା । ଏହାସହ ଏହାର 2X ଅପଟିକାଲ ଜୁମ୍ ସପୋର୍ଟ ରହିଛି । ସେହିପରି ଏହାର ଫ୍ରଣ୍ଟରେ 12 ମେଗାପିକ୍ସେଲ କ୍ୟାମେରା ରହିଛି । ଏହା ଉଭୟ କଭର ସ୍କ୍ରିନ ଓ ଫୋଲ୍ଡଏବଲ ଡିସପ୍ଲେ ପାଇଁ ରହିଛି ।

ବ୍ୟାଟେରି ବ୍ୟାକଅପ କଥା ଦେଖିଲେ ଏଥିରେ ରହିଛି 4400 mAh ବ୍ୟାଟେରି ବ୍ୟାକଅପ । ଏହାସହ ଏଥିରେ 45 ୱାଟ ଫାଷ୍ଟ ଚାର୍ଜିର ସପୋର୍ଟ ରହିଛି । ସେହିପରି 25 ୱାଟ ୱେରଲେସ ଚାର୍ଜିଂର ସପୋର୍ଟ ରହିଛି । ୟୁଏସବି ଟାଇପ-ସି ଚାର୍ଜିଂ ସପୋର୍ଟ ରହିଛି । ଏଥିରେ ୱାଇଫାଇ 4ର ସପୋର୍ଟ ସହ ବ୍ଲୁତୁଥ୍ 5.2ର ସୋପୋର୍ଟ ରହିଛି । ଏହାର ସାଇଡରେ ଫିଙ୍ଗରପ୍ରିଣ୍ଟ ସେନସର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.