ଦେଶ ବିଦେଶ

୩୦୦ ଫୁଟ୍‌ ଗଭୀର ବୋରୱେଲରେ ଗଳି ପଡ଼ିଥିବା ଶିଶୁର ମୃତ୍ୟୁ, ୮ ଘଣ୍ଟାର ରେସ୍‌କ୍ୟୁ ଅପରେସନ୍‌ ପରେ ବି ବଞ୍ଚାଇହେଲାନି ଜୀବନ

ପଞ୍ଜାବ: ପଞ୍ଜାବର ହୁସିଆରପୁରର ଗଦରୀବାଲା ଗାଁରେ ବୋରୱେଲରେ ଗଳି ପଡ଼ିଥିବା ୬ ବର୍ଷର ରିତିକ୍‌ ଆଉ ନାହିଁ। ବୋରୱେଲରେ ଖସି ପଡ଼ି ତାର ମୃତ୍ୟୁ ଘଟିଛି। ସବୁ ପ୍ରକାର ଚେଷ୍ଟା ପରେ ବି ବଞ୍ଚିପାରିନି ରିତିକର ଜୀବନ। ପାଖାପାଖି ୮ ଘଣ୍ଟା ଯାଏଁ ଏନ୍‌ଡିଆରଏଫ୍‌, ଆର୍ମି ଓ ପୋଲିସର ରେସ୍‌କ୍ୟୁ ଅପରେସନ୍‌ ଚାଲିଥିଲା। ରିତିକକୁ ସେ ବୋରୱେଲରୁ ବାହାରକୁ ବାହାର ବି କରାଗଲା। କିନ୍ତୁ ସେତେବେଳକୁ ଡେରି ହୋଇ ସାରିଥିଲା ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତା ଜୀବନ ଚାଲିଯାଇଛି।

ସୂଚନାଯୋଗ୍ୟ ଯେ ପଞ୍ଜାବର ହୁସିଆରପୁରରେ ରବିବାର ୬ ବର୍ଷର ରିତିକ ବୋରୱେଲ ଗାତରେ ଗଳି ପଡ଼ିଥିଲା। ରିତିକ୍‌ ବୁଲା କୁକୁରଙ୍କ ଦାଉରୁ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରୁଥିବା ବେଳେ ପାଦ ଖସି ଯିବାରୁ ବୋରୱେଲରେ ଗଳି ପଡ଼ିଥିଲା। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ରେସ୍‌କ୍ୟୁ ଅପରେସନ୍‌ ଆରମ୍ଭ କରିଥିଲେ। ତା’ ନିକଟକୁ ଅକ୍ସିଜେନ୍‌ ବି ପଠାଯାଇଥିଲା।

ବୋରୱେଲ ପାଖାପାଖି ୩୦୦ ଫୁଟ୍‌ ଗଭୀର ଥିବା ବେଳେ ରିତିକ୍‌ ୨୦୦ ଫୁଟ୍‌ ତଳକୁ ଯାଇ ଫସି ଯାଇଥିଲା। ଆଗକୁ ଗାତ ସରୁ ଥିବାରୁ ସେ ମଝିର ହିଁ ଲାଖି ରହିଥିଲା। ତାକୁ ବଞ୍ଚାଇବା ପାଇଁ ରେସ୍‌କ୍ୟୁ ଅପରେସନ୍‌ ଜାରି ଥିଲା।

ମିଳିଥିବା ସୂଚନା ଅନୁଯାୟୀ, ବୋରୱେଲକୁ ଖୋଲା ଛାଡ଼ି ଦିଆଯାଇଥିଲା। ସେହି ସମୟରେ ପାଖରେ ଯାଉଥିବା ପିଲାଟିକୁ ବୁଲା କୁକୁର ଗୋଡ଼ାଇଥିଲେ। ସେ ଜୀବନ ବିକଳରେ ଦୌଡ଼ୁଥିବା ବେଳେ ନିୟନ୍ତ୍ରଣ ହରାଇ ବୋରୱେଲ ଭିତରେ ଗଳି ପଡ଼ିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଗାତଟି ଗଭୀର ଥିବାରୁ ସଫଳ ହୋଇନଥିଲେ। ଏଣୁ ସେମାନେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପରେ ଅଗ୍ନିଶମ ବିଭାଗ ମଧ୍ୟ ଅସଫଳ ହେବାରୁ ବାଧ୍ୟ ହୋଇ ରେସ୍‌କ୍ୟୁ ପାଇଁ ସେନା ବାହିନୀକୁ ଡାକିବାକୁ ପଡ଼ିଥିଲା। ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ମଧ୍ୟ ପହଞ୍ଚିଥିଲେ। ତଥାପି ପିଲାଟିକୁ ବଞ୍ଚାଇ ହେଲାନାହିଁ।

Also Read: ଆର୍ଥିକ ସଙ୍କଟଠୁ ଆରମ୍ଭ କରି ବେକାରୀ ସମସ୍ୟା ଯାଏଁ, ସବୁ ଅସୁବିଧାକୁ ଚୁଟ୍‌କିରେ ଦୂର କରିବ କେସରର ଏହି ଉପାୟ

WCW 11

Recent Posts

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

3 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

3 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

3 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

5 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

6 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

6 hours ago