ଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର, ୫୦ଟି ଲୋକସଭା ଆସନ ପାଇଁ ହାତରେ ଆଉ କିଛି ଘଣ୍ଟା

ମୁମ୍ବାଇ: ଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ସରିବ । ୫୦ଟି ଲୋକସଭା ଆସନ ପାଇଁ ହାତରେ ଆଉ କିଛି ଘଣ୍ଟା ଥିବାରୁ ପୂରା ଦମ୍‌ ଲଗାଇ ପ୍ରଚାର କରୁଛନ୍ତି ସବୁ ଦଳର ଷ୍ଟାର ପ୍ରଚାରକ । ଦିନ ରାତି ଏକ କରି ପ୍ରଚାର କରୁଛନ୍ତି ସବୁ ଦଳର ଷ୍ଟାର ପ୍ରଚାରକ । ଗତକାଲି ବିହାରରେ ରୋଡ଼ ଶୋ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ତାଙ୍କ ସହ ଶତ୍ରୁଘ୍ନ ସିହ୍ନା ଓ ଆରଜେଡି ନେତା ତେଜସ୍ୱୀ ଯାଦବ ଉପସ୍ଥିତ ଥିଲେ ।

ବିହାର ପାଟନା ସାହିବ ଲୋକସଭା କ୍ଷେତ୍ରରେ ଏହି ରୋଡ ଶୋ କରିଥିଲେ ରାହୁଲ । ପାଟନା ସାହିବ ଆସନରୁ ନିର୍ବାଚନ ଲଢୁଛନ୍ତି ଶତ୍ରୁଘ୍ନ ସିହ୍ନା । ସେ ଏହି ଆସନରୁ ଦୁଇ ଥର ବିଜେପି ଟିକେଟ୍‌ରେ ଜିତିଛନ୍ତି । ଏଥର ବିଜେପି ଛାଡି କଂଗ୍ରେସ ଟିକେଟ୍‌ରେ ପାଟନା ସାହିବ ଆସନରୁ ଲଢୁଛନ୍ତି ଶତ୍ରୁଘ୍ନ ସିହ୍ନା । ତାଙ୍କ ବିପକ୍ଷରେ ବିଜେପି ଟିକେଟ୍‌ରେ ଲଢୁଛନ୍ତି କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ । ସେପଟେ ଉତ୍ତର ପ୍ରଦେଶରେ ନିର୍ବାଚନ ପ୍ରଚାର କରି ମହାମେଣ୍ଟକୁ ଟାର୍ଗେଟ୍‌ କରିଛନ୍ତି ମୋଦି । କହିଛନ୍ତି, ଦେଶରେ ଦୁର୍ବଳ ସରକାର ଚାହୁଁଛନ୍ତି ବିରୋଧୀ । ଆମେ ଶତ୍ରୁଙ୍କୁ ତାଙ୍କ ଘରେ ମାରିଛୁ । ନୂଆ ଭାରତ ପାଇଁ ଆତଙ୍କବାଦ ବଡ଼ ପ୍ରସଙ୍ଗ । ବିରୋଧୀଙ୍କ ପାଇଁ ଆତଙ୍କବାଦ କିନ୍ତୁ ପ୍ରସଙ୍ଗ ନୁହେଁ ବୋଲି କହିଛନ୍ତି ମୋଦି ।

KNews Bureau

Recent Posts

ପରକୀୟା ପ୍ରୀତିକୁ ବାରଣ କରିବାରୁ ସ୍ତ୍ରୀକୁ ମାଡ ମାରି ଘରୁ ତଡିଦେଲା ସ୍ୱାମୀ, ଏବେ ଥାନାରେ ମାମଲା

ନରସିଂହପୁର(କେନ୍ୟୁଜ୍): ପରକୀୟା ପ୍ରୀତିକୁ ନେଇ ଥାନାରେ ଆସି ମାମଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର…

9 mins ago

ବାଣ ବିସ୍ପୋରଣ ମାମଲା, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ପୁରୀ (କେନ୍ୟୁଜ): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ ।  ଏଥିସହ ମୃତ୍ୟୁସଂଖ୍ୟା ୧୧କୁ…

13 mins ago

ନୀଳାଞ୍ଚଳ ଏକ୍ସପ୍ରେସ ଉପରେ ଛିଡ଼ି ପଡ଼ିଲା ଓଭରହେଡ୍‌ ତାର, ୨ ଯାତ୍ରୀ ଗୁରୁତର

ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଥିବା ରାଞ୍ଚି ରେଳ ବିଭାଗରେ ହୋଇଛି ବଡ଼ ଦୁର୍ଘଟଣା । ଏଠାରେ ଟ୍ରେନ୍ ଉପରେ…

15 mins ago

ମୁହାଁମୁହିଁ ଧକ୍କା ହେଲା ମାଲବାହୀ ଟ୍ରେନ୍, ୨ ଲୋକୋ ପାଇଲଟ୍ ଗୁରୁତର

ପଞ୍ଜାବ : ମୁହାଁମୁହିଁ ଧକ୍କା ହେଲା ୨ ମାଲବାହୀ ଟ୍ରେନ୍ ।  ପଞ୍ଜାବ ଫତେଗଡ଼ ସାହିବ ନିକଟ ମାଧେପୁର ଠାରେ…

1 hour ago

ଜୟପୁର ସହରରେ ପଡିଛି ଡାଇମଣ୍ଡ ସର୍କସ: ଜୋକରର କମେଡି ସାଙ୍ଗକୁ ଆଫ୍ରିକାନ କଳାକାରଙ୍କ ଶୋ ଲୋକଙ୍କ ମନ ଜିଣୁଛି

ଜୟପୁର(କେନ୍ୟୁଜ୍‌): ଦିନ ଥିଲା ସର୍କସ ନା ଶୁଣିଲେ ମନରେ ଉତ୍ସାହ ଭରି ଉଠୁଥିଲା । ପିଲା ଠୁ ଟୋକା, ବୁଢା…

1 hour ago

ନିର୍ବାଚନୀ ପରବର୍ତ୍ତୀ ହିଂସା: ଇଭିଏମ ହେରଫେର ସନ୍ଦେହରେ ଗଣ୍ଡଗୋଳ ଅଭିଯୋଗ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳାରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ସ୍ୱାଧୀନ ପ୍ରାର୍ଥୀ ସମର୍ଥକଙ୍କ ଲଙ୍କାକାଣ୍ଡ ଅଭିଯୋଗ । …

1 hour ago