ଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର, ୫୦ଟି ଲୋକସଭା ଆସନ ପାଇଁ ହାତରେ ଆଉ କିଛି ଘଣ୍ଟା

ମୁମ୍ବାଇ: ଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ସରିବ । ୫୦ଟି ଲୋକସଭା ଆସନ ପାଇଁ ହାତରେ ଆଉ କିଛି ଘଣ୍ଟା ଥିବାରୁ ପୂରା ଦମ୍‌ ଲଗାଇ ପ୍ରଚାର କରୁଛନ୍ତି ସବୁ ଦଳର ଷ୍ଟାର ପ୍ରଚାରକ । ଦିନ ରାତି ଏକ କରି ପ୍ରଚାର କରୁଛନ୍ତି ସବୁ ଦଳର ଷ୍ଟାର ପ୍ରଚାରକ । ଗତକାଲି ବିହାରରେ ରୋଡ଼ ଶୋ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ତାଙ୍କ ସହ ଶତ୍ରୁଘ୍ନ ସିହ୍ନା ଓ ଆରଜେଡି ନେତା ତେଜସ୍ୱୀ ଯାଦବ ଉପସ୍ଥିତ ଥିଲେ ।

rahul gandhi ବିହାର ପାଟନା ସାହିବ ଲୋକସଭା କ୍ଷେତ୍ରରେ ଏହି ରୋଡ ଶୋ କରିଥିଲେ ରାହୁଲ । ପାଟନା ସାହିବ ଆସନରୁ ନିର୍ବାଚନ ଲଢୁଛନ୍ତି ଶତ୍ରୁଘ୍ନ ସିହ୍ନା । ସେ ଏହି ଆସନରୁ ଦୁଇ ଥର ବିଜେପି ଟିକେଟ୍‌ରେ ଜିତିଛନ୍ତି । ଏଥର ବିଜେପି ଛାଡି କଂଗ୍ରେସ ଟିକେଟ୍‌ରେ ପାଟନା ସାହିବ ଆସନରୁ ଲଢୁଛନ୍ତି ଶତ୍ରୁଘ୍ନ ସିହ୍ନା । ତାଙ୍କ ବିପକ୍ଷରେ ବିଜେପି ଟିକେଟ୍‌ରେ ଲଢୁଛନ୍ତି କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ । ସେପଟେ ଉତ୍ତର ପ୍ରଦେଶରେ ନିର୍ବାଚନ ପ୍ରଚାର କରି ମହାମେଣ୍ଟକୁ ଟାର୍ଗେଟ୍‌ କରିଛନ୍ତି ମୋଦି । କହିଛନ୍ତି, ଦେଶରେ ଦୁର୍ବଳ ସରକାର ଚାହୁଁଛନ୍ତି ବିରୋଧୀ । ଆମେ ଶତ୍ରୁଙ୍କୁ ତାଙ୍କ ଘରେ ମାରିଛୁ । ନୂଆ ଭାରତ ପାଇଁ ଆତଙ୍କବାଦ ବଡ଼ ପ୍ରସଙ୍ଗ । ବିରୋଧୀଙ୍କ ପାଇଁ ଆତଙ୍କବାଦ କିନ୍ତୁ ପ୍ରସଙ୍ଗ ନୁହେଁ ବୋଲି କହିଛନ୍ତି ମୋଦି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.