ଦେଶ ବିଦେଶ

ସୁରକ୍ଷାବଳ ଉପରକୁ ଆକ୍ରମଣ : ଭୟଙ୍କର ବୋମା ବିସ୍ଫୋରଣରେ ୮ ପୋଲିସ ଅଧିକାରୀଙ୍କ ମୃତ୍ୟୁ

ପଶ୍ଚିମ କଲମ୍ବିଆରେ ଭୟଙ୍କର ବିସ୍ଫୋରକ ଆକ୍ରମଣରେ ୮ ଜଣ ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ହୋଇଥିବା ଏହି ଆକ୍ରମଣକୁ ରାଷ୍ଟ୍ରପତି କଡ଼ା ନିନ୍ଦା କରିଛନ୍ତି। ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍‌ରୋ କହିଛନ୍ତି, ଦେଶର ପାଖାପାଖି ୬୦ ବର୍ଷର ସଂଘର୍ଷକୁ ଶେଷ କରିବାକୁ ପ୍ରତିଶ୍ରୁତି ଦେବା ପରେ ସୁରକ୍ଷାବଳ ଉପରେ ହୋଇଥିବା ଏହା ସବୁଠୁ ଘାତକ ଆକ୍ରମଣ। ପୋଲିସ କର୍ମଚାରୀମାନେ ଗାଡ଼ିରେ ଡ୍ୟୁଟିରେ ଯାଉଥିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଗାଡ଼ିରେ ଥିବା ସମସ୍ତ ୮ ଜଣଙ୍କ ମୃତ୍ୟୁ ଘଟିଛି।

ରାଷ୍ଟ୍ରପତିଙ୍କ କହିବାନୁସାରେ, ମୁଁ ଏହି ଆକ୍ରମଣକୁ କଡ଼ା ନିନ୍ଦା କରୁଛି। ଆକ୍ରମଣରେ ୮ ଜଣ ପୋଲିସ କର୍ମୀ ପ୍ରାଣ ହରାଇଛନ୍ତି। ମୃତକଙ୍କ ପରିବାରକୁ ମୁଁ ସହାନୁଭୂତି ଜଣାଉଛି। ଏହା ଦେଶର ଶାନ୍ତିରେ ବାଧକ ସୃଷ୍ଟି କରିଛି। ଘଟଣାର ତଦନ୍ତ ପାଇଁ ମୁଁ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଇଛି।

ଏମ୍‌-୧୯ ବିଦ୍ରୋହୀ ଆନ୍ଦୋଳନର ସଦସ୍ୟ ଥିବା ପେଟ୍ରୋ, ନ୍ୟାସ୍‌ନାଲ ଲିବରେସନ୍‌ ଆର୍ମୀ (ଇଏଲଏନ୍‌) ବିଦ୍ରୋହୀଙ୍କ ସହ ଆଲୋଚନାକୁ ପୁଣିଥରେ ଆରମ୍ଭ କରି ପୂର୍ଣ୍ଣ ଶାନ୍ତି ପ୍ରତିଷ୍ଠା ପାଇଁ ସଂକଳ୍ପ ନେଇଥିଲେ। ଏଥିପାଇଁ କଲମ୍ବିଆର ପୂର୍ବ କ୍ରାନ୍ତିକାରୀ ସଶସ୍ତ୍ର ବଳ (ଏଫ୍‌ଏଆରସି) ସୈନ୍ୟବାହିନୀ ପାଇଁ ୨୦୧୬ ଶାନ୍ତି ଚୁକ୍ତି ଲାଗୁ କରିଥିଲେ। ଫଳରେ କମ୍‌ ଦଣ୍ଡ ବଦଳରେ ଅପରାଧ ଘଟାଇଥିବା ଅଭିଯୁକ୍ତଙ୍କ ସହ ଆତ୍ମସମର୍ପଣ ପାଇଁ ଆଲୋଚନା କରାଯାଇପାରିବ।

Also Read: ସିଦ୍ଧୁ ମୁସେଓ୍ଵାଲାଙ୍କ ହତ୍ୟାପରେ ଏବେ ପରିବାର ସଦସ୍ୟଙ୍କୁ ମିଳିଲା ଜୀବନରୁ ମାରିବାରୁ ଧମକ, ବାପା-ମା’ ଦେଶ ଛାଡ଼ିଥିବା ନେଇ ଚର୍ଚ୍ଚା

WCW 11

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ

ମେଷ : କାର୍ଯ୍ୟ ସମ୍ବନ୍ଧୀୟ କିଛି ସୃଜନାତ୍ମକ ଚିନ୍ତାଧାରା ମନକୁ ଆସିପାରେ, ଯାହାକୁ ଆପଣ ନିଜ କାମରେ ବ୍ୟବହାର କରିପାରିବେ,…

3 hours ago

ଓଡ଼ିଶାର ଗଣମାଧ୍ୟମ ପରିବାର ପକ୍ଷରୁ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମ ଜଗତର ପ୍ରମୁଖ ବ୍ୟକ୍ତିିତ୍ୱ ରାମୋଜୀ ରାଓଙ୍କ ବିୟୋଗରେ ଓଡ଼ିଶାର ମିଡିଆ ପରିବାର ମଧ୍ୟରେ ଗଭୀର…

4 hours ago

ଫେସବୁକ ପ୍ରେମର କରୁଣ ପରିଣତି, ପ୍ରେମିକାର ଗଳା କାଟିବା ପରେ ନିଜ ଗଳା କାଟି ଜୀବନ ହାରିଲେ ପ୍ରେମିକ

ଦେବଗଡ଼ : ଫେସବୁକ ପ୍ରେମର କରୁଣ ପରିଣତି l ସାହି ଦାଣ୍ଡରେ ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ନିଜ…

4 hours ago

ଥାନାକୁ ଡାକି ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ କରିବା ଘଟଣା : ନିଲମ୍ବିତ ହେଲେ ପୋଲିସ ଏଏସଆଇ

ସୁବର୍ଣ୍ଣପୁର : ମିଛ କେଶରେ ଯୁବକଙ୍କୁ ଥାନାକୁ ଡାକି ଥାର୍ଡ଼ ଡିଗ୍ରୀ କରିବା ଏଏସଆଇଙ୍କୁ ମହଙ୍ଗା ପଡିଲା  l ଘଟଣାକୁ…

5 hours ago

ରୋଗୀ ଆଣୁଥିବା ବେଳେ 108 ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଡ୍ରାଇଭର

ବାସୁଦେବପୁର :  ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108 …

5 hours ago

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…

6 hours ago