ଦେଶ ବିଦେଶ

ବିହାର: ପାଞ୍ଚ ମିଠା ଦୋକାନରୁ ନଗଦ ଟଙ୍କା ସହ ୨ କ୍ୱିଣ୍ଟାଲ୍‌ ଖୁଆପେଡ଼ା ଚୋରି, ତଦନ୍ତ କରୁଛି ପୋଲିସ

ବିହାରର ଜମୁଇରେ ଏକ ଅଦ୍ଭୁତ ଧରଣର ଚୋରି ଘଟଣା ଘଟିଛି। ଏଠାରେ ଚୋରମାନେ ୨ କ୍ୱିଣ୍ଟାଲ ଖୁଆ ପେଡ଼ା ଚୋରି କରି ନେଇଛନ୍ତି। ଏହି ଘଟଣା ଗତ ମଙ୍ଗଳବାର ରାତିରେ ଘଟିଛି। ଜିଲ୍ଲାର ଖେରା ଥାନା ଅଧୀନ ଧନଭେରିଆ ଚୌକ୍‌ରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ପ୍ରକୃତରେ, ଏଠାରେ କିଛି ଚୋର ୫ ରୁ ଅଧିକ ଦୋକାନରୁ ନଗଦ ଟଙ୍କା ସହ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ଚୋରି କରି ନେଇଛନ୍ତି। ଦୋକାନ ଗୁଡ଼ିକରୁ ପ୍ରାୟ ୨ କ୍ୱିଣ୍ଟାଲ ଖୁଆ ପେଡା ଚୋରି ହୋଇଛି। ଘଟଣା ବିଷୟରେ ଜାଣିବା ପରେ ଦୋକାନୀ ମାନେ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କୁହାଯାଏ ଯେ ଜମୁଇର ଧନଭେରିଆ ଚୌକ୍‌ର ପେଡ଼ା କେବଳ ଜମୁଇରେ ନୁହେଁ, ବରଂ ପୂରା ବିହାରରେ ପ୍ରସିଦ୍ଧ। ଏହି ବାଟ ଦେଇ ଯାଉଥିବା ଲୋକ ମାନେ ନିଶ୍ଚିତ ଭାବରେ ଏଠାରୁ ଖୁଆ ପେଡ଼ା କିଣନ୍ତି।

ଅଭିଯୋଗ ଅନୁସାରେ, ଏଠାରେ ଥିବା ଭୀମ ସିଂଙ୍କ ପେଡା ଦୋକାନରୁ ୪୦ କିଲୋ ପେଡା ଏବଂ ୨୫ ହଜାର ଟଙ୍କା ଚୋରି ହୋଇଛି। ସିଣ୍ଟୁ ସିଂଙ୍କ ଦୋକାନରୁ ୫୦ କିଲୋ ପେଡ଼ା ଏବଂ ୧୦ ହଜାର ଟଙ୍କା ଚୋରି ହୋଇଛି। ସେହିପରି ରାଣା ସିଂଙ୍କ ତେଜରାତି ଦୋକାନରୁ ଚୋରମାନେ ନଗଦ ୫୦୦୦ ଟଙ୍କା ସହ ପ୍ରାୟ ୫୦ ହଜାର ଟଙ୍କାର ସାମଗ୍ରୀ ଚୋରି କରି ନେଇଛନ୍ତି। କେବଳ ଏତିକି ନୁହେଁ, ପାଖରେ ଥିବା ପାନ ଦୋକାନ ଏବଂ ମୋବାଇଲ୍ ଦୋକାନରୁ ମଧ୍ୟ ଚୋରି ହୋଇଛି।

ଦୋକାନୀମାନଙ୍କ ଅଭିଯୋଗ କ୍ରମେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଏହି ମାମଲାରେ ସ୍ଥାନୀୟ ଥାନା ଅଧିକାରୀ କହିଛନ୍ତି ଯେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖୁବ୍‌ ଜଲ୍‌ଦି ଚୋରମାନଙ୍କୁ ଗିରଫ କରାଯିବ। ଏହି ଘଟଣାକୁ ନେଇ ଦୋକାନୀ ମାନେ ଏକ ପ୍ରକାର ଭୟଭୀତ ଅବସ୍ଥାରେ ଅଛନ୍ତି।

Roshni

Recent Posts

ଶ୍ରୀମନ୍ଦିର ଇତିହାସରେ ପ୍ରଥମ, ମନ୍ଦିର ହୁଣ୍ଡିରୁ ମିଳିଲା ୭୦ ଲକ୍ଷ ଟଙ୍କାର ସୁନା ଇଟା

ପୁରୀ (କେନ୍ୟୁଜ) : ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଛି ୧ କେଜି ୮ଶହ ମିଲିଗ୍ରାମ ସୁନା। ଆଉ ଏସବୁ ହେଉଛି ସୁନା…

7 mins ago

ସଲମାନଙ୍କୁ ହତ୍ୟା କରିବା ଷଡଯନ୍ତ୍ର ପର୍ଦ୍ଦାଫାସ୍‌, ୪ ଗିରଫ

ବଲିଉଡ ଭାଇଜାନଙ୍କୁ ହତ୍ୟା କରିବା ଷଡଯନ୍ତ୍ର ଉଦ୍ୟମ ପଣ୍ଡ । ନଭି ମୁମ୍ବାଇରେ ଥିବା ପନ୍‌ଭେଲ ସ୍ଥିତ ଫାର୍ମ ହାଉସରେ…

22 mins ago

ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲା: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌):ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଛି…

23 mins ago

ଦୃଢ଼ ଇଚ୍ଛାଶକ୍ତି ବଳରେ ପ୍ରତିକୂଳ ପରିବେଶରେ ଭାଙ୍ଗି ନପଡି ଆଜି ସେ ସଫଳ ମହିଳା ଚାଷୀ

ଅନନ୍ଦପୁର(କେନ୍ୟୁଜ୍‌): ଆଜିକା ସମୟରେ ମହିଳାଙ୍କ ପାଇଁ ଅସମ୍ଭବ ବୋଲି କିଛି ନାହିଁ । ତେବେ ଏଥିପାଇଁ କେବଳ ଆବଶ୍ୟକ ଗଭୀର…

33 mins ago

Smart AC କ’ଣ? ଏହି ଏସି କିଣିବା କାହିଁକି ଲାଭଦାୟକ ହୋଇଥାଏ?

ଚଳିତ ବର୍ଷ ସମଗ୍ର ଭାରତରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରିରହିଛି । ଏପରି ପରିସ୍ଥିତିରେ, ଘର ହେଉ କିମ୍ବା ଅଫିସ୍…

44 mins ago

ଚେନ୍ନାଇରୁ ମୁମ୍ବାଇ ଯାଉଥିବା IndiGo ବିମାନକୁ ବୋମା ଧମକ, କ୍ରୁ ସଦସ୍ୟଙ୍କୁ ମିଳିଲା ଧମକପୂର୍ଣ୍ଣ ଚିଠି

ଇଣ୍ଡିଗୋ ବିମାନକୁ ପୁଣି ବୋମା ଧମକ । ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ବୋମାରେ ଉଡ଼ାଇ ଦେବାକୁ…

59 mins ago