ଦେଶ ବିଦେଶ

ଜମ୍ମୁ କଶ୍ମୀରରୁ ସ୍ୱତନ୍ତ୍ର ମାନ୍ୟତା ହଟିବାକୁ ପୂରିଲା ବର୍ଷେ, ବିରୋଧ ପ୍ରଦର୍ଶନ ଆଶଙ୍କାରେ ସାରା ସହରରେ କର୍ଫ୍ୟୁ ଜାରି

ଜମ୍ମୁ ଓ କଶ୍ମୀର: ଜମ୍ମୁ ଓ କଶ୍ମୀରକୁ ଦିଆଯାଇଥିବା ସ୍ୱତନ୍ତ୍ର ମାନ୍ୟତା ହଟାଯିବା ଘଟଣାକୁ ଆଜି ବର୍ଷେ ପୂରୁଛି। ଏ ଅବସରରେ ସେଠାରେ ବିରୋଧ ପ୍ରଦର୍ଶନ ଆଶଙ୍କାରେ କର୍ଫ୍ୟୁ ଜାରି କରାଯାଇଛି। କାଶ୍ମୀରରେ ଗତକାଲି ଓ ଆଜିଠୁ ଦୁଇ ଦିନ ପାଇଁ କର୍ଫ୍ୟୁ ବଳବତ୍ତର ରହିବ। ଗୁଇନ୍ଦା ସୂଚନା ମୁତାବକ ବର୍ଷପୂର୍ତ୍ତି ଅବସରରେ ପାକିସ୍ତାନ ସମର୍ଥିତ ବିଚ୍ଛିନ୍ନତାବାଦୀ ସଂଗଠନ କଳାଦିବସ ପାଳନ କରି ବିରୋଧ ପ୍ରଦର୍ଶନ କରି ପାରନ୍ତି। ତେଣୁ ସତର୍କମୂଳକ ପଦକ୍ଷେପ ଭାବେ କର୍ଫ୍ୟୁ ଲାଗୁ କରାଯାଇଛି।

ଲୋକଙ୍କ ପାଇଁ ବାହାରକୁ ବାହାରିବା ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ପ୍ରଶାସନର ନିର୍ଦ୍ଦେଶ ମୁତାବକ କେବଳ ଜରୁରୀ ସେବାକୁ ଅନୁମତି ମିଳିଛି। ଅବଶ୍ୟ କୋଭିଡ୍‌ ପାଇଁ ଲକ୍‌ଡାଉନ୍‌ରେ ଅଛି କଶ୍ମୀର। ଗତବର୍ଷ ଅଗଷ୍ଟ ୫ ତାରିଖରେ ଜମ୍ମୁ ଓ କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନ ଧାରା ୩୭୦କୁ ହଟାଯାଇଥିଲା। ଏହାସହ ରାଜ୍ୟ ମାନ୍ୟତା ହଟାଯାଇ ଜମ୍ମୁ ଓ କାଶ୍ମୀର ଏବଂ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଂଚଳ ଗଠନ କରାଯାଇଥିଲା।

ମୋଦି ସରକାରଙ୍କ ଏ ନିଷ୍ପତ୍ତି ବିବାଦାସ୍ପଦ ଥିଲା। ଜମ୍ମୁ ଓ କଶ୍ମୀରର ବହୁ ରାଜନୈତିକ ଦଳ ଓ ଦେଶର ବିରୋଧୀ ଦଳ ଏ ନିଷ୍ପତ୍ତିର ସମାଲୋଚନା କରିଥିଲେ। ଗତବର୍ଷ ଅଗଷ୍ଟ ମାସରେ ମଧ୍ୟ ସେଠାରେ ଏପରି କର୍ଫ୍ୟୁ ଲଗାଯାଇଥିଲା। ଶହଶହ ସଂଖ୍ୟାରେ ରାଜନେତା ଅଟକ କିମ୍ବା ଗିରଫ ହୋଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଭଳି ବହୁ ନେତା ଏବେ ବି ଗୃହବନ୍ଦୀ ହୋଇ ରହିଛନ୍ତି। ଆଠ ମାସ ଅଟକ ରହିବା ପରେ ଗତ ମାର୍ଚ୍ଚ ମାସରେ ମୁକ୍ତ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦ୍ଦୁଲା।

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago