ଜମ୍ମୁ କଶ୍ମୀରରୁ ସ୍ୱତନ୍ତ୍ର ମାନ୍ୟତା ହଟିବାକୁ ପୂରିଲା ବର୍ଷେ, ବିରୋଧ ପ୍ରଦର୍ଶନ ଆଶଙ୍କାରେ ସାରା ସହରରେ କର୍ଫ୍ୟୁ ଜାରି

ଜମ୍ମୁ ଓ କଶ୍ମୀର: ଜମ୍ମୁ ଓ କଶ୍ମୀରକୁ ଦିଆଯାଇଥିବା ସ୍ୱତନ୍ତ୍ର ମାନ୍ୟତା ହଟାଯିବା ଘଟଣାକୁ ଆଜି ବର୍ଷେ ପୂରୁଛି। ଏ ଅବସରରେ ସେଠାରେ ବିରୋଧ ପ୍ରଦର୍ଶନ ଆଶଙ୍କାରେ କର୍ଫ୍ୟୁ ଜାରି କରାଯାଇଛି। କାଶ୍ମୀରରେ ଗତକାଲି ଓ ଆଜିଠୁ ଦୁଇ ଦିନ ପାଇଁ କର୍ଫ୍ୟୁ ବଳବତ୍ତର ରହିବ। ଗୁଇନ୍ଦା ସୂଚନା ମୁତାବକ ବର୍ଷପୂର୍ତ୍ତି ଅବସରରେ ପାକିସ୍ତାନ ସମର୍ଥିତ ବିଚ୍ଛିନ୍ନତାବାଦୀ ସଂଗଠନ କଳାଦିବସ ପାଳନ କରି ବିରୋଧ ପ୍ରଦର୍ଶନ କରି ପାରନ୍ତି। ତେଣୁ ସତର୍କମୂଳକ ପଦକ୍ଷେପ ଭାବେ କର୍ଫ୍ୟୁ ଲାଗୁ କରାଯାଇଛି।

ଲୋକଙ୍କ ପାଇଁ ବାହାରକୁ ବାହାରିବା ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ପ୍ରଶାସନର ନିର୍ଦ୍ଦେଶ ମୁତାବକ କେବଳ ଜରୁରୀ ସେବାକୁ ଅନୁମତି ମିଳିଛି। ଅବଶ୍ୟ କୋଭିଡ୍‌ ପାଇଁ ଲକ୍‌ଡାଉନ୍‌ରେ ଅଛି କଶ୍ମୀର। ଗତବର୍ଷ ଅଗଷ୍ଟ ୫ ତାରିଖରେ ଜମ୍ମୁ ଓ କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନ ଧାରା ୩୭୦କୁ ହଟାଯାଇଥିଲା। ଏହାସହ ରାଜ୍ୟ ମାନ୍ୟତା ହଟାଯାଇ ଜମ୍ମୁ ଓ କାଶ୍ମୀର ଏବଂ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଂଚଳ ଗଠନ କରାଯାଇଥିଲା।

jammuମୋଦି ସରକାରଙ୍କ ଏ ନିଷ୍ପତ୍ତି ବିବାଦାସ୍ପଦ ଥିଲା। ଜମ୍ମୁ ଓ କଶ୍ମୀରର ବହୁ ରାଜନୈତିକ ଦଳ ଓ ଦେଶର ବିରୋଧୀ ଦଳ ଏ ନିଷ୍ପତ୍ତିର ସମାଲୋଚନା କରିଥିଲେ। ଗତବର୍ଷ ଅଗଷ୍ଟ ମାସରେ ମଧ୍ୟ ସେଠାରେ ଏପରି କର୍ଫ୍ୟୁ ଲଗାଯାଇଥିଲା। ଶହଶହ ସଂଖ୍ୟାରେ ରାଜନେତା ଅଟକ କିମ୍ବା ଗିରଫ ହୋଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଭଳି ବହୁ ନେତା ଏବେ ବି ଗୃହବନ୍ଦୀ ହୋଇ ରହିଛନ୍ତି। ଆଠ ମାସ ଅଟକ ରହିବା ପରେ ଗତ ମାର୍ଚ୍ଚ ମାସରେ ମୁକ୍ତ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦ୍ଦୁଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.