ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ପାଇଁ ସହମତି ପ୍ରକାଶ କଲେ ବିହାର ରାଜ୍ୟପାଳ ଫଗୁ ଚୌହାନ

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣା। ସିବିଆଇ ତଦନ୍ତ ପାଇଁ ସହମତି ପ୍ରକାଶ କରିଛନ୍ତି ବିହାର ରାଜ୍ୟପାଳ ଫଗୁ ଚୌହାନ । ଗତକାଲି ସିବିଆଇ ତଦନ୍ତ ନେଇ ସୁପାରିଶ କରିଥିଲେ ବିହାର ମୁଖ୍ୟମନ୍ତ୍ରୀ । ଏହାପରେ ସଂଧ୍ୟାରେ ରାଜ୍ୟପାଳ ସିବିଆଇ ତଦନ୍ତ ଫାଇଲରେ ମୋହର ମାରିଛନ୍ତି । ପାଟନାରେ ରୁଜୁ ହୋଇଥିବା ଏଫଆଇଆରକୁ ଆଧାର କରି ସିବିଆଇ ତଦନ୍ତ କରିପାରିବ ବୋଲି ରାଜ୍ୟପାଳ ନିଜର ସହମତି ପ୍ରକାଶ କରିଛନ୍ତି । ଏବେ ଏହି ଫାଇଲ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପାଖକୁ ଯିବାର ସମ୍ଭାବନା ରହିଛି । ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଲେ ଘଟଣାର ସିବିଆଇ ତଦନ୍ତ ହୋଇପାରିବ ।

ସୁଶାନ୍ତଙ୍କ ବାପା ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ସହ ଫୋନରେ କଥା ହୋଇ ସିବିଆଇ ତଦନ୍ତ ଦାବି କରିଥିଲେ । ସେପଟେ ମହାରାଷ୍ଟ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ସିବିଆଇ ତଦନ୍ତର କୌଣସି ଆବଶ୍ୟକତା ନାହିଁ । ମୁମ୍ବାଇ ପୋଲିସ ଠିକଣା ଦିଗରେ ତଦନ୍ତ କରୁଛି । ଅନ୍ୟପଟେ ଆଜି ରିୟା ଚକ୍ରବର୍ତ୍ତୀଙ୍କ ପିଟିସନର ସୁପ୍ରିମକୋର୍ଟରେ ଶୁଣାଣି ହେବ । ପାଟନା ବଦଳରେ ମୁମ୍ବାଇ ପୋଲିସ ତଦନ୍ତ କରୁ ବୋଲି ସେ ପିଟିସନ ଦାୟର କରିଛନ୍ତି ।

sushant singhଅନ୍ଯପଟେ ମୁମ୍ବାଇ ପୋଲିସ ସହ ବିହାର ପୋଲିସ ମଧ୍ୟ କରୁଛି। ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ଅଭିଯୋଗ ହେବା ପରେ ଏବେ ପୋଲିସ ରିୟାଙ୍କୁ ଖୋଜୁଛି। ଏହି ମାମଲାରେ ଏବେ ରିୟାଙ୍କ ଓକିଲ କହିଛନ୍ତି ବିହାର ସରକାର ସିବିଆଇ ଯାଞ୍ଚ ପାଇଁ ଦାବି କରିପାରିବେ ନାହିଁ। ଓକିଲଙ୍କ ଅନୁସାରେ ବିହାର ସରକାରଙ୍କ ଏଭଳି ସିବିଆଇ ଯାଞ୍ଚ ଦାବି ଭୁଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.