Below header

ପୁଣି ପବିତ୍ର ସମ୍ପର୍କରେ ଲାଗିଲା ରକ୍ତର ଛିଟା: ସ୍ବାମୀର ଠେଙ୍ଗା ମାଡରେ ଜୀବନ ହାରିଲା ସ୍ତ୍ରୀ

ମୟୂରଭଞ୍ଜ : ସ୍ୱାମୀ ଓ ସ୍ତ୍ରୀର ପବିତ୍ର ସମ୍ପର୍କରେ ରକ୍ତର ଛିଟା । ପୁଣି ଘଟିଗଲା ଅଘଟଣ । ସ୍ବାମୀର ଠେଙ୍ଗା ମାଡରେ ସ୍ତ୍ରୀ ମୃତ୍ଯୁ ହୋଇଥିବା ନେଇ ଖବର ଏବେ ସାମ୍ନାକୁ ଆସିଛି  । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା କୋଟିଶଳ ଗାଁରେ । ମୃତକ ହେଲେ କୋଇଲି ମୁଣ୍ଡା । ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟା ହୋଇଛି । ଖବର ପାଇ ଝାରପୋଖରିଆ ଥାନା ଅଧିକାରୀ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.