ସମୁଦ୍ର କୂଳରୁ ମିଳିଲା ୧୫ଫୁଟ୍ ଲମ୍ବର ରହସ୍ଯମୟ ଜୀବ, ଯାହାକୁ ଦେଖି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ଯ

ବ୍ରିଟିଶ୍ ସମୁଦ୍ରକୂଳ ନିକଟରେ ୧୫ ଫୁଟର ଏକ ରହସ୍ଯମୟ ଜୀବ ଦେଖିବାକୁ ମିଳିଛି। ଯାହାକୁ ଦେଖିବା ପରେ ଲୋକମାନଙ୍କ ହୋସ୍ ମଧ୍ଯ ଉଡିଯାଇଛି। ଲିୱରପୁଲ୍ ଇକୋ ଅନୁଯାୟୀ ଗତ ୨୯ ଜୁଲାଇରେ ଜଣେ ବ୍ଯକ୍ତିଙ୍କୁ Ainsdale ସମୁଦ୍ର ତଟ ନିକଟରେ ଦୁର୍ଗନ୍ଧ ବିଶିଷ୍ଟ ଶବ ମିଳିଛି। ଲୋକଙ୍କ କହିବାନୁଯାୟୀ, ଏହାର ୪ଟି ଗୋଡ ରହିଛି, ଯାହାକୁ ଦେଖିବାକୁ ଅଦ୍ଭୁତ ଧରଣର। ଏହି ଅଦ୍ଭୁତ ଜୀବ ୧୫ ଫୁଟର ହୋଇଥିବା ବେଳେ ଶରୀରର ପ୍ରତ୍ଯେକ ସ୍ଥାନରେ ହାଡ ଦେଖିବାକୁ ମିଳିଛି।

jibaଏସବୁ ବ୍ଯତୀତ ଲୋକଙ୍କ କହିବାନୁଯାୟୀ, ଉକ୍ତ ଜୀବଟି ଜନ୍ମ ଦେବା ସମୟରେ ମ୍ତ୍ଯୁ ହୋଇଥିବା ଜଣାପଡୁଛି। ଅଦ୍ଭୁତ ଦେଖାଯାଉଥିବା ଏହି ଜୀବର ଫଟୋ ଏବେ ଫେସବୁକର Ainsdale ସାମୁଦାୟିକ ସମୁହରେ ପୋଷ୍ଟ କରାଯାଇଥିଲା, ଯାହା ଏବେ ଭାଇରାଲ ହେବାରେ ଲାଗିଛି।
ସୂଚନା ମୁତାବକ ନ୍ଯାଚୁରାଲ ଇଂଲଣ୍ଡର ବରିଷ୍ଠ ଉପଦେଶକାରୀ ଷ୍ଟୀଫନ ଆୟଲିକଙ୍କ କହିବାନୁଯାୟୀ, ପ୍ରକୃତରେ ଏହା କେଉଁ ଜୀବ ତାହା ସ୍ପଷ୍ଟ ଜଣାପଡିନାହିଁ। ଏହା ହ୍ବେଲ ପ୍ରଜାତିର ବୋଲି ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.