Below header

ମାଲକାନଗିରିରେ ବିଏସ୍ଏଫ୍ ଯବାନଙ୍କ ଆତ୍ମହତ୍ୟା! ନିଜ ସର୍ଭିସ୍ ରିଭଲଭର ସାହାଯ୍ଯରେ ନିଜକୁ କଲେ ଗୁଳି

ମାଲକାନଗିରି: ଓଡିଶାର ମାଓପ୍ରବଣ ଅଞ୍ଚଳ ଭାବେ ପରିଚିତ ମାଲକାନଗିରି ଜିଲ୍ଲାରେ ଘଟିଛି ଏକ ଅଘଟଣ । ମାଲକାନଗିରିରେ ନିୟୋଜିତ ଥିବା ଜଣେ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ଯବାନ ବୁଧବାର ନିଜର ସର୍ଭିସ୍ ରିଭଲଭର ସାହାଯ୍ଯରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ମୃତ ଯବାନ ଜଣଙ୍କ ରାଜସ୍ଥାନର ସେଶା କରଣ ବୋଲି ଜଣାପଡିଛି ଏବଂ ସେ ମାଲକାନଗିରିରେ ନିୟୋଜିତ ହୋଇଥିଲେ। ଏହି ଯବାନ ମାଲକାନଗିରିର ଚିତ୍ରାକୋଣ୍ଡା ପୋଲିସ ଷ୍ଟେସନ ନିକଟ ୯ମ ବାଟାଲିୟନରେ ରହୁଥିଲେ। ଯଦିଓ ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ, ପୋଲିସ୍ ଏଦିଗରେ ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.