Below header

ମଦୁଆ ସ୍ୱାମୀ ନେଲା ସ୍ତ୍ରୀର ଜୀବନ, ବଲାଙ୍ଗିର ଜଗନ୍ନାଥ ପଡ଼ାରେ ହତ୍ୟାକାଣ୍ଡ

ବଲାଙ୍ଗିର(କେନ୍ଯୁଜ୍):  ବଲାଙ୍ଗିର ଜଗନ୍ନାଥ ପଡାରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ମୃତକ ହେଲେ ଆନନ୍ଦିନୀ ବାରିକ । ସୂଚନା ମୁତାବକ ଘରୋଇ କଳହରୁ ହତ୍ୟାକାଣ୍ଡ ସନ୍ଦେହ କରଯାଉଛି । ଅନ୍ଯପଟେ ଉକ୍ତ ଘଟଣାରେ ଅଭିଯୁକ୍ତ ସ୍ୱାମୀ ମୋତିଲାଲ ବାରିକକୁ ଗିରଫ କରିଛି ବଲାଙ୍ଗୀର ଟାଉନ ପୋଲିସ । ମୋତିଲାଲ ସବୁଦିନ ମଦ ପିଉଥିବାରୁ ସ୍ତ୍ରୀ ଓ ସ୍ୱାମୀଙ୍କ ମଧ୍ୟରେ କଳି ଝଗଡା ହେଉଥିଲା ।

ରିପୋର୍ଟ ଅନୁଯାୟୀ ଗତକାଲି ରାତିରେ ଘରୋଇ କଳହରୁ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ଭାଇ । ଏନେଇ ବଲାଙ୍ଗିର ପୋଲିସ ଅଭିଯୁକ୍ତ ସ୍ୱାମୀ ମୋତିଲାଲକୁ ଗିରଫ କରି ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.