Below header

ରୋଷେଇ କରୁଥିବା ବେଳେ ଗ୍ଯାସ୍ ଲିକ୍, ୪ ଗୁରୁତର

ବାଲେଶ୍ବର(କେନ୍ଯୁଜ୍): ବାଲେଶ୍ବର ସଦର ଥାନା ଅନ୍ତର୍ଗତ ରସାଳପୁର ଅଞ୍ଚଳରେ ଗ୍ଯାସ ଲିକ୍ ହୋଇ ଅଗ୍ନିକାଣ୍ଡରେ ଚାଳ ଘର ପୋଡିବା ସହ ୪ଜଣ ଗୁରୁତର ହୋଇଛନ୍ତି। ୪ଜଣଙ୍କ ମଧ୍ଯରୁ ୨ଜଣଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ୨ଜଣ ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ସୂଚନା ମୁତାବକ ରସାଳପୁର ଅଞ୍ଚଳର ସୌଦାମିନି ବେଜ ରୋଷେଇ କରୁଥିବା ବେଳେ ଗ୍ଯାସ ଟାଙ୍କିରୁ ଗ୍ଯାସ ଲିକ୍ ହୋଇ ନିଆଁ ଜଳି ଉଠିଥିଲା। ପରେ ନିଆଁ ବ୍ଯାପି ଚାଳ ଘରକୁ ବ୍ଯାପିବା ସହ ୪ଜଣ ଗୁରୁତର ହୋଇଥିଲେ। ଖବର ପାଇ ଗଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.