ପୁଲୱାମା ଆକ୍ରମଣରେ ଥାଇପାରେ ISIର ହାତ; ସେନା, ସିଆରପିଏଫ୍‌ ଓ ପୋଲିସର ମିଳିତ ପ୍ରେସମିଟ୍‌

କେନ୍ୟୁଜ୍ : ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପଛରେ ରହିଛି ପାକିସ୍ତାନ ସେନାର ହାତ । ଆତଙ୍କବାଦୀ ଜୈଶ-ଏ-ମହମ୍ମଦ ପାକିସ୍ତାନ ସେନାର ସନ୍ତାନ । ଜମ୍ମୁ-କାଶ୍ମୀରରେ ସେନା, ସିଆରପିଏଫ୍‌ ଓ ପୋଲିସର ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହା କୁହାଯାଇଛି । ସେନା ପକ୍ଷରୁ କୁହାଯାଇଛି ଜୈଶ-ଏ-ମହମ୍ମଦକୁ ଆଇଏସ୍‌ଆଇ କଣ୍ଟ୍ରୋଲ କରୁଥିଲା । ପାକିସ୍ତାନ ସେନାର ଇସାରାରେ ପୁଲଓ୍ଵମାରେ ଆକ୍ରମଣ କରିଛି ଜୈଶ-ଏ-ମହମ୍ମଦ । ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା କାମରନ । କାମରନକୁ ଲଗାତର ଆଇଏସ୍‌ଆଇରୁ ନିର୍ଦ୍ଦେଶ ମିଳୁଥିଲା । ଗତକାଲି ହୋଇଥିବା ଅପରେସନ୍‌ରେ ମାଷ୍ଟର ମାଇଣ୍ଡ କାମରନ୍‌ ନିହତ ହୋଇଛି । ଏହା ସହ ଆତଙ୍କବାଦୀଙ୍କୁ କଡ଼ା ଚେତବନୀ ଦେଇଛି ସେନା । ଯିଏ ବନ୍ଧୁକ ଉଠାଇବ ସିଏ ମରିବ, ଯିଏ ଅନୁପ୍ରବେଶ କରିବ, ତାକୁ ଛଡାଯିବନି ବୋଲି ସେନା ପକ୍ଷରୁ କୁହାଯାଇଛି । ଏହା ସହ ଆତଙ୍କବାଦୀଙ୍କ ପିତା-ମାତାଙ୍କୁ ସେନା ପକ୍ଷରୁ ଅପିଲ କରାଯାଇଛି । ମା’ମାନେ ନିଜ ପିଲାମାନଙ୍କୁ ଆତ୍ମସମର୍ପଣ କରିବାକୁ କୁହନ୍ତୁ ବୋଲି ସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଅପିଲ କରାଯାଇଛି ।

 

 

KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

7 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

10 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

11 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

11 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

13 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

13 hours ago