ଆମେରିକାରେ ସଡକ ଦୁର୍ଘଟଣାରେ ଦୁଇ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ଶେଷକୃତ୍ୟ ପାଇଁ ସହପାଠୀ ଆଦାୟ କଲେ ୪୨୦୦ଡଲାର

କେନ୍ୟୁଜ୍(ବ୍ୟୁରୋ):  ଦୁର୍ଘଟଣାରେ ଭାରତୀୟ ଦୁଇ ଛାତ୍ରଙ୍କ ମୃତ। ସେମାବାର ଦିନ  ଟକ୍ସାସର ଦକ୍ଷିଣ ନ୍ୟାସବିଲରେ ଏହି ଦୁର୍ଘଟଣା ଘଟିଛି। ମୃତ ଦୁଇ ଜଣ ଛାତ୍ର ହେଉଛନ୍ତି ଜୁଡି ଷ୍ଟେନଲି(୨୩) ଓ ବୈଭବ ଗୋପିସେଟ୍ଟି(୨୬)। ଟେନେସି ଷ୍ଟେଟ ବିଶ୍ବବିଦ୍ୟାଳୟରେ(TSU)  ଏଗ୍ରିକଲଚର ଖାଦ୍ୟ ବିଜ୍ଞାନର ଉଭୟ ସ୍ନାତକୋତ୍ତର କରୁଥିଲେ।ଦୁଇଜଣଙ୍କ ମୃତ୍ୟୁ ପରେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଫେସବୁକ ପୋଷ୍ଟରେ ମୃତ ଛାତ୍ରଙ୍କୁ ନିଜ ଜନ୍ମ ମାଟିରେ ଫେରାଇ ନେଇ ଅନ୍ତିମ ସଂସ୍କାର କରିବା ପାଇଁ  ସହପାଠିମାନଙ୍କୁ ଅପିଲ କରିଥିଲେ । ଯାହାଦ୍ବାରା ସହପାଠୀ ମାନେ ସାହାଯ୍ୟ ବାବଦକୁ ୪୨୦୦ ଡଲାର ଅର୍ଥ ଦେଇଛନ୍ତି।  ତେବେ ଆଉ କିଛି ଫର୍ମାଲିଟି ପୂରଣ ହେବା ପରେ ଉଭୟଙ୍କୁ ଭାରତ ଅଣାଯାଇପାରିବ ବୋଲି ମୃତ ଛାତ୍ରଙ୍କ ସହପାଠି ମତ ଦେଇଛନ୍ତି।

 

 

 

 

 

KNews Bureau

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

4 hours ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

4 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

5 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

6 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

7 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

7 hours ago