ପାକିସ୍ତାନ ସେନାରେ ବିଦ୍ରୋହ, ସେନାଧ୍ୟକ୍ଷ ବାଜଓ୍ଵାଙ୍କୁ ନେଇ ଘଟିଛି ଏମିତି ଘଟଣା

ଇସଲାମାବାଦ : ପାକିସ୍ତାନ ସେନାରେ ବିଦ୍ରୋହ । ସେନାଧ୍ୟକ୍ଷ କମର ଜାଭେଦ ବାଜଓ୍ଵାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବା ଉପରେ ସୁପ୍ରିମ୍‌ କୋର୍ଟ ରୋକ୍‌ ଲଭାଇବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ପାକ୍‌ ସେନାର ୭ ଜଣ ଜେନେରାଲ ଏହାକୁ ସମର୍ଥନ କରିଥିବା ବେଳେ ଅନ୍ୟମାନେ ଏହାକୁ ବିରୋଧ କରିଛନ୍ତି । ଇମ୍ରାନ୍‌ ସରକାର ବାଜଓ୍ଵାଙ୍କ କାର୍ଯ୍ୟକାଳ ୩ ବର୍ଷ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ସୁପ୍ରିମ୍‌ କୋର୍ଟ ଏହାକୁ ୬ ମାସ କରିବା ଲାଗି ଅନୁମତି ଦେଇଛନ୍ତି ।
ଯଦି ବାଜଓ୍ଵାଙ୍କ କାର୍ଯ୍ୟକାଳ ୩ ବର୍ଷକୁ ବୃଦ୍ଧି କରାଯାଉଛି ତେବେ ବିରୋଧ କରୁଥିବା ସାତ ଜଣ ଜେନେରାଲ ଆଉ ସେନାଧକ୍ଷ୍ୟ ହୋଇ ପାରିବେ ନାହିଁ । ତେଣୁ ସେମାନେ ଏକାଠି ହୋଇ ବଜଓ୍ଵାଙ୍କ ୩ ବର୍ଷ କାର୍ଯ୍ୟକାଳକୁ ବିରୋଧ କରିବା ସହ ସୁପ୍ରିମ୍‌ କୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ବଜଓ୍ଵାଙ୍କ ପରେ ଜେନେରାଲ ସତ୍ତାର ପାକିସ୍ତାନ ସେନାର ଅଧ୍ୟକ୍ଷ ପଦ ପାଇବା କଥା । ବରିଷ୍ଠତା ଦୃଷ୍ଟିରୁ ତାଙ୍କୁ ଏହି ପଦବି ମିଳିବା କଥା । ହେଲେ ଏଭଳି ପରିସ୍ଥିତି ଦେଖି ସେ ନିଜ ପଦବିରୁ ଇସ୍ତଫା ଦେଇଥିବା କୁହାଯାଉଛି ।

KNews Bureau

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

6 hours ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

6 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

7 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

8 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

9 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

9 hours ago