Below header

ପାକିସ୍ତାନ ସେନାରେ ବିଦ୍ରୋହ, ସେନାଧ୍ୟକ୍ଷ ବାଜଓ୍ଵାଙ୍କୁ ନେଇ ଘଟିଛି ଏମିତି ଘଟଣା

ଇସଲାମାବାଦ : ପାକିସ୍ତାନ ସେନାରେ ବିଦ୍ରୋହ । ସେନାଧ୍ୟକ୍ଷ କମର ଜାଭେଦ ବାଜଓ୍ଵାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବା ଉପରେ BAJWAସୁପ୍ରିମ୍‌ କୋର୍ଟ ରୋକ୍‌ ଲଭାଇବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ପାକ୍‌ ସେନାର ୭ ଜଣ ଜେନେରାଲ ଏହାକୁ ସମର୍ଥନ କରିଥିବା ବେଳେ ଅନ୍ୟମାନେ ଏହାକୁ ବିରୋଧ କରିଛନ୍ତି । ଇମ୍ରାନ୍‌ ସରକାର ବାଜଓ୍ଵାଙ୍କ କାର୍ଯ୍ୟକାଳ ୩ ବର୍ଷ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ସୁପ୍ରିମ୍‌ କୋର୍ଟ ଏହାକୁ ୬ ମାସ କରିବା ଲାଗି ଅନୁମତି ଦେଇଛନ୍ତି ।
ଯଦି ବାଜଓ୍ଵାଙ୍କ କାର୍ଯ୍ୟକାଳ ୩ ବର୍ଷକୁ ବୃଦ୍ଧି କରାଯାଉଛି ତେବେ ବିରୋଧ କରୁଥିବା ସାତ ଜଣ ଜେନେରାଲ ଆଉ ସେନାଧକ୍ଷ୍ୟ ହୋଇ ପାରିବେ ନାହିଁ । ତେଣୁ ସେମାନେ ଏକାଠି ହୋଇ ବଜଓ୍ଵାଙ୍କ ୩ ବର୍ଷ କାର୍ଯ୍ୟକାଳକୁ ବିରୋଧ କରିବା ସହ ସୁପ୍ରିମ୍‌ କୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ବଜଓ୍ଵାଙ୍କ ପରେ ଜେନେରାଲ ସତ୍ତାର ପାକିସ୍ତାନ ସେନାର ଅଧ୍ୟକ୍ଷ ପଦ ପାଇବା କଥା । ବରିଷ୍ଠତା ଦୃଷ୍ଟିରୁ ତାଙ୍କୁ ଏହି ପଦବି ମିଳିବା କଥା । ହେଲେ ଏଭଳି ପରିସ୍ଥିତି ଦେଖି ସେ ନିଜ ପଦବିରୁ ଇସ୍ତଫା ଦେଇଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.