ଦେଶ ବିଦେଶ

ପ୍ରାକୃତିକ ବିପଦ ବଢୁଛି କାହିଁକି ? ବୈଜ୍ଞାନିକ ପୁଣି ଦେଲେ ଚେତାବନୀ, ଏମିତି କଲେ ଧ୍ୱଂସ ନିଶ୍ଚିତ

ନୂଆଦିଲ୍ଲୀ : ଇଏ ଆଉ ନୂଆ କଥା ହୋଇ ରହି ନାହିଁ କି ଗ୍ଲୋବାଲ ଓ୍ଵାର୍ମିଂ ଯୋଗୁଁ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଘଟୁଛି । ତାର କାରଣ ମଧ୍ୟ ସମସ୍ତଙ୍କୁ ଜଣା । ପ୍ରକୃତିକୁ ନଷ୍ଟ କରି ନିଜ ପାଇଁ ନିଜେ ବିପଦ ସୃଷ୍ଟି କରୁଛି ମଣିଷ । ବର୍ତ୍ତମାନ ଅକଟୋବର ମାସ ଆରମ୍ଭ ହୋଇଗଲାଣି ହେଲେ ଏବେବି ଓଡ଼ିଶା ସମେତ ଦେଶର ଅନେକ ରାଜ୍ୟରେ ଭୀଷଣ ବର୍ଷା ଜାରି ରହିଛି । କେତେବେଳେ ପାଣିପାଗ ବିଜ୍ଞାନୀ କହୁଛନ୍ତି କି ମୌସୁମୀର ଲେଉଟାଣି ଯୋଗୁଁ ଏହି ବର୍ଷା ହେଉଛି । ପୁଣି କେତେବେଳେ କହୁଛନ୍ତି ସମୁଦ୍ରର ଉପରିଭାଗ ଉତ୍ତପ୍ତ ରହୁଥିବାରୁ ବାରମ୍ବାର ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇ ବର୍ଷା ହେଉଛି । ଅନ୍ୟପକ୍ଷରେ ଆଉ କେତେକଙ୍କ ମତରେ ଏବେ ଲଘୁଚାପ ଅପେକ୍ଷା ଅବପାତ ଅଧିକ ହେଉଛି ।

ତେବେ ଏସବୁ ଘଟୁଛି କାହିଁକି ? ବର୍ଷା ସହିତ ବାତ୍ୟା, ହିମସ୍ଖଳନ, ଭୂସ୍ଖଳନ, ବାଦଲ ଫଟା ବର୍ଷା ଏବଂ ଭୂମିକମ୍ପ ଆଦି ଘଟି ଚାଲିଛି । ଆଉ ଯାହାକୁ ନେଇ ସାଧାରଣ ଲୋକେ ସିନା ଭୟଭୀତ ହେଉଛନ୍ତି । ପୃଥିବୀ ଶେଷ ହେବାର ସମୟ ଆସିଗଲା ବୋଲି ମନେ କରି ଆତଙ୍କିତ ହେଉଛନ୍ତି, ହେଲେ ବୈଜ୍ଞାନିକମାନଙ୍କ କହିବା କଥା ହେଉଛି, ଏହାର କାରଣ ପ୍ରଦୂଷଣ ଏବଂ ଅତ୍ୟଧିକ ମାତ୍ରାରେ ବୃକ୍ଷ ନଷ୍ଟ ।

ନିକଟରେ କେଦାରନାଥ ସମେତ ଅନ୍ୟ କେତେକ ଜାଗାରେ ହିମସ୍ଖଳନ ହୋଇ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି । ପୁଣି ଯେଉଁ ଜାଗାରେ ପୂର୍ବରୁ ବର୍ଷା ହେଉନଥିଲା ସେଠାରେ ପ୍ରବଳ ବର୍ଷା ଦେଖିବାକୁ ମିଳୁଛି ।

ଜୟବାୟୁରେ ଏଭଳି ପରିବର୍ତ୍ତନ ବିଶ୍ୱ ପାଇଁ ଆଦୌ ଶୁଭଙ୍କର ନୁହେଁ । ଏକଥା ବୈଜ୍ଞାନିକମାନେ ଚେତାଇ ଦେବା ସହିତ ଏହାର ପ୍ରମୁଖ କାରଣ ପ୍ରଦୂଷଣ ଏବଂ ବୃକ୍ଷ ନଷ୍ଟ ବୋଲି କହିଛନ୍ତି । ସେମାନଙ୍କ ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ ଅତ୍ୟଧିକ ଯାନବାହନ ଚଳାଚଳ ଯୋଗୁଁ ବାୟୁ ପ୍ରଦୂଷଣ ଘଟୁଛି । ଯାହା ଜଳବାୟୁ ପରିବର୍ତ୍ତନର ଏକ ବଡ଼ କାରଣ । ସେହିପରି ବିଗତ ଦିନଗୁଡ଼ିକରେ ବ୍ୟାପକ ଗଛ କଟା ମଧ୍ୟ ଶୃଙ୍ଖଳିତ ପାଣିପାଗ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି । ଆଉ ଖାସ୍‌ ସେଇଥି ପାଇଁ ଅନିୟମିତ ବର୍ଷା ହେଉଛି । ଉଚିତ ସମୟରେ ବର୍ଷାର ଦେଖା ନଥିବା ବେଳେ ଅନ୍ୟ ସମୟରେ ପ୍ରବଳ ବର୍ଷୁଛି ।

ତେଣୁ ଏସବୁ କାରଣ ପ୍ରତି ମଣିଷ ସମାଜ ଅଧିକ ଦୃଷ୍ଟି ଦେବାକୁ ସେମାନ ସତର୍କ କରି ଦେଇଛନ୍ତି । ତା ସହିତ ଅଧିକ ବୃକ୍ଷରୋପଣ କରିବାକୁ ପରାମର୍ଶ ଦେଇଛନ୍ତି । ଆଉ ଚେତାଇ ଦେଇଛନ୍ତି ଯେ ପ୍ରକୃତି ସହ ଖେଳିଲେ ସେ ମଣିଷ ସମାଜକୁ ପୂରାପୂରି ଧ୍ୱଂସ କରିଦେବ ।

 

KNews Bureau

Recent Posts

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲା : ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି…

15 seconds ago

ଇଂଲଣ୍ଡ ଟିମକୁ ଝଟକା, ୩୦୩ ମ୍ୟାଚରେ ବେଟିଂ ଅଭିଯୋଗରେ ବ୍ୟାନ୍‌ ହେଲେ ଷ୍ଟାର କ୍ରିକେଟର

ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ଇଂଲଣ୍ଡ ଟିମକୁ ଶକ୍ତ ଝଟକା ଲାଗିଛି । ବେଟିଂ କରିବା ଅଭିଯୋଗର ଟିମର ଷ୍ଟାର…

17 mins ago

କନ୍ୟାକୁମାରୀରେ ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ମୋଦି, ସକାଳେ ପ୍ରଦାନ କରିଥିଲେ ସୂର୍ଯ୍ୟ ଅର୍ଘ୍ୟ

ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କନ୍ୟାକୁମାରୀର ବିବେକାନନ୍ଦ ପଥର ସ୍ମାରକୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଧନାର ଆଜି ଥିଲା…

19 mins ago

ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶିକ୍ଷୟତ୍ରୀ

ମହାନତା ଦେଖାଇଲେ ଶିକ୍ଷୟତ୍ରୀ । ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ…

47 mins ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

56 mins ago

ଦିନ ଗୋଟାଏ ସୁଦ୍ଧା ରାଜ୍ୟରେ ହାରାହାରି ୩୭.୬୪% ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ…

1 hour ago