ଦେଶ ବିଦେଶ

କଳ ମୂଳେ ବସି ସାଧାରଣ ଲୋକ ଭଳି ଗାଧୋଉଛନ୍ତି ମନ୍ତ୍ରୀ, କହିଲେ- ‘ଆମ ସରକାରରେ କୌଣସି ଭିଆଇପି କଲଚର ନାହିଁ’

ଉତ୍ତର ପ୍ରଦେଶ: ଥରେ ମନ୍ତ୍ରୀ ପଦରେ ବସିବା ପରେ ବ୍ୟକ୍ତିଙ୍କ ଚାଲି ଚଳଣି ସମ୍ପୂର୍ଣ୍ଣ ବଦଳିଯାଏ। ସେ ଆଉ ସାଧାରଣ ଲୋକ ଭଳି ଜୀବନ ବଞ୍ଚନ୍ତି ନାହିଁ। ସାଧାରଣ ଲୋକଙ୍କର ଏହି ଧାରଣାକୁ ଭୁଲ ପ୍ରମାଣିତ କରିଛନ୍ତି ବିଜେପିର ଜଣେ ମନ୍ତ୍ରୀ। ଉତ୍ତର ପ୍ରଦେଶ ସରକାରଙ୍କର ଜଣେ ମନ୍ତ୍ରୀ ଲୋକଙ୍କର ଏହି ଭ୍ରମ ଧାରଣାକୁ ଭୁଲ ପ୍ରମାଣିତ କରି ଜଣ କର୍ମୀଙ୍କ ଘରେ ସାଧାରଣ ଭାବେ ରାତି କଟାଇଥିବା ଦେଖାଯାଇଛି। ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଘରେ ରାତି ବିତାଇବା ପରେ ସେ କଳ ମୂଳରେ ଗାଧୋଇବା ବେଳର ଭିଡିଓକୁ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଭିଡିଓ ସେୟାର କରି ମନ୍ତ୍ରୀ କହିଛନ୍ତି- ଯୋଗୀ ସରକାରରେ କୌଣସି ଭିଆଇପି କଲଚର ନାହିଁ।

ରାଜ୍ୟର ଔଦ୍ୟୋଗିକ ବିକାଶ ମନ୍ତ୍ରୀ ନନ୍ଦ ଗୋପାଳ ଗୁପ୍ତା ‘ନନ୍ଦୀ’ ଶାହଜହାଁପୁର ଜିଲ୍ଲା ଗସ୍ତ ବେଳେ ସୁଟିଂ କରାଯାଇଥିବା ଭିଡିଓକୁ ଟ୍ଵିଟରରେ ସେୟାର କରିଛନ୍ତି। ଏକ କ୍ଲିପ୍‌ରେ ସେ ହ୍ୟାଣ୍ଡ ପମ୍ପ ପାଖରେ ବସି ଗାଧୋଉଥିବା ଦେଖାଯାଇଛି। ମନ୍ତ୍ରୀ କହିଛନ୍ତି, ସେ ଦିନର ଆରମ୍ଭ କପେ୍‌ ଚା’ ରେ କରିଛନ୍ତି ଓ ତା’ ପରେ କଳରେ ଗାଧୋଇଛନ୍ତି।

ଦେଖନ୍ତୁ ଭିଡିଓ:

ଟ୍ଵିଟ୍‌ କରିଥିବା ଆଉ ଏକ ଭିଡିଓରେ ମନ୍ତ୍ରୀ ଶ୍ରୀ ଗୁପ୍ତା ମୁଣ୍ଡ କୁଣ୍ଡାଇ ପ୍ରସ୍ତୁତ ହେଉଥିବା ଦେଖାଯାଇଛି। ସେ ଲେଖିଛନ୍ତି- ଯୋଗୀ ସରକାର ଓ ପୂର୍ବ ସରକାରରେ ଏହା ହିଁ ତଫାତ୍‌। ଯୋଗୀ ସରକାରରେ ସାଧାରଣ ଜନତା ଓ ସରକାରଙ୍କ ମଧ୍ୟରେ କୌଣସି ଦୂରତା ନାହିଁ କି କୌଣସି ଅନ୍ତର ନାହିଁ। ଏଠାରେ କୌଣସି ଭିଆଇପି କଲଚର ନାହିଁ।

ଗତ ସପ୍ତାହରେ ବରେଲି ଜିଲ୍ଲା ଗସ୍ତ ବେଳେ ମନ୍ତ୍ରୀ ଭରତୌଲ ଗାଁରେ ଜଣଙ୍କ ଘରେ ରାତିରେ ରହିଥିଲେ। ସେଠାରେ ସେ କଳ ପାଣିରେ ଗାଧୋଇଥିଲେ ଓ କୁ’ ଆପ୍‌ରେ ଏକ ଭିଡିଓ ସେୟାର କରିଥିଲେ।

ମନ୍ତ୍ରୀ ଏହି ଭିଡିଓ ସେୟାର କରିବା ପରେ ଲୋକମାନେ ତାଙ୍କୁ ଖୁବ୍‌ ପ୍ରଶଂସା କରୁଥିବା ଦେଖାଯାଇଛି। ଜଣେ ୟୁଜର ଲେଖିଛନ୍ତି- ଏହି ସାଧାରଣ ଜୀବନ ବଞ୍ଚିବାକୁ ସମସ୍ତେ ପସନ୍ଦ କରନ୍ତି। ସେହିପରି ଆଉ ଜଣେ ବ୍ୟକ୍ତି ମନ୍ତ୍ରୀଙ୍କୁ ଉର୍ଜାବାନ୍‌ ବୋଲି କହିଛନ୍ତି। ସେ ଲେଖିଛନ୍ତି- ବହୁତ ଭଲ ଲାଗିଲା, ଉର୍ଜାବାନ୍‌ ଲାଗୁଛନ୍ତି, ମାଟି ସହ ଯୋଡ଼ି ହୋଇଛନ୍ତି।

Also Read: ସମୁଦ୍ରକୂଳରେ ଖୁଲମ୍‌ଖୁଲା ବୁଲୁଛନ୍ତି ଛୁଆ ଡାଇନୋସର, ଦେଖିବା ପରେ ଲୋକଙ୍କ ଅବସ୍ଥା ଖରାପ; ଦେଖନ୍ତୁ ଭିଡିଓ

WCW 11

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

6 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

9 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

10 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

10 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

12 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

13 hours ago