ବିଶ୍ବର ସବୁଠାରୁ ଛୋଟ ଛୁଆ ଏବେ ଘରକୁ ଯିବା ପାଇଁ ପ୍ରସ୍ତୁତ

ଗତ ବର୍ଷ ଅକ୍ଟୋବର ମାସରେ ଜାପାନରେ ବିଶ୍ବର ସବୁଠାରୁ ଛୋଟ ଛୁଆ ଜନ୍ମ ଗ୍ରହଣ କରିଥିଲା। ଆଜି ଆମେ ଆପଣଙ୍କୁ ବିଶ୍ବର ସବୁଠାରୁ ଛୋଟ ଛୁଆ ବିଷୟରେ କହିବାକୁ ଯାଉଛୁ, ଯାହାର ଜନ୍ମ ସମୟରେ ଓଜନ ବିଶ୍ବର ସବୁଠାରୁ ଛୋଟ ଛୁଆମାନଙ୍କ ମଧ୍ୟରେ କମ ଥିଲା।

ପୂର୍ବ ବର୍ଷ ୨୦୧୮ ଡିସେମ୍ବର ମାସରେ କାଲିଫର୍ଣ୍ଣିଆର ଏକ ହସପିଟାଲରେ ବିଶ୍ବର ସବୁଠାରୁ ଛୋଟ ଛୁଆ ଜନ୍ମ ହୋଇଥିଲା। ଜନ୍ମ ସମୟରେ ଏହି ଛୋଟ ଛୁଆର ଓଜନ ଗୋଟିଏ ସେଓର ଓଜନ ଭଳି ବା ୨୪୫ ଗ୍ରାମ ହୋଇଥିଲା। ଏହି କାରଣରୁ ଡାକ୍ତରଖାନାର ଜଣେ କର୍ମଚାରୀ ଛୁଆର ନାମ ସେବୀ ରଖିଥିଲେ।

ସେବୀର ଜନ୍ମ ୨୩ ସପ୍ତାହ ମଧ୍ୟରେ ହୋଇଥିଲା। ଛୁଆର ଓଜନ ଖୁବ କମ ହୋଇଥିବା କାରଣରୁ ସେ ଜନ୍ମ ହେବା ପରେ ୫ ମାସ ପର‌୍ୟ୍ୟନ୍ତ ନିୟୋନେଟଲ ଇଣ୍ଟେନସିଭ କେୟାର ୟୁନିଟରେ ରଖାଯାଇଥିଲା। ଚଳିତ ମାସରେ ଛୁଆକୁ ହସପିଟାଲରୁ ଡିସଚାର୍ଜ କରାଯାଇଛି। ବର୍ତ୍ତମାନ ତାହାର ଓଜନ ୨ କିଲୋ ୫୦୦ ଗ୍ରାମ ରହିଛି।
ଡାକ୍ତରଙ୍କ କହିବା ଅନୁଯାୟୀ ଏହା ଠାରୁ କମ ଓଜନର ଛୁଆ ଆଜି ପର୍ଯ୍ୟନ୍ତ ଇତିହାସରେ ଜନ୍ମ ହୋଇନାହାନ୍ତି। ଏହି ଛୁଆ ଜନ୍ମ ହେବା ପୂର୍ବରୁ ଦୁନିଆର ସବୁଠାରୁ ଛୋଟ ଛୁଆ ଜନ୍ମ ହେବାର ରେକର୍ଡ ଜର୍ମାନୀରେ ରହିଥିଲା। ସେଠାରେ ୨୦୧୫ ମସିହାରେ ୨୫୨ ଗ୍ରାମ ଓଜନର ଛୁଆ ଜନ୍ମ ହୋଇଥିଲା।

ରିପୋର୍ଟ ଅନୁଯାୟୀ ଜାପାନରେ ମଧ୍ୟ ଯେଉଁ ଛୁଆ ଜନ୍ମ ହୋଇଥିଲା, ତାକୁ ମଧ୍ୟ ଗତ ମାସରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ତାକୁ ପାଖାପାଖି ୭ ମାସ ପର୍ଯ୍ୟନ୍ତ ଡାକ୍ତଖାନାରେ ରଖି ଚିକିତ୍ସା କରାଯାଇଥିଲା। ବର୍ତ୍ତମାନ ସେହି ପିଲାର ଓଜନ ୩ କିଲୋଗ୍ରାମ ହୋଇଛି।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

6 hours ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

8 hours ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

9 hours ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

10 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

11 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

11 hours ago