Below header

ବିଶ୍ବର ସବୁଠାରୁ ଛୋଟ ଛୁଆ ଏବେ ଘରକୁ ଯିବା ପାଇଁ ପ୍ରସ୍ତୁତ

ଗତ ବର୍ଷ ଅକ୍ଟୋବର ମାସରେ ଜାପାନରେ ବିଶ୍ବର ସବୁଠାରୁ ଛୋଟ ଛୁଆ ଜନ୍ମ ଗ୍ରହଣ କରିଥିଲା। ଆଜି ଆମେ ଆପଣଙ୍କୁ ବିଶ୍ବର ସବୁଠାରୁ ଛୋଟ ଛୁଆ ବିଷୟରେ କହିବାକୁ ଯାଉଛୁ, ଯାହାର ଜନ୍ମ ସମୟରେ ଓଜନ ବିଶ୍ବର ସବୁଠାରୁ ଛୋଟ ଛୁଆମାନଙ୍କ ମଧ୍ୟରେ କମ ଥିଲା।

ପୂର୍ବ ବର୍ଷ ୨୦୧୮ ଡିସେମ୍ବର ମାସରେ କାଲିଫର୍ଣ୍ଣିଆର ଏକ ହସପିଟାଲରେ ବିଶ୍ବର ସବୁଠାରୁ ଛୋଟ ଛୁଆ ଜନ୍ମ ହୋଇଥିଲା। ଜନ୍ମ ସମୟରେ ଏହି ଛୋଟ ଛୁଆର ଓଜନ ଗୋଟିଏ ସେଓର ଓଜନ ଭଳି ବା ୨୪୫ ଗ୍ରାମ ହୋଇଥିଲା। ଏହି କାରଣରୁ ଡାକ୍ତରଖାନାର ଜଣେ କର୍ମଚାରୀ ଛୁଆର ନାମ ସେବୀ ରଖିଥିଲେ।

babyସେବୀର ଜନ୍ମ ୨୩ ସପ୍ତାହ ମଧ୍ୟରେ ହୋଇଥିଲା। ଛୁଆର ଓଜନ ଖୁବ କମ ହୋଇଥିବା କାରଣରୁ ସେ ଜନ୍ମ ହେବା ପରେ ୫ ମାସ ପର‌୍ୟ୍ୟନ୍ତ ନିୟୋନେଟଲ ଇଣ୍ଟେନସିଭ କେୟାର ୟୁନିଟରେ ରଖାଯାଇଥିଲା। ଚଳିତ ମାସରେ ଛୁଆକୁ ହସପିଟାଲରୁ ଡିସଚାର୍ଜ କରାଯାଇଛି। ବର୍ତ୍ତମାନ ତାହାର ଓଜନ ୨ କିଲୋ ୫୦୦ ଗ୍ରାମ ରହିଛି।
ଡାକ୍ତରଙ୍କ କହିବା ଅନୁଯାୟୀ ଏହା ଠାରୁ କମ ଓଜନର ଛୁଆ ଆଜି ପର୍ଯ୍ୟନ୍ତ ଇତିହାସରେ ଜନ୍ମ ହୋଇନାହାନ୍ତି। ଏହି ଛୁଆ ଜନ୍ମ ହେବା ପୂର୍ବରୁ ଦୁନିଆର ସବୁଠାରୁ ଛୋଟ ଛୁଆ ଜନ୍ମ ହେବାର ରେକର୍ଡ ଜର୍ମାନୀରେ ରହିଥିଲା। ସେଠାରେ ୨୦୧୫ ମସିହାରେ ୨୫୨ ଗ୍ରାମ ଓଜନର ଛୁଆ ଜନ୍ମ ହୋଇଥିଲା।

babyରିପୋର୍ଟ ଅନୁଯାୟୀ ଜାପାନରେ ମଧ୍ୟ ଯେଉଁ ଛୁଆ ଜନ୍ମ ହୋଇଥିଲା, ତାକୁ ମଧ୍ୟ ଗତ ମାସରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ତାକୁ ପାଖାପାଖି ୭ ମାସ ପର୍ଯ୍ୟନ୍ତ ଡାକ୍ତଖାନାରେ ରଖି ଚିକିତ୍ସା କରାଯାଇଥିଲା। ବର୍ତ୍ତମାନ ସେହି ପିଲାର ଓଜନ ୩ କିଲୋଗ୍ରାମ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.