ଆଜି ହିଁ ଶେଷ କରିଦିଅନ୍ତୁ ପାନ କାର୍ଡ ଆବେଦନ, ନଚେତ ଭରିବାକୁ ହେବ ୧୦ ହଜାର ଜରିମାନା

ବିନା ପାନ କାର୍ଡରେ ଗୋଟିଏ ବର୍ଷରେ ୨.୫ ଲକ୍ଷ ଟଙ୍କାରୁ ଅଧିକ ବିତ୍ତିୟ ଟ୍ରାନଜାକସନ କରୁଥିବା ଲୋକ ସମସ୍ତ ବ୍ୟକ୍ତିଗତ ଏବଂ ବେଆଇନ ବ୍ୟକ୍ତିଗତ ଶ୍ରେଣୀକୁ ୩୧ ମାର୍ଚ୍ଚ ପୂର୍ବରୁ ପାନ କାର୍ଡ ଆବେଦନ କରିବାକୁ ହେବ। ଆୟକର ବିଭାଗ ପୂର୍ବରୁ ଏହାପାଇଁ ସମୟ ସିମାକୁ ଜାରୀ କରାଯାଇଥିଲା। ଏମିତି ନ କଲେ ବିଭାଗ ଜରିମାନାର ପ୍ରାବନ୍ଧନ ମଧ୍ୟ କରିଚନ୍ତି।

ଏମାନଙ୍କୁ କରିବାକୁ ହେବ ଆବେଦନ

ଆୟକର କାନୁନ ସେକସନ ୧୩୯ଏ ମୁତାବକ ଗତ ଆର୍ଥିକ ବର୍ଷରେ କମ୍ପାନୀ, ଟ୍ରଷ୍ଟ, ଏଲଏଲପି, ହିନ୍ଦୁ ଅବିଭାଜିତ ପରିବାର ( ଏଚୟୁଏଫ ) ଆଦି ଅଛନ୍ତି ଏବଂ ଯାହା ଭାରତରେ ବିନା ପାନରେ ବ୍ୟବସାୟ କରୁଛନ୍ତି। ଯେଉଁମାନଙ୍କର ବାର୍ଷିକ ଟର୍ଣ୍ଣଆଉଟ ୨.୫ ଲକ୍ଷ ଟଙ୍କାରୁ ଅଧିକ ସେମାନଙ୍କୁ ୩୧ ମେ ପୂର୍ବରୁ ଏହା ପାଇଁ ଆବେଦନ କରିବାକୁ ହେବ।

ନିର୍ଦ୍ଦେଶକ, ପାର୍ଟନରଙ୍କ ପାଇଁ ମଧ୍ୟ ଜରୁରୀ

କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ ଡିସେମ୍ବର ୫, ୨୦୧୮ରେ ଏହି ବିଷୟରେ ନୋଟିଫିକସେନ ଜାରୀ କରିଥିଲେ। ଏହି ନୋଟିଫିକେସନରେ ୩୧ ମେ କୁ ଶେଷ ତାରିଖବୋଳି ରଖାଯାଇଥିଲା। ନୋଟିଫିକେସନ ମୁତାବକ ଏହି କମ୍ପାନୀ, ଟ୍ରଷ୍ଟ ଆଦିର ନିର୍ଦ୍ଦେଶକ, ପାର୍ଟନର, ଟ୍ରଷ୍ଟୀ, ସଂସ୍ଥାପକ, କର୍ତ୍ତା ଏବଂ ସିଇଓଙ୍କ ପାଖରେ ଯଦି ପାନ କାର୍ଡ ନଥାଏ ତେବେ ସେମାନଙ୍କୁ ମଧ୍ୟ ଏଥିପାଇଁ ଆବେଦନ କରିବାକୁ ହେବ। ଆଇଟିଆର ଭରୁନଥିବା କମ୍ପାନୀ ଗୁଡିକୁ ପାନ କାର୍ଡ ପାଇଁ ଆବେଦନ କରିବାକୁ ହେବ।

୧୦ ହଜାରର ଜରିମାନା

ଆୟକର ଏକ୍ସପର୍ଟ ସିଏ ଅତୁଳ କୁମାର ଗର୍ଗ କହିଲେ ଯେ ଯଦି ଏମିତି କରାଯାଉନାହିଁ ତେବେ ସିବିଡିଟି ଏଭଳି କମ୍ପାନୀ ଏବଂ ବ୍ୟକ୍ତିଙ୍କ ଉପରେ ୧୦ ହଜାର ଟଙ୍କାର ଜରିମାନା ଲାଗିବ। ଆୟକର କାନୁନର ନିୟମ ଅନୁଯାୟୀ ୧୪ବି ଅନୁସାରେ ଯଦି ଲୋକ କିମ୍ବା କମ୍ପାନୀ ବ୍ୟାଙ୍କରେ ଏଫଡି ବ୍ୟତୀତ ଅନ୍ୟ କେଉଁ ଖାତା ଖୋଲୁଛନ୍ତି, ଡିମ୍ୟାଟ ଖାତା ଖୋଲୁଛନ୍ତି, ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଛନ୍ତି କିମ୍ବା ଅଚଳ ସମ୍ପତ୍ତିକୁ କିଣିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ପାନ କାର୍ଡ ପାଇଁ ଆବେଦନ କରିବା ଅନିବାର‌୍ୟ୍ୟ ଅଟେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.