Categories: News

କ’ଣ ଲୁଚାଉଛି ଚୀନ

କ’ଣ ଲୁଚାଉଛି ଚୀନ । କରୋନା ମହାମାରୀ ଉତ୍ପତ୍ତିସ୍ଥଳରେ ଏମିତି କ’ଣ ରହିଛି ? ଯାହାକୁ ନେଇ ଏବେ ବି ଚୀନ ଭୟଭୀତ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଟିମ୍‌କୁ ଚୀନ ଭିତରକୁ ପ୍ରବେଶ ଉପରେ କଟକଣା ଲଗାଇଛି । ରୋକ୍‌ ଲଗାଇବା ପରେ ସାରା ବିଶ୍ୱରେ ଏହି ଚର୍ଚ୍ଚା ଜୋର୍‌ ଧରିଛି । WHOର ପ୍ରବେଶ ଉପରେ କଟକଣା ଲଗାଇଛି ବେଜିଂ । କରୋନାର ଉତ୍ପତ୍ତି ସ୍ଥଳ ବାବଦରେ ଉହାନ୍‌ ଯିବାକୁ ଥିବା WHO ବିଶେଷଜ୍ଞ ଟିମ୍‌ ଉପରେ ରୋକ ଲଗାଇଛି ଚୀନ । ଅନ୍ତିମ ପର୍ଯ୍ୟାୟରେ ବିଶେଷଜ୍ଞ ଟିମକୁ ତଦନ୍ତ ସ୍ଥଳୀକୁ ଯିବା ଉପରେ ରୋକ୍‌ ଲଗାଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମୁଖ୍ୟ । ସେ କହିଛନ୍ତି ତଦନ୍ତ ବାବଦରେ ଚାଇନା ସହ କଥାବାର୍ତ୍ତା ପରେ ୧୦ ଜଣିଆ ଟିମ୍‌ ବେଜିଂ ଗସ୍ତ କରିଥିଲା । ହେଲେ ଅନ୍ତିମ ସମୟରେ ବିଶେଷଜ୍ଞ ଟିମକୁ ତଦନ୍ତ ସ୍ଥଳୀକୁ ନ ଛାଡିବା ଠିକ୍‌ ନୁହେଁ । ଏଥିପାଇଁ WHO ଅସନ୍ତୋଷ ପ୍ରକାଶ କରିଛି । ଏମିତିକି ଟିମ୍‌ର ଦୁଇ ଜଣ କିଛି ସଦସ୍ୟ ଉହାନ ବାହାରିଥିବା ବେଳେ ଅନ୍ୟ ମାନଙ୍କୁ ଭିସା ଦେଇନାହିଁ । ୨୦୧୯ ଡିସେମ୍ବରରେ ବେଜିଂ ଉହାନ ସହରରୁ ପ୍ରଥମେ କରୋନା ଭାଇରସରେ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିଲା । ଏହାପରେ ଚାଇନାରୁ ଅନ୍ୟଦେଶକୁ ଘାତକ ଭାଇରସ ବ୍ୟାପିଥିଲା ।

Sonalisa

Recent Posts

ପରକୀୟା ପ୍ରୀତିକୁ ବାରଣ କରିବାରୁ ସ୍ତ୍ରୀକୁ ମାଡ ମାରି ଘରୁ ତଡିଦେଲା ସ୍ୱାମୀ, ଏବେ ଥାନାରେ ମାମଲା

ନରସିଂହପୁର(କେନ୍ୟୁଜ୍): କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମର ପ୍ରତାପ ପିହାଣ । ନିଜ ସ୍ତ୍ରୀକୁ ମାର ଧର…

7 mins ago

ବାଣ ବିସ୍ପୋରଣ ମାମଲା, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ପୁରୀ (କେନ୍ୟୁଜ): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ ।  ଏଥିସହ ମୃତ୍ୟୁସଂଖ୍ୟା ୧୧କୁ…

11 mins ago

ନୀଳାଞ୍ଚଳ ଏକ୍ସପ୍ରେସ ଉପରେ ଛିଡ଼ି ପଡ଼ିଲା ଓଭରହେଡ୍‌ ତାର, ୨ ଯାତ୍ରୀ ଗୁରୁତର

ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଥିବା ରାଞ୍ଚି ରେଳ ବିଭାଗରେ ହୋଇଛି ବଡ଼ ଦୁର୍ଘଟଣା । ଏଠାରେ ଟ୍ରେନ୍ ଉପରେ…

13 mins ago

ମୁହାଁମୁହିଁ ଧକ୍କା ହେଲା ମାଲବାହୀ ଟ୍ରେନ୍, ୨ ଲୋକୋ ପାଇଲଟ୍ ଗୁରୁତର

ପଞ୍ଜାବ : ମୁହାଁମୁହିଁ ଧକ୍କା ହେଲା ୨ ମାଲବାହୀ ଟ୍ରେନ୍ ।  ପଞ୍ଜାବ ଫତେଗଡ଼ ସାହିବ ନିକଟ ମାଧେପୁର ଠାରେ…

1 hour ago

ଜୟପୁର ସହରରେ ପଡିଛି ଡାଇମଣ୍ଡ ସର୍କସ: ଜୋକରର କମେଡି ସାଙ୍ଗକୁ ଆଫ୍ରିକାନ କଳାକାରଙ୍କ ଶୋ ଲୋକଙ୍କ ମନ ଜିଣୁଛି

ଜୟପୁର(କେନ୍ୟୁଜ୍‌): ଦିନ ଥିଲା ସର୍କସ ନା ଶୁଣିଲେ ମନରେ ଉତ୍ସାହ ଭରି ଉଠୁଥିଲା । ପିଲା ଠୁ ଟୋକା, ବୁଢା…

1 hour ago

ନିର୍ବାଚନୀ ପରବର୍ତ୍ତୀ ହିଂସା: ଇଭିଏମ ହେରଫେର ସନ୍ଦେହରେ ଗଣ୍ଡଗୋଳ ଅଭିଯୋଗ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳାରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ସ୍ୱାଧୀନ ପ୍ରାର୍ଥୀ ସମର୍ଥକଙ୍କ ଲଙ୍କାକାଣ୍ଡ ଅଭିଯୋଗ । …

1 hour ago