Categories: News

ବିଜୟନଗରମ୍ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି, ମିଳିଲା ୧୧ ଜଣଙ୍କର ପରିଚୟ

ଆନ୍ଧ୍ରପ୍ରଦେଶ ବିଜୟନଗରମ୍ ଟ୍ରେନ୍ ଦୁର୍ଘଟଣାରେ ବଢୁଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ରାୟଗଡ଼ା ପାସେଞ୍ଜର ଟ୍ରେନର ଲୋକୋ ପାଇଲଟ୍ ଓ ପଲାସା ପାସେଞ୍ଜର ଟ୍ରେନର ଗାର୍ଡ । ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କର ପରିଚୟ ମିଳିଛି । ସେମାନଙ୍କ ଭିତରେ ଅଛନ୍ତି ୯ ଜଣ ପୁରୁଷ ଓ ୨ ଜଣ ମହିଳା। ଗତକାଲି ସନ୍ଧ୍ୟାରେ ବିଶାଖପାଟଣା-ପଲାସା ପାସେଞ୍ଜରକୁ ପଛ ପଟୁ ପିଟିଥିଲା ବିଶାଖାପାଟଣା ରାୟଗଡ଼ା ପାସେଞ୍ଜର ଟ୍ରେନ୍ ।

ଲାଇନଚ୍ୟୁତ ହୋଇଥିଲା ରାୟଗଡ଼ା ପାସେଞ୍ଜରର ଦୁଇଟି ବଗି ଓ ବିଶାଖପାଟଣା-ପଲାସ ପାସେଞ୍ଜରର ୩ଟି ବଗି । ବିଜୟନଗରମ୍-ବିଶାଖାପାଟଣା ରେଳ ଲାଇନର ଆଲମଣ୍ଡା-କଣ୍ଟକାପଲ୍ଲୀ ଷ୍ଟେସନ ମଝିରେ ଦୁଇ ଯାତ୍ରୀ ଟ୍ରେନ୍ ଧକ୍କା ହୋଇଥିଲା । ଗତକାଲି ବିଳମ୍ବିତ ରାତି ଯାଏ ଚାଲିଥିଲା ରେସକ୍ୟୁ ଅପରେସନ୍ । ଆଜି ରେଳ ଲାଇନରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାମ ।

ପ୍ରାଥମିକ ତଦନ୍ତରୁ ମାନବୀୟ ତ୍ରୁଟି ଯୋଗୁଁ ଟ୍ରେନ୍ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ସିଗନାଲ ଓଭରସୁଟ କରିଥିଲା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍ । ପୂର୍ବରୁ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ଟ୍ରାକରେ ଠିଆ ହୋଇଥିଲା ବିଶାଖାପାଟଣା-ପଲାସା ପାସେଞ୍ଜର । ତାକୁ ପଛରୁ ଆସି ଧକ୍କା ଦେଇଥିଲା ରାୟଗଡ଼ା ପାସେଞ୍ଜର ଟ୍ରେନ୍ । ବାଲେଶ୍ବର ବାହାନଗା ଟ୍ରେନ୍ ଦୁର୍ଘଟଣା ମନରୁ ଯାଇ ନଥିବା ବେଳେ ଆନ୍ଧ୍ରପ୍ରଦେଶ ବିଜୟନଗରମରେ ସମାନ ଢଙ୍ଗରେ ଦୁଇଟି ଟ୍ରେନ ଦୁର୍ଘଟଣା ହୋଇଛି ।

Niharanjan

Recent Posts

ବେଙ୍ଗାଲୁରୁର ୩ ବଡ଼ ହୋଟେଲକୁ ବୋମା ଧମକ, ପରିସରରେ ଚାଲିଛି ଛାନ୍‌ଭିନ୍‌

କେବଳ ଦିଲ୍ଲୀ ନୁହେଁ, କର୍ଣ୍ଣାଟକର ବେଙ୍ଗାଲୁରୁରେ ମଧ୍ୟ ବିଳାସମୟ ହୋଟେଲଗୁଡ଼ିକୁ ବୋମା ଧମକ ମିଳିଛି । ଇମେଲ୍‌ ଜରିଆରେ ବୋମା…

5 mins ago

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ଘନୀଭୂତ ହେଉଛି ଲଘୁଚାପ

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ବଙ୍ଗୋପସାଗରରେ ଏବେ ଘନୀଭୂତ ହେଉଛି ଲଘୁଚାପ। ଏହା ଉତ୍ତର ପୂର୍ବ ଦିଗରେ…

5 mins ago

ଚୀନରେ ଭୟଙ୍କର ବିସ୍ଫୋରଣରେ ଉଡିଲା ବିଲିଡିଂ; ଜଣେ ମୃତ, ୩ ଆହତ

ଚୀନର ଏକ ବିଲିଡିଂରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ଯୋଗୁଁ ବିଲିଡିଂ ସଂପୂର୍ଣ୍ଣ ନଷ୍ଟ ହୋଇଛି । ଏଥିଯୋଗୁଁ ଜଣେ…

18 mins ago

କିଙ୍ଗ ଖାନ୍‌ଙ୍କ ସ୍ୱାସ୍ଥ୍ୟରେ ସୁଧାର, ଆଜି ମିଳିପାରେ ଡିସଚାର୍ଜ

ସୁପରଷ୍ଟାର ଶାହାରୁଖ ଖାନ ବର୍ତ୍ତମାନ ଅହମ୍ମଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟ କିପରି ଅଛି…

24 mins ago

ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ, ଝର କୂଅ ଭରସାରେ ଲୋକେ

ଗ୍ରୀଷ୍ମ ପ୍ରକୋପରେ ଶୁଖିଗଲା ଜଳସ୍ରୋତ । ଏବେ ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ । ମାର୍ଚ୍ଚ ଠାରୁ ଏହି ସମସ୍ୟା…

31 mins ago

ନୂଆ ଲୁକରେ ଲଞ୍ଚ ହେଲା Bajaj CT 125X, ମିଳିବ ଦମଦାର ଫିଚର୍ସ

ବଜାଜ କମ୍ପାନୀ ଏହାର ବେଷ୍ଟ ବଜାଜ CT 125X ବାଇକ୍ ଲଞ୍ଚ କରିଛି । ବଜାଜ କମ୍ପାନୀ ପ୍ରାୟତଃ ସାରା…

43 mins ago