ବିଜୟନଗରମ୍ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି, ମିଳିଲା ୧୧ ଜଣଙ୍କର ପରିଚୟ

ଆନ୍ଧ୍ରପ୍ରଦେଶ ବିଜୟନଗରମ୍ ଟ୍ରେନ୍ ଦୁର୍ଘଟଣାରେ ବଢୁଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ରାୟଗଡ଼ା ପାସେଞ୍ଜର ଟ୍ରେନର ଲୋକୋ ପାଇଲଟ୍ ଓ ପଲାସା ପାସେଞ୍ଜର ଟ୍ରେନର ଗାର୍ଡ । ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କର ପରିଚୟ ମିଳିଛି ।

ଆନ୍ଧ୍ରପ୍ରଦେଶ ବିଜୟନଗରମ୍ ଟ୍ରେନ୍ ଦୁର୍ଘଟଣାରେ ବଢୁଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ରାୟଗଡ଼ା ପାସେଞ୍ଜର ଟ୍ରେନର ଲୋକୋ ପାଇଲଟ୍ ଓ ପଲାସା ପାସେଞ୍ଜର ଟ୍ରେନର ଗାର୍ଡ । ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କର ପରିଚୟ ମିଳିଛି । ସେମାନଙ୍କ ଭିତରେ ଅଛନ୍ତି ୯ ଜଣ ପୁରୁଷ ଓ ୨ ଜଣ ମହିଳା। ଗତକାଲି ସନ୍ଧ୍ୟାରେ ବିଶାଖପାଟଣା-ପଲାସା ପାସେଞ୍ଜରକୁ ପଛ ପଟୁ ପିଟିଥିଲା ବିଶାଖାପାଟଣା ରାୟଗଡ଼ା ପାସେଞ୍ଜର ଟ୍ରେନ୍ ।

ଲାଇନଚ୍ୟୁତ ହୋଇଥିଲା ରାୟଗଡ଼ା ପାସେଞ୍ଜରର ଦୁଇଟି ବଗି ଓ ବିଶାଖପାଟଣା-ପଲାସ ପାସେଞ୍ଜରର ୩ଟି ବଗି । ବିଜୟନଗରମ୍-ବିଶାଖାପାଟଣା ରେଳ ଲାଇନର ଆଲମଣ୍ଡା-କଣ୍ଟକାପଲ୍ଲୀ ଷ୍ଟେସନ ମଝିରେ ଦୁଇ ଯାତ୍ରୀ ଟ୍ରେନ୍ ଧକ୍କା ହୋଇଥିଲା । ଗତକାଲି ବିଳମ୍ବିତ ରାତି ଯାଏ ଚାଲିଥିଲା ରେସକ୍ୟୁ ଅପରେସନ୍ । ଆଜି ରେଳ ଲାଇନରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାମ ।

ପ୍ରାଥମିକ ତଦନ୍ତରୁ ମାନବୀୟ ତ୍ରୁଟି ଯୋଗୁଁ ଟ୍ରେନ୍ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ସିଗନାଲ ଓଭରସୁଟ କରିଥିଲା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍ । ପୂର୍ବରୁ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ଟ୍ରାକରେ ଠିଆ ହୋଇଥିଲା ବିଶାଖାପାଟଣା-ପଲାସା ପାସେଞ୍ଜର । ତାକୁ ପଛରୁ ଆସି ଧକ୍କା ଦେଇଥିଲା ରାୟଗଡ଼ା ପାସେଞ୍ଜର ଟ୍ରେନ୍ । ବାଲେଶ୍ବର ବାହାନଗା ଟ୍ରେନ୍ ଦୁର୍ଘଟଣା ମନରୁ ଯାଇ ନଥିବା ବେଳେ ଆନ୍ଧ୍ରପ୍ରଦେଶ ବିଜୟନଗରମରେ ସମାନ ଢଙ୍ଗରେ ଦୁଇଟି ଟ୍ରେନ ଦୁର୍ଘଟଣା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.