ଆମେରିକା ଫ୍ଲୋରିଡାରେ ହାଲୋଓ୍ଵିନ ପାର୍ଟିରେ ଗୁଳିକାଣ୍ଡ, ୨ ମୃତ ଏବଂ ୧୮ ଆହତ

ହାଲୋଓ୍ଵିନ ପାର୍ଟିରେ ଗୁଳିକାଣ୍ଡରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି । ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ହେବା ପରେ ଗୁଳିକାଣ୍ଡ ଘଟିଥିଲା ।

ଆମେରିକା ଫ୍ଲୋରିଡାରେ ଟେମ୍ପାରେ ଏକ ହାଲୋଓ୍ଵିନ ପାର୍ଟିରେ ଗୁଳିକାଣ୍ଡରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି । ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ହେବା ପରେ ଗୁଳିକାଣ୍ଡ ଘଟିଥିଲା । ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରିଛି । ଅନ୍ୟ ସନ୍ଦିଗ୍ଧକୁ ଖୋଜୁଛି ପୋଲିସ । ଏପର୍ଯ୍ୟନ୍ତ ପୀଡିତଙ୍କ ନାମ ଜାରି କରାଯାଇନାହିଁ ।

ମୃତକଙ୍କ ମଧ୍ୟରେ ୧୪ ବର୍ଷୀୟ ନାବାଳକ ରହିଛନ୍ତି । ତେବେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି, ଲୋକମାନେ ହାଲୋଓ୍ଵିନ ପାର୍ଟି ପାଇଁ ବିଭିନ୍ନ ପ୍ରକାରର ବେଶଭୂଷା ଧାରଣ କରିଛନ୍ତି । ସେମାନେ ରାସ୍ତାରେ ମଦ ପିଇ କଥାବାର୍ତ୍ତା କରୁଥିବାର ନଜର ଆସିଛନ୍ତି । ଠିକ୍‌ ଏହି ସମୟରେ ଗୁଳି ଶବ୍ଦ ଶୁଣି ଲୋକେ ଏଣେ ତେଲେ ଦୌଡିବାରେ ଲାଗିଛନ୍ତି । ଘଟଣା ପରେ ପୋଲିସ ଅଧିକାରୀ ତଳେ ପଡିଥିବା କିଛି ଲୋକଙ୍କୁ ଚିକିତ୍ସା କରୁଥିବାର ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.