ପିଇବା ପାଣି ପାଇଁ ରାସ୍ତାରେ ଗରା ବାଲଟି ରଖି ରାସ୍ତା ରୋକ କଲେ ଶତାଧିକ ମହିଳା

ପାଣି ପାଇଁ ତାତିଲେ ଗ୍ରାମବାସୀ, କରିଲେ ରାସ୍ତା ଅବରୋଧ | ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର  ବ୍ଲକ ବିଦେଇପୁର ପଂଚାୟତ ବିଦେଇପୁର ଗ୍ରାମର  ଠାକୁରାଣୀ ସାହିରେ | 

ବାସୁଦେବପୁର :  ପାଣି ପାଇଁ ତାତିଲେ ଗ୍ରାମବାସୀ, କରିଲେ ରାସ୍ତା ଅବରୋଧ | ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର  ବ୍ଲକ ବିଦେଇପୁର ପଂଚାୟତ ବିଦେଇପୁର ଗ୍ରାମର  ଠାକୁରାଣୀ ସାହିରେ |  ଏହି ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଆଜି ସେହି ଗ୍ରାମର 50ରୁ ଉର୍ଦ୍ଧ ମହିଳା କରଞ୍ଜଆଡ଼ିଆ ବିଦେଇପୁର ରାସ୍ତାର ମଙ୍ଗଳାଛକ ନିକଟରେ ଗରା  ବାଲଟି ରଖି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି |

ସେଠିସାହି, ଠାକୁରାଣୀସାହି, ଗଉଡ଼ସାହି, ନୟାକସାହି, ମହାନ୍ତିସାହିର ଶତାଧିକ ପରିବାର ସରକାରଙ୍କ ବସୁଧା ଯୋଜନା ମାଧ୍ୟମରେ ଲୋକମାନେ ଟ୍ୟାପ ଯୋଗେ ପିଇବା ପାଣି ସଂଯୋଗ ନେଇଥିଲେ | ହେଲେ ଉକ୍ତ ଟ୍ୟାପରେ ଗତ ଏକମାସ ହେବ ପିଇବା ପାଣି ଆସୁନଥିଲା | ଫଳରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ |

ଏହି ସମସ୍ୟାକୁ ନେଇ ଗ୍ରାମବାସୀ ବାରମ୍ବାର ସରପଞ୍ଚ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ  କରିଥିଲେ ବି କେହି କର୍ଣ୍ଣପାତ କରିନଥିଲେ | ଫଳରେ ଆଜି  ଗ୍ରାମର ମହିଳାମାନେ କରଞ୍ଜଡ଼ିଆ ବିଦେଇପୁର ରାସ୍ତାର ମଙ୍ଗଳାଛକ ନିକଟରେ ରାସ୍ତା ଅବରୋଧ କରିବା ଦେଖାଯାଇଛି | ଖବରପାଇ କାସିଆ ସାମୁଦ୍ରିକ ଥାନାର ପୋଲିସ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା ଚଳାଇଛି | ଟ୍ୟାପରେ ପର୍ଯ୍ୟାପ୍ତ ପରିମାଣରେ ପାଣି ଆସିଲେ  ରାସ୍ତା ରୋକ ହଟିବ ବୋଲି ଜିଦ ଧରି ବସିଛନ୍ତି ମହିଳା |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.