ରାହୁ ଓ କେତୁ ଚଳନ ୨୦୨୩: ଆଜିଠାରୁ ୫ଟି ରାଶିର ହେବ ଭାଗ୍ୟ ପରିବର୍ତ୍ତନ

ଆଜି ଅକ୍ଟୋବର ୩୦। ଆଜିଠାରୁ ୫ ରାଶିଙ୍କର ଭାଗ୍ୟ ଚମକିବାକୁ ଯାଉଛି। ଆପଣମାନେ ଜାଣିଥିବେ ଯେ ରାହୁ ଓ କେତୁ ଦୁହେଁ ବକ୍ରି ଚଳନ କରନ୍ତି ଏବଂ ଗୋଟିଏ ରାଶିରେ ଦେଢ ବର୍ଷ ପର୍ଯ୍ୟନ୍ତ ରୁହନ୍ତି। ପରେ ଗୋଟିଏ ରାଶିରୁ ବାହାରି ଅନ୍ୟ ରାଶିରେ ପ୍ରବେଶ କରନ୍ତି । ବର୍ତ୍ତମାନ ସମୟରେ ରାହୁ ମେଷ ରାଶି ଏବଂ କେତୁ ତୁଳା ରାଶିରେ ବିରାଜମାନ କରିଛନ୍ତି।

ଆଜି ଅକ୍ଟୋବର ୩୦। ଆଜିଠାରୁ ୫ ରାଶିଙ୍କର ଭାଗ୍ୟ ଚମକିବାକୁ ଯାଉଛି। ଆପଣମାନେ ଜାଣିଥିବେ ଯେ ରାହୁ ଓ କେତୁ ଦୁହେଁ ବକ୍ରି ଚଳନ କରନ୍ତି ଏବଂ ଗୋଟିଏ ରାଶିରେ ଦେଢ ବର୍ଷ ପର୍ଯ୍ୟନ୍ତ ରୁହନ୍ତି। ପରେ ଗୋଟିଏ ରାଶିରୁ ବାହାରି ଅନ୍ୟ ରାଶିରେ ପ୍ରବେଶ କରନ୍ତି । ବର୍ତ୍ତମାନ ସମୟରେ ରାହୁ ମେଷ ରାଶି ଏବଂ କେତୁ ତୁଳା ରାଶିରେ ବିରାଜମାନ କରିଛନ୍ତି।

ଜ୍ୟୋତିଷଙ୍କ ମୁତାବକ, ରାହୁ ଓ କେତୁ ଅକ୍ଟୋବର ୩୦ରେ ରାଶି ପରିବର୍ତ୍ତନ କରିବେ । ଏହି ପରିବର୍ତ୍ତନ କାରଣରୁ ରାଶି ଚକ୍ରର ସମସ୍ତ ୧୨ଟି ରାଶି ଉପରେ ଏହାର ପ୍ରଭାବ ପଡିବ । ସେଥି ମଧ୍ୟରୁ ୫ଟି ରାଶି ଅଧିକ ଲାଭବାନ ହେବେ । ଆସନ୍ତୁ ଜାଣିବା, ଏହି ୫ଟି ରାଶି ବିଷୟରେ…

ଗ୍ରହ ଗୋଚର:

ଅକ୍ଟୋବର ୩୦ରେ ରାହୁ ଗ୍ରହ ମେଷ ରାଶିରୁ ବାହାରି ମୀନ ରାଶିରେ ପ୍ରବେଶ କରିବେ । ସେହିପରି କେତୁ ତୁଳା ରାଶିରୁ ବାହାରି କନ୍ୟା ରାଶିରେ ପ୍ରବେଶ କରିବେ । ରାହୁ ୨୦୨୫ ମେ’ ୧୮ ପର୍ଯ୍ୟନ୍ତ ମୀନ ରାଶିରେ ରହିବେ ଏବଂ କେତୁ କନ୍ୟା ରାଶିରେ ରହିବେ ।

ମେଷ: ବର୍ତ୍ତମାନ ଦେବଗୁରୁ ବୃହସ୍ପତି ମେଷ ରାଶିର ଲଗ୍ନ ଘରେ ଅଛନ୍ତି। ଏବେ ରାହୁ ମୀନ ରାଶିକୁ ଚଳନ କରିବା ଦ୍ୱାରା ମେଷ ରାଶିର ଲୋକଙ୍କୁ ଗୁରୁ ଚଣ୍ଡାଳ ଦୋଷରୁ ମୁକ୍ତି ମିଳିବ । ଏହାପରେ ଏହି ରାଶିର ଲୋକଙ୍କୁ ସମସ୍ତ ଶୁଭ କାମରେ ସିଦ୍ଧି ପ୍ରାପ୍ତ ହେବ। ଏହା ସହିତ ଧନ ପ୍ରାପ୍ତିର ନୂଆ ଯୋଗ ତିଆରି ହେବ । ବିଗିଡି ଥିବା କାମ ଠିକ୍ ହୋଇଯିବ । ଆମଦାନୀ ବଢିବ । ରୋଜଗାରର ନୂଆ ଅବସର ପ୍ରାପ୍ତ ହେବ ।

ମିଥୁନ: ବର୍ତ୍ତମାନ ଗୁରୁ ମିଥୁନ ରାଶିର ଆୟ ଘରେ ଅଛନ୍ତି। ଏବେ ରାହୁଙ୍କ ରାଶି ପରିବର୍ତ୍ତନ ଦ୍ୱାରା ମିଥୁନ ରାଶିର ସମସ୍ତ ଲୋକଙ୍କୁ ମଧ୍ୟ କାର୍ଯ୍ୟରେ ଲାଭ ମିଳିବ । ଏହି ରାଶିର ଲୋକଙ୍କର ଆୟ ବୃଦ୍ଧି ହେବ । ମିଥୁନ ରାଶିରେ ରାହୁ ଉଚ୍ଚରେ ରହିଥାନ୍ତି । ତେଣୁ ମିଥୁନ ରାଶିର ଲୋକଙ୍କୁ ରାହୁଙ୍କ ରାଶି ପରିବର୍ତ୍ତନ ଏବଂ ଗୁରୁଙ୍କ ଉପସ୍ଥିତିରୁ ଶୁଭ ଫଳ ମିଳିବ ।

କର୍କଟ: ରାହୁ ରାଶି ପରିବର୍ତ୍ତନ କରିବା ଯୋଗୁ କର୍କଟ ରାଶିରେ ବହୁତ ଶୁଭ କାମ ହେବା ସହ ଏହି ଲୋକମାନେ ଲାଭବାନ ହେବେ । କର୍କଟ ରାଶିରେ ଗୁରୁ ଉଚ୍ଚରେ ରହିଥାନ୍ତି । ବର୍ତ୍ତମାନ ଗୁରୁ କର୍କଟ ରାଶିର କ୍ୟାରିୟର ଘରେ ରହିଛନ୍ତି । ଏଥିପାଇଁ କର୍କଟ ରାଶିର ଲୋକଙ୍କୁ କ୍ୟାରିୟର ଓ ବ୍ୟବସାୟରେ ନୂଆ ଅବସର ମିଳିବ । ଜୀବନରେ ଉଚ୍ଚ ପଦବୀ ପ୍ରାପ୍ତ ହେବ । ଆୟ ବୃଦ୍ଧି ହେବ । ବିଗିଡି ଯାଇଥିବା କାମ ଠିକ୍ ହୋଇଯିବ ।

ସିଂହ: ବର୍ତ୍ତମାନ ସମୟରେ ଗୁରୁ ସିଂହ ରାଶିର ଭାଗ୍ୟ ଘର ଉପରେ ଦୃଷ୍ଟି ରଖିଛନ୍ତି । ଏଥିପାଇଁ ଏହି ରାଶିର ଲୋକଙ୍କୁ ଭାଗ୍ୟ ସାଥ୍‌ ଦେବ। କ୍ୟାରିୟରରେ ଅନେକ ସଫଳତା ମିଳିବ । ହଠାତ୍ ଧନ ପ୍ରାପ୍ତିର ଯୋଗ ରହିଛି । ଦେବଗୁରୁ ବୃହସ୍ପତିଙ୍କ କୃପା ଯୋଗୁ ସିଂହ ରାଶିରେ ସୁଖ ଶାନ୍ତି ଭରି ରହିବ ।

ମୀନ: ଜ୍ୟୋତିଷଙ୍କ ଅନୁସାରେ, ବର୍ତ୍ତମାନ ଦେବଗୁରୁ ବୃହସ୍ପତି ମୀନ ରାଶିର ଧନ ଘରେ ଅଛନ୍ତି । ଏହାସହ ରାହୁ ମଧ୍ୟ ମୀନ ରାଶିର ଧନ ଘରେ ରହିଛନ୍ତି । ଏହି ଦୁଇଟି ଗ୍ରହ ଏକାଠି ରହିବା ହେତୁ ଗୁରୁ ଚଣ୍ଡାଳ ଦୋଷ ସୃଷ୍ଟି ହେଉଛି । ହେଲେ ରାହୁ ରାଶି ପରିବର୍ତ୍ତନ କରିବା ଯୋଗୁ ମୀନ ରାଶିକୁ ଗୁରୁଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ଏହାସହ କ୍ୟାରିୟର ଓ ବ୍ୟବସାୟରେ ମଧ୍ୟ ଅନେକ ଲାଭ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.