ଦୁର୍ଘଟଣା ଏଡ଼ାଇବା ପାଇଁ ଫ୍ଲାଇଟରେ ହର୍ଣ୍ଣ ଥାଏ କି ?

ବିମାନରେ ହର୍ଣ୍ଣ ରହିଛି କି ? ଯଦି ବିମାନରେ ହର୍ଣ୍ଣ ଥାଏ ତେବେ ଏହା କଣ ଦୁର୍ଘଟଣାକୁ ଏଡାଇବା ପାଇଁ ବ୍ୟବହାର ହୁଏ କି ? ଯଦି କୌଣସି ବିମାନର ହର୍ଣ୍ଣ ଥାଏ, ତେବେ ଏହା କେଉଁ ପ୍ରକାରର ଶବ୍ଦ କରେ ? ଏଭଳି ଅନେକ ପ୍ରଶ୍ନ ସାଧାରଣରେ ନିଶ୍ଚିତ ଉଠେ ।

ବର୍ତ୍ତମାନ ସମୟରେ ରାସ୍ତାରେ ଗାଡ଼ିମଟର ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ପୂର୍ବରୁ ରାସ୍ତାରେ ଯାନବାହାନ ସଂଖ୍ୟା କମ୍ ଥିଲା ଏବଂ ସେଥିପାଇଁ ଦୁର୍ଘଟଣା ମଧ୍ୟ କମ୍ ହେଉଥିଲା । କିନ୍ତୁ ବର୍ତ୍ତମାନ ରାସ୍ତାରେ ଗାଡ଼ି ମଟର ସଂଖ୍ୟା ଏତେ ଅଧିକ ବଢ଼ିଯାଇଛି ଯେ ଦୁର୍ଘଟଣା ମଧ୍ୟ ବାରମ୍ବାର ଘଟିବା ଆରମ୍ଭ କରିଛି । ସାଇକେଲ ବ୍ୟବହାର କରିବା ସମୟରୁ ହିଁ ଦୁର୍ଘଟଣାକୁ ଏଡାଇବା ପାଇଁ ହର୍ଣ୍ଣର ବ୍ୟବହାର କରାଯାଉଛି । ବର୍ତ୍ତମାନ ବାଇକ ହେଉ କିମ୍ବା କାର ସବୁଥିରେ ହର୍ଣ୍ଣ ରହୁଛି । ଯଦି ଟ୍ରକ ବିଷୟରେ କହିବା ତେବେ ଏଥିରେ ଅଧିକ ଶବ୍ଦ କରୁଥିବା ହର୍ଣ୍ଣକୁ ବ୍ୟବହାର କରାଯାଉଛି କାରଣ ଦୁର୍ଘଟଣାର ସମ୍ଭାବନାକୁ ଏଡାଯାଇପାରିବ ।

ଲୋକମାନେ ହର୍ଣ୍ଣର ଶବ୍ଦ ଦ୍ୱାରା ପଛରୁ ଆସୁଥିବା ଗାଡି ବିଷୟରେ ଜାଣି ପାରନ୍ତି ଏବଂ ସତର୍କ ହୁଅନ୍ତି । ଏପରି ପରିସ୍ଥିତିରେ ଦୁର୍ଘଟଣାର ସମ୍ଭାବନା କମିଯାଏ । ଦୁର୍ଘଟଣାକୁ ଏଡାଇବା ପାଇଁ ଛୋଟ ବାଇକରେ ମଧ୍ୟ ହର୍ଣ୍ଣ ବ୍ୟବହାର କରାଯାଏ । ଏଭଳି ପରିସ୍ଥିତିରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ବଡ଼ ବଡ଼ ବିମାନରେ ମଧ୍ୟ ହର୍ଣ୍ଣ ରହିଛି କି ? ଯଦି ବିମାନରେ ହର୍ଣ୍ଣ ଥାଏ ତେବେ ଏହା କଣ ଦୁର୍ଘଟଣାକୁ ଏଡାଇବା ପାଇଁ ବ୍ୟବହାର ହୁଏ କି ? ଯଦି କୌଣସି ବିମାନର ହର୍ଣ୍ଣ ଥାଏ, ତେବେ ଏହା କେଉଁ ପ୍ରକାରର ଶବ୍ଦ କରେ ? ଏଭଳି ଅନେକ ପ୍ରଶ୍ନ ସାଧାରଣରେ ନିଶ୍ଚିତ ଉଠେ । ତେବେ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ଫ୍ଲାଇଟରେ ହର୍ଣ୍ଣ ଥାଏ କି ନାହିଁ ।

ଆକାଶରେ ଉଡ଼ୁଥିବା ଫ୍ଲାଇଟ ଗୁଡ଼ିକରେ ହର୍ଣ୍ଣ ଥାଏ । ତେବେ ଫ୍ଲାଇଟରେ ଥିବା ହର୍ଣ୍ଣ ଆକାଶରେ ଉଡ଼ିବା ସମୟରେ ବଜାଇବାର ଅନୁମତି ନଥାଏ । କିନ୍ତୁ ଫ୍ଳାଇଟ ଲ୍ୟାଣ୍ଡ କରିବା ପରେ ହିଁ ପାଇଲଟ ହର୍ଣ୍ଣ ବଜାଇପାରନ୍ତି । ଏହାର ବ୍ୟବହାର କେବଳ ସ୍ଥଳ ଭାଗରେ ହିଁ କରାଯାଇ ପାରିବ । ଗ୍ରାଉଣ୍ଡ ଇଞ୍ଜିନିୟର ଏବଂ ଷ୍ଟାଫଙ୍କୁ କଣ୍ଟାକ୍ଟ କରିବା ପାଇଁ ହିଁ ହର୍ଣ୍ଣର ବ୍ୟବହାର କରାଯାଇଥାଏ । ଯଦି ପାଇଲଟ୍ ଲ୍ୟାଣ୍ଡିଂ କରିବା ସମୟରେ କୌଣସି ବିପଦ ଅନୁଭବ କରନ୍ତି ଏବଂ ଗ୍ରାଉଣ୍ଡ ଷ୍ଟାଫଙ୍କୁ ବିପଦ ବିଷୟରେ ସଚେତନ କରିବା ପାଇଁ ହର୍ଣ୍ଣର ବ୍ୟବହାର କରାଯାଇଥାଏ । ଯାହାଫଳରେ ଗ୍ରାଉଣ୍ଡ ଷ୍ଟାଫମାନେ ସତର୍କ ହୋଇଯାଆନ୍ତି ।

ଫ୍ଲାଇଟ ଯାତ୍ରା କରୁଥିବା ସମୟରେ ହର୍ଣ୍ଣ ବ୍ୟବହାର ହୋଇନଥାଏ । ହର୍ଣ୍ଣର ବ୍ୟବହାର କେବଳ ସ୍ଥଳଭାଗରେ ହିଁ କରାଯାଇଥାଏ ତାହା ତ ଆପଣମାନେ ଜାଣିଲେ । ତେବେ ଏହି ହର୍ଣ୍ଣକୁ ଆକାଶରେ ନ ବଜାଇବାର କାରଣ ହେଉଛି ଆକାଶରେ ହର୍ଣ୍ଣ ବଜାଇବାର ଅନୁମତି ଦିଆଯାଇ ନଥାଏ । ତେବେ ସୂଚନା ଥାଉ କି ଫ୍ଲାଇଟରେ ଦିଆଯାଇଥିବା ହର୍ଣ୍ଣ ଦ୍ୱାରା ଦୁର୍ଘଟଣାକୁ ରୋକାଯାଇ ପାରିବ ନାହିଁ । ଏହା କେବଳ ଲ୍ୟାଣ୍ଡିଂ ସମୟରେ ଗ୍ରାଉଣ୍ଡରେ ଥିବା ଅନ୍ୟ ଷ୍ଟାଫମାନଙ୍କ ସହ ଯୋଗାଯୋଗ କରିବା ପାଇଁ ଦିଆଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.