କତାରରେ ମୃତ୍ୟୁ ଦଣ୍ଡାଦେଶ ମିଳିଥିବା ୮ ଭାରତୀୟଙ୍କ ମୁକ୍ତି କେବେ? ପରିବାରକୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର

କତାରରେ ଭାରତୀୟ ନୌସେନାର ଯେଉଁ ୮ ଜଣ ପୂର୍ବତନ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଛି, ଆଜି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ବୈଦେଶିକ ମନ୍ତ୍ରୀ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି।

କତାରରେ ଭାରତୀୟ ନୌସେନାର ଯେଉଁ ୮ ଜଣ ପୂର୍ବତନ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଛି, ଆଜି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ବୈଦେଶିକ ମନ୍ତ୍ରୀ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ‘ଆଜି ସକାଳେ ମୁଁ କତାରରେ ବନ୍ଦୀ ଥିବା ୮ ଭାରତୀୟଙ୍କ ପରିବାରକୁ ଭେଟିଛି। ସରକାର ସମସ୍ତ ଭାରତୀୟଙ୍କ ମୁକ୍ତି ପାଇଁ ଉଦ୍ୟମ ଜାରି ରଖିବେ’।

ଏସ୍‌. ଜୟଶଙ୍କର କହିଛନ୍ତି, ‘୮ ଜଣ ଭାରତୀୟଙ୍କ ପରିବାରକୁ ଭେଟି ମୁଁ ଏହି କଥାକୁ ଜୋର୍‌ ଦେଇଥିଲି ଯେ ସରକାର ଏହି ମାମଲାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ଏବଂ ପୀଡ଼ିତ ପରିବାରର ଚିନ୍ତା ଓ ଯନ୍ତ୍ରଣାକୁ ସମ୍ପୂର୍ଣ୍ଣ ଭାବେ ବୁଝିଛନ୍ତି। ସରକାର ସମସ୍ତ ଭାରତୀୟଙ୍କ ମୁକ୍ତି ନିଶ୍ଚିତ କରିବା ପାଇଁ ଉଦ୍ୟମ ଜାରି ରଖିବେ। ଆମେ ଏ ସମ୍ବନ୍ଧରେ ପରିବାର ସହିତ ଘନିଷ୍ଠ ଭାବରେ ସମନ୍ୱୟ ରକ୍ଷା କରିବୁ’।

କହି ରଖୁଛୁ, କତାର କୋର୍ଟଙ୍କଠାରୁ ଭାରତୀୟଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିବା ଉପରେ ଭାରତ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲା ଏବଂ କହିଥିଲା କି, ଆମେ କତାର କୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରିବୁ। ଗତ ବର୍ଷ ଅଗଷ୍ଟରେ କତାରର ଅଧିକାରୀମାନେ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଏହି ଭାରତୀୟମାନଙ୍କୁ ଗିରଫ କରିଥିଲେ। ପରେ ସେମାନଙ୍କୁ ଜେଲ ପଠାଇ ଦେଇଥିଲେ। ସେହି ଦିନଠାରୁ ଭାରତ ସରକାର ସେମାନଙ୍କୁ କୂଟନୈତିକ ସୁବିଧା ପ୍ରଦାନ କରି ଆସୁଛନ୍ତି।

Leave A Reply

Your email address will not be published.