ସ୍କୁଲ ବସ୍‌ ଓ ଭ୍ୟାନ୍‌ ମୁହାଁମୁହିଁ ଧକ୍କା, ୪ ପିଲା ମୃତ, ୧୫ ଆହତ

ବଦାୟୁ ଜିଲ୍ଲାରେ ସ୍କୁଲ ବସ୍‌ ଏବଂ ସ୍କୁଲ ଭ୍ୟାନ୍‌ ପରସ୍ପର ସହିତ ଧକ୍କା ହେବା ଫଳରେ ୪ ଜଣ ପିଲାଙ୍କ ସହିତ ଭ୍ୟାନ୍‌ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୧୫ଜଣ ପିଲା ଆହତ ହୋଇଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି ।

ଉତ୍ତରପ୍ରଦେଶ ବଦାୟୁ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଲ ବସ୍‌ ଏବଂ ସ୍କୁଲ ଭ୍ୟାନ୍‌ ପରସ୍ପର ସହିତ ଧକ୍କା ହେବା ଫଳରେ ୪ ଜଣ ପିଲାଙ୍କ ସହିତ ଭ୍ୟାନ୍‌ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୧୫ଜଣ ପିଲା ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣଙ୍କର ଅବସ୍ଥା ଗୁରୁତର ରହିଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି ।

ଖବର ମୁତାବକ, ବଦାୟୁ ଜିଲ୍ଲାର ଉସାବା ଅଞ୍ଚଳରେ ନବୀଗଂଜ ପାଖରେ ଭୀଷଣ ସଡ଼କ ଦୁର୍ଘଟଣା ହୋଇଥିଲା । ଏଥିରେ ସ୍କୁଲ ବସ୍‌ ଏବଂ ଭ୍ୟାନ୍‌ ପରସ୍ପର ସହିତ ଧକ୍କା ହୋଇଥିଲା । ଫଳରେ ଭ୍ୟାନ୍‌ ଡ୍ରାଇଭର ସହିତ ୪ ଜଣ ପିଲାଙ୍କର ମୃତ୍ୟୁ ହୋଇଛି ।ଏହି ଦୁର୍ଘଟଣାରେ ୧୫ଜଣ ପିଲା ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣଙ୍କର ଅବସ୍ଥା ଗୁରୁତର ରହିଛନ୍ତି । ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ସୂଚନା ରହିଛି । ଘଟଣା ପରେ ଜିଲ୍ଲାପାଳ ମନୋଜ କୁମାର ସହିତ ଏସଏସପି ଓପି ସିଂ ଜିଲ୍ଲା ସପିଟାଲରେ ପହଞ୍ଚି ଆହତ ପିଲାଙ୍କୁ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆହତ ପିଲା କହିଛନ୍ତି କି, ବସ୍‌ ଡ୍ରାଇଭର ବସ୍‌ ଚଲାଉନଥିଲେ । ଆଉ କେହି ଜଣେ ବସ୍‌ ଚଲାଉଥିଲେ । ନୂଆ ଗାଡି ଚାଳକ ଯୋଗୁଁ ଏଭଳି ଦୁର୍ଘଟଣା ହୋଇଛି । ପୋଲିସ ଏହି ମାମଲାର ଯାଞ୍ଚ କରୁଛି ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି । ଏହାଛଡା ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଆହତଙ୍କୁ ଶୀଘ୍ର ସୁସ୍ଥ ହେବା କାମନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.