Categories: News

ସୋସିଆଲ ମିଡିଆରେ ଷ୍ଟାର୍‌ ପାଲଟିଗଲେ ହୋମଗାର୍ଡ ଏସ୍‌. ଚନ୍ଦ୍ରଶେଖର ରାଓ, କର୍ମ କ୍ଷେତ୍ରରେ ନିଷ୍ଠା ଓ ଏକାଗ୍ରତା ପାଇଁ ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା

କେନ୍ୟୁଜ୍(ବ୍ୟୁରୋ):  କର୍ମ ହିଁ ଭଗବାନ। ଏକଥାକୁ ସତ ପ୍ରମାଣିତ କରିଛିନ୍ତି, ବ୍ରହ୍ମପୁର ପୋଲିସ ଜିଲ୍ଲାରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଏସ୍‌. ଚନ୍ଦ୍ରଶେଖର ରାଓ। ନିଜ କାମକୁ ନେଇ ରାତାରାତି ସୋସିଆଲ ମିଡିଆରେ ସେ ଷ୍ଟାର୍‌ ପାଲଟିଯାଇଛନ୍ତି। କାରଣ ନିଜ ଡ୍ୟୁଟିରେ ସେ ଦେଖାଇଛନ୍ତି ନିଷ୍ଠା ଓ ଏକାଗ୍ରତା। ବ୍ରହ୍ମପୁର ସହର କାମାପଲ୍ଲି ଛକରେ ଲଗାଣ ବର୍ଷା ସତ୍ତ୍ୱେ ନିଜ ଡ୍ୟୁଟିକୁ ସେ ସୁଚାରୁ ରୂପେ ତୁଲାଇଥିଲେ । ଆଉ ଏହି କାମ ପାଇଁ ଆଜି ତାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ। ଖୋଦ୍‌ ମୁଖ୍ୟମନ୍ତ୍ରୀ ତାଙ୍କ କାମକୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି । ଯାହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ଚନ୍ଦ୍ରଶେଖର।

 ଚନ୍ଦ୍ରଶେଖର କାମାପଲ୍ଲି ଛକରେ ବର୍ଷାରେ ଓଦା ହୋଇ ଡ୍ୟୁଟି କରୁଥିବାବେଳର ଦୃଶ୍ୟ କେହି ଜଣେ ବ୍ୟକ୍ତି ମୋବାଇଲରେ ତାଙ୍କର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଆଉ ଏହି ଭିଡିଓ ଭାଇରାଲ ହେବାପରେ ତାଙ୍କ ପାଇଁ ଛୁଟିଥିଲା ପ୍ରଶଂସାର ସୁଅ। ବ୍ରହ୍ମପୁର ଏସ୍‌ପି ମଧ୍ୟ ଚନ୍ଦ୍ରଶେଖରଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ।

କର୍ତ୍ତବ୍ୟନିଷ୍ଠା ପାଇଁ ଚନ୍ଦ୍ରଶେଖର ସମ୍ବର୍ଦ୍ଧିତ ହେବା ଓ ଖୋଦ୍‌ ମୁଖ୍ୟମନ୍ତ୍ରୀ ତାଙ୍କୁ ସାଧୁବାଦ୍‌ ଜଣାଇବା ପରେ ଏଭଳି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ଓ ପ୍ରେରଣା ପାଲଟିଛି।

KNews Bureau

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

18 mins ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

1 hour ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

2 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

3 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

4 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

4 hours ago