Below header

ସୋସିଆଲ ମିଡିଆରେ ଷ୍ଟାର୍‌ ପାଲଟିଗଲେ ହୋମଗାର୍ଡ ଏସ୍‌. ଚନ୍ଦ୍ରଶେଖର ରାଓ, କର୍ମ କ୍ଷେତ୍ରରେ ନିଷ୍ଠା ଓ ଏକାଗ୍ରତା ପାଇଁ ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା

କେନ୍ୟୁଜ୍(ବ୍ୟୁରୋ):  କର୍ମ ହିଁ ଭଗବାନ। ଏକଥାକୁ ସତ ପ୍ରମାଣିତ କରିଛିନ୍ତି, ବ୍ରହ୍ମପୁର ପୋଲିସ ଜିଲ୍ଲାରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଏସ୍‌. ଚନ୍ଦ୍ରଶେଖର ରାଓ। ନିଜ କାମକୁ ନେଇ ରାତାରାତି ସୋସିଆଲ ମିଡିଆରେ ସେ ଷ୍ଟାର୍‌ ପାଲଟିଯାଇଛନ୍ତି। କାରଣ ନିଜ ଡ୍ୟୁଟିରେ ସେ ଦେଖାଇଛନ୍ତି ନିଷ୍ଠା ଓ ଏକାଗ୍ରତା। ବ୍ରହ୍ମପୁର ସହର କାମାପଲ୍ଲି ଛକରେ ଲଗାଣ ବର୍ଷା ସତ୍ତ୍ୱେ ନିଜ ଡ୍ୟୁଟିକୁ ସେ ସୁଚାରୁ ରୂପେ ତୁଲାଇଥିଲେ । ଆଉ ଏହି କାମ ପାଇଁ ଆଜି ତାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ। ଖୋଦ୍‌ ମୁଖ୍ୟମନ୍ତ୍ରୀ ତାଙ୍କ କାମକୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି । ଯାହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ଚନ୍ଦ୍ରଶେଖର।

home guard  ଚନ୍ଦ୍ରଶେଖର କାମାପଲ୍ଲି ଛକରେ ବର୍ଷାରେ ଓଦା ହୋଇ ଡ୍ୟୁଟି କରୁଥିବାବେଳର ଦୃଶ୍ୟ କେହି ଜଣେ ବ୍ୟକ୍ତି ମୋବାଇଲରେ ତାଙ୍କର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଆଉ ଏହି ଭିଡିଓ ଭାଇରାଲ ହେବାପରେ ତାଙ୍କ ପାଇଁ ଛୁଟିଥିଲା ପ୍ରଶଂସାର ସୁଅ। ବ୍ରହ୍ମପୁର ଏସ୍‌ପି ମଧ୍ୟ ଚନ୍ଦ୍ରଶେଖରଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ।

କର୍ତ୍ତବ୍ୟନିଷ୍ଠା ପାଇଁ ଚନ୍ଦ୍ରଶେଖର ସମ୍ବର୍ଦ୍ଧିତ ହେବା ଓ ଖୋଦ୍‌ ମୁଖ୍ୟମନ୍ତ୍ରୀ ତାଙ୍କୁ ସାଧୁବାଦ୍‌ ଜଣାଇବା ପରେ ଏଭଳି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ଓ ପ୍ରେରଣା ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.