ସଞ୍ଜୀବ ପାଣିଗ୍ରାହୀ ହେବେ ହାଇକୋର୍ଟ ବିଚାରପତି, ଆଇନ ମନ୍ତ୍ରାଳୟରୁ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

କେନ୍ୟୁଜ୍(ବ୍ୟୁରୋ):ସଞ୍ଜୀବ ପାଣିଗ୍ରାହୀ ହେବେ ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି । ତାଙ୍କ ନାଁରେ ମୋହର ମାରିଛନ୍ତି ରାଷ୍ଟ୍ରପତି । ଏହାପରେ ତାଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସଞ୍ଜୀବ ପାଣିଗ୍ରାହୀ ବର୍ତ୍ତମାନ ସୁପ୍ରିମକୋର୍ଟର ଆଇନଜୀବୀ ଅଛନ୍ତି । ଓଡ଼ିଶା ହାଇକୋର୍ଟରେ ଅନୁମୋଦିତ ବିଚରାପତିଙ୍କ ସଂଖ୍ୟା ୨୭ । ନୂଆ ବିଚାରପତି ଭାବେ ସଞ୍ଜୀବ ପାଣିଗ୍ରାହୀଙ୍କ ନିଯୁକ୍ତି ପରେ ବିଚାରପତିଙ୍କ ସଂଖ୍ୟା ୧୪ରେ ପହଞ୍ଚିବ । ତଥାପି ହାଇକୋର୍ଟରେ ୪୪ ପ୍ରତିଶତ ବିଚାରପତି ପଦ ଖାଲି ରହିଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.