Below header

ସୋସିଆଲ ମିଡିଆରେ ଝଡ ସୃଷ୍ଟି କଲା ‘Amul India’ ର ଏହି କାର୍ଟୁନ

ଚୀନରେ ଘାତକ କରୋନା ଭାଇରସ ଭୟାବହ ରୂପ ନେଲଣି ।  ଏମିତିକି ଏହାରି ପ୍ରଭାବରେ ଦେଶର ଅର୍ଥ ବ୍ୟବସ୍ଥା ବି ଅଚଳାବସ୍ଥା ଦେଇ ଗତି କରୁଛି ।  ଅନ୍ୟ ପକ୍ଷରେ ପଡୋଶୀ ଦେଶ ମାନେ ବି ଚୀନ ପ୍ରତି ଧୀରେ ଧୀରେ ବିମୁଖ ହେଲେଣି ।  ଏହା ଭିତରେ ଭାରତର ଅନ୍ୟତମ ଦୁଗ୍ଧ ଉତ୍ପାଦନ କମ୍ପାନୀ ‘ଅମୁଲ ଇଣ୍ଡିଆ’ ଏକ କାର୍ଟୁନ କରି ସୋସିଆଲ ମିଡିଆରେ ଛାଡ଼ିଛି ।  ଯେଉଁଥିରେ କରୋନା ଭାଇରସ ଦ୍ୱାରା ଭୟଭୀତ ହୋଇ ଭାରତୀୟ ମାନଙ୍କ ୟୂହାନ ସହରରୁ ଫେରୁଥିବା ଦୃଶ୍ୟ ଦେଖାଦେଇଛି ।  ଏହାକୁ ନେଇ ବିଭିନ୍ନ ସୋସିଆଲ ମିଡ଼ିଆରେ ବି ଏକ ପ୍ରକାର ଯୁଦ୍ଦ ଆରମ୍ଭ ହୋଇଯାଇଛି । ଏମିତିକି ବିଭିନ୍ନ ସୋସିଆଲ ମିଡ଼ିଆ ଗୁଡିକ ଦୁଇ ଭାଗରେ ବିଭାଜିତ ମଧ୍ୟ ହୋଇଛନ୍ତି ।  ପ୍ରକୃତରେ ଅମୁଲ ନିଜ ଅଫିସିଆଲ ଟ୍ୱିଟର ହାଣ୍ଡଲରେ ଏକ କାର୍ଟୁନ ସେୟାର କରି ଲେଖିଥିଲା କି, ” Wuhan Se Yahaan Le Aaye”  ।  ଏହି କାର୍ଟୁନ ଟିରେ ଅମୁଲ ଗାର୍ଲ ମୁହଁରେ ମାସ୍କ ଲଗାଇ ଅନ୍ୟ କେତେକଙ୍କ ସହ ବିମାନରୁ ଓଲ୍ହାଉଥିବା ନଜର ଆସିଛନ୍ତି ।

amul

ଯେବେକି କିଛି ଜଣ ଏହାକୁ ସପୋର୍ଟ କରୁଥିବା ବେଳେ କିଛି ଏହାକୁ ବିରୋଧ କରିଛନ୍ତି ।  କିଛି ଜଣଙ୍କ କହିବା କଥା କମ୍ପାନୀ ଏହା ମାଧ୍ୟମରେ ଲୋକଙ୍କ ପାଖକୁ ଭୁଲ ସନ୍ଦେଶ ପଠାଉଛି ।  କହିରଖିବା ଉଚିତ କି ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ସଂକ୍ରମଣ ଅନ୍ୟାନ ଦେଶ ଗୁଡିକୁ ମଧ୍ୟ ବ୍ୟାପି ଯାଇଛି ।  ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ ଅନୁଯାୟୀ ଏଯାବତ ବିଶ୍ୱର ୧୮ ଦେଶରେ କରୋନା ନିଜ କାୟା ବିସ୍ତାର କରିସାରିଲେଣି ।  ଏହି କାରଣରୁ ଅନେକ ଦେଶ ନିଜ ନିଜ ଲୋକଙ୍କୁ ଚୀନରୁ ଏୟାରଲିଫ୍ଟ ଜରିଆରେ ସ୍ଥାନାନ୍ତର କରିବାରେ ଲାଗିଛନ୍ତି ।  ଭାରତ ବି ଏଭିତରେ ୬୪୭ ଜଣ ପ୍ରବାସୀ ଭାରତୀୟଙ୍କୁ ଚୀନରୁ ନେଇଆସିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.