Below header

BSNL ଲଞ୍ଚ କଲା ନୂଆ ବ୍ରଡ଼ବ୍ୟାଣ୍ଡ ପ୍ଲାନ, ପ୍ରତି ମାସ ଗ୍ରାହକଙ୍କୁ ମିଳିବ ୨,୦୦୦ ଜିବି ଡାଟା ସୁବିଧା

ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଂଚାର ନିଗମ ଲିମିଟେଡ଼ ବା ବିଏସଏନଏଲ ନିଜ ଉପଭୋକ୍ତାଙ୍କ ପାଇଁ ନିଜର ଏକ ୨,୯୯୯ ଟଙ୍କିଆ ପ୍ଲାନ ଆରମ୍ଭ କରିଛି ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଂଚାର ନିଗମ ଲିମିଟେଡ଼ ବା ବିଏସଏନଏଲ ନିଜ ଉପଭୋକ୍ତାଙ୍କ ପାଇଁ ନିଜର ଏକ ୨,୯୯୯ ଟଙ୍କିଆ ପ୍ଲାନ ଆରମ୍ଭ କରିଛି । ଏହି ପ୍ଲାନରେ ଗ୍ରାହକଙ୍କୁ ୧୦୦ ଏମବିପିଏସ ସ୍ପିଡ଼ ସହ ୨ ଟିବି ଡାଟା ସୁବିଧା ମିଳିପାରିବ । ଏସବୁ ବାଦ କମ୍ପାନୀ ୟୁଜର ମାନଙ୍କୁ ମାଗଣା ଅମଜାନ ପ୍ରାଇମ ସବସ୍କ୍ରିପସନ ସୁବିଧା ମଧ୍ୟ ଦେବ । ଆପଣଙ୍କୁ କହି ରଖିବା ଉଚିତ କି କମ୍ପାନୀ ଏହା ପୂର୍ବରୁ ଭାରତୀୟ ବଜାରରେ ଅନେକ ବ୍ରଡ଼ବ୍ୟାଣ୍ଡ ପ୍ଲାନ ଗୁଡିକୁ ଲଞ୍ଚ କରିଛି । ତେବେ ଆସନ୍ତୁ ଜାଣିବା ସେହି ପ୍ଲାନ ଗୁଡିକ ବିଷୟରେ:

ବିଏସଏନଏଲ ୟୁଜରଙ୍କୁ ଏହି ପ୍ଲାନରେ ପ୍ରତି ମାସ ୧୦୦ ଏମବିପିଏସ ସ୍ପିଡ଼ ସହ ୨ ଟିବି ବା ୨୦୦୦ ଯିବି ଡାଟା ସୁବିଧା ମିଳିପାରିବ । ଏହାବାଦ ୟୁଜର କୌଣସି ନେଟୱର୍କକୁ ଅନଲିମିଟେଡ଼ କଳିଙ୍ଗ ବି କରି ପାରିବେ । ଅବଶ୍ୟ କମ୍ପନୀ ଏହି ପ୍ଲାନକୁ ପ୍ରଥମ ପର୍ଯ୍ୟାୟରେ ମାତ୍ର କେତେକ ସ୍ଥାନରେ ହିଁ ଉପଲବ୍ଧ କରାଯିବ । ଖୁବ ଶୀଘ୍ର ଏହି ସୁବିଧା ଦେଶର ଅନ୍ୟ ସ୍ଥାନରେ ବି ଆରମ୍ଭ କରାଯିବ ବୋଲି ଜଣାଯାଇଛି ।

bsnl new

ବିଏସଏନଏଲର ୫୫୫ ଟଙ୍କିଆ ପ୍ଲାନ:

ଏହି ପ୍ଲାନ ଜରିଆରେ ୟୁଜରଙ୍କୁ ୨୦ ଏମବିପିଏସ ସ୍ପିଡ଼ ସହ ୧୦୦ ଯିବି ଡାଟା ମିଳିପାରିବ । ବିଏସଏନଏଲ ନେଟୱର୍କ କୁ ଉପଭୋକ୍ତା ଅନଲିମିଟେଡ଼ କଲ ବି କରି ପାରିବେ ।

କମ୍ପାନୀର ୭୪୯ ଟଙ୍କିଆ ପ୍ଲାନ:

କମ୍ପାନୀର ଏହି ବିଶେଷ ପ୍ଲାନ ଦେଶର ସମସ୍ତ ସର୍କଲ ଗୁଡିକରେ ଉପଲବ୍ଧ ଅଛି । ୟୁଜରଙ୍କୁ ଏହି ପ୍ଲାନ ମାଧ୍ୟମରେ ୫୦ ଏମବିପିଏସ ସ୍ପିଡ଼ରେ ୩୦୦ ଜିବି ଡାଟା ସୁବିଧା ମିଳିପାରିବ ।

ବିଏସଏନଏଲର ୭୭୭ ଟଙ୍କିଆ ପ୍ଲାନ:

ଏହି ପ୍ଲାନରେ ଉପଭୋକ୍ତାଙ୍କୁ ୫୦ ଏମବିପିଏସ ସ୍ପିଡ଼ ସହ ୫୦୦ ଜିବି ଡାଟା ମିଳିପାରିବ । ସମୟ ପୂର୍ବରୁ ଡାଟା ସରିଗଲେ ଡାଟା ସ୍ପିଡ଼ କମ କରାଯାଇ ୨ ଏମବିପିଏସ କରିଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.