ଖୁବ ଶୀଘ୍ର ଭାରତରେ ଲଞ୍ଚ ହେବ Whatsapp Pay , NPCI ତରଫରୁ ମିଳିଲା ଅନୁମତି

ଖବର ଅନୁଯାୟୀ ଖୁବ ଶୀଘ୍ର ପେ ଭାରତୀୟ ବଜାରରେ ଲଞ୍ଚ ହେବାକୁ ଯାଉଛି । ଏବାବଦରେ କମ୍ପାନୀକୁ ନ୍ୟାସନାଲ କର୍ପୋରେସନ ଅଫ ଇଣ୍ଡିଆ ବା ଏନପିସିଆଇ ତରଫରୁ ଲାଇସେନ୍ସ ମଧ୍ୟ ମିଳିଯାଇଛି । ଏନପିସିଆଇ ତରଫରୁ ଲାଇସେନ୍ସ ମିଳିବା ପରେ Whatsapp ଜରିଆରେ ୟୂନିଫାଇଡ଼ ପେମେଂଟ ଇଣ୍ଟଫେସ ବା ୟୁପିଆଇ ସାହାଯ୍ୟରେ ପେମେଂଟ କରାଯାଇ ପାରିବ । ହ୍ୱାଟ୍ସ ଅପ ପେମେଂଟ କରିବା ପାଇଁ କମ୍ପାନୀ ତରଫରୁ ୨୦୧୮ ମସିହାରୁ ହିଁ ବିଟା ଟେଷ୍ଟିଙ୍ଗ କରାଯାଉଅଛି । ଭାରତରେ ହ୍ୱାଟ୍ସ ଅପ ପେ ଆରମ୍ଭ କରିବା ପାଇଁ କମ୍ପାନୀ, ଆଇସିଆଇସିଆଇ ବ୍ୟାଙ୍କ ସହ ସହଭାଗିତା ମଧ୍ୟ କରିଛି । ଏନପିସିଆଇ ଠାରୁ ଲାଇସେନ୍ସ ମିଳିବା ବାବଦରେ କମ୍ପାନୀ ଅଫିସିଆଲ ସାଇଟରେ କୌଣସି ସୂଚନା ଦିଆଯାଇନାହିଁ ।

whatsapp

ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟୟରେ ୧ କୋଟି ଲୋକଙ୍କୁ ହିଁ ଏହି ସୁବିଧା ଦିଆଯିବ । କହି ରଖିବା ଉଚିତ ହେବ କି ଏଯାବତ ଭାରତରେ ପାଖାପାଖି ୪୦ କୋଟି Whatsappର ଉପଭୋକ୍ତା ଅଛନ୍ତି । ଏବାବଦରେ ଗତ ସପ୍ତାହ ଫେସବୁକ ସିଇଓ ମାର୍କ ଜୁକରବର୍ଗ ସୂଚନା ଦେଇଥିଲେ । ଭାରତ ବ୍ୟତୀତ ବ୍ରାଜିଲ, ଇଣ୍ଡୋନେସିଆ, ମେକ୍ସିକୋ ପରି ଦେଶ ମାନଙ୍କରେ ବି ଅତିଶୀଘ୍ର ଏହି ସୁବିଧା ଉପଲବ୍ଧ ହେବ । ସିକ୍ୟୁରିଟି ଦୃଷ୍ଟିରୁ ହିଁ ଭାରତରେ ଏହା ଲଞ୍ଚ ନେଇ ଅନୁମତି ମିଳିନଥିଲା । ପୂର୍ବ ବର୍ଷ ଅଗଷ୍ଟ ମାସରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ ଭାରତରେ ଡିଜିଟାଲ ପ୍ରତିବର୍ଷ ୧୨.୭ ପ୍ରତିଶତ ହାରରେ ବୃଦ୍ଧି କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.