Categories: ସ୍ପେଶାଲ

ଆବର୍ଜନାରୁ ସୌନ୍ଦର୍ଯ୍ୟକରଣ, କେନ୍ଦୁଝର ହରିଚନ୍ଦନପୁରର ସୋନାଲି ଗୁପ୍ତାଙ୍କ ନିଆରା ପ୍ରୟାସ

ସ୍ୱଚ୍ଛତା ଓ ସୁନ୍ଦରତା ଏକ ଭାବନା । ସାଜସଜ୍ଜା ଉପରେ ଶିକ୍ଷା ତାଲିମପ୍ରାପ୍ତ ବିଶେଷଜ୍ଞ ଯାହା କରିପାରନ୍ତି ନାହିଁ,ତାହାକୁ ସୌନ୍ଦର୍ଯ୍ୟରେ ରୁଚି ରଖୁଥିବା ଜଣେ ଲୋକ ମଧ୍ୟ କରିପାରେ । ବିଶେଷ ଖର୍ଚ୍ଚ ନକରି ଓ ଚାରିପାଖରେ ମିଳୁଥିବା ଅଦରକାରୀ ଭଙ୍ଗା ତୁଟା ଜିନିଷକୁ ନେଇ ଘର ବାହାରେ ଓ ଭିତରେ କେମିତି ସୁନ୍ଦର ଭାବେ ସଜାଇ ହୁଏ ତାହା କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରର ସୋନାଲି ଗୁପ୍ତାଙ୍କ ଘରେ ଦେଖିବାକୁ ମିଳିଛି ।

ଏହେଉଛନ୍ତି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରର ପାର୍ବତିଶଙ୍କର ଗୁପ୍ତାଙ୍କ ପତ୍ନୀ ସୋନାଲି ଗୁପ୍ତା । ସେ ଘର ଭିତର ଓ ବାହାରକୁ ଯେପରି ସଜାଇଛନ୍ତି ସେଥିରୁ ତାଙ୍କର ସୌନ୍ଦର୍ଯ୍ୟକରଣ ପ୍ରତି ଥିବା ରୁଚିକୁ ସ୍ପଷ୍ଟ କରୁଛି । ବ୍ୟବହାର ପରେ ଫିଙ୍ଗି ଦିଆଯାଉଥିବା ବୋତଲ, ତେଲ ବୋତଲ, ନଡିଆ ସରେଇ, ପାନୀୟ ବୋତଲ, କପ ପ୍ଲେଟ, ପ୍ଲାଷ୍ଟିକ ଜାର, କାଚ ପାତ୍ର , ଗଛର ଡାଳ ଓ

ମୂଳକୁ ସେ ତାଙ୍କର କଳାର ମାଧ୍ୟମରେ ବ୍ୟବହାର କରୁଛନ୍ତି । ଅନେକ ଜିନିଷ ରଖିବା ପାଇଁ ନିର୍ଦ୍ଧିଷ୍ଟ ସ୍ଥାନ ବାଛିଛନ୍ତି । ଆହୁରୀ ସୁନ୍ଦର ଆକର୍ଷଣ କରିବାକୁ ବାଡିରେ ବିଭିନ୍ନ ଫୁଲଗଛ ମନିପ୍ଲାଣ୍ଟ, କାକଟସ, କ୍ରୋଟନ, ଲକିବୋମ୍ବୋ, ସ୍ନେକ ପ୍ଲାଣ୍ଟ ଆଦି ଲଗାଇଛନ୍ତି । ଭଙ୍ଗା ବୋତଲ,ନଡିଆ କତା ଆଦିରେ ରଙ୍ଗଦେଇ ସଜେଇ ରଖିବା କୌଶଳ ତାଙ୍କୁ ବେସ ଭଲ ଭାବେ ଜଣା ।

ସେ ସାଜସଜ୍ଜା ଉପରେ କୌଣସି ତାଲିମ ନେଇ ନାହାନ୍ତି । ସ୍ୱଚ୍ଛତା ପ୍ରତି ସବୁବେଳେ ସଚେତନ ଥିବା ଓ ସୁନ୍ଦରକୁ ସବୁବେଳେ ଭଲ ପାଉଥିବା ସୋନାଲି ନିଜ ଇଚ୍ଚାଶକ୍ତି ବଳରେ ଏ କଳାକୁ ଆୟତ କରିଛନ୍ତି । ସ୍ୱାମୀ ଦିଲ୍ଲୀରେ ଚାକିରି କରୁଥିବା ବେଳେ ସୋନାଲି ଏକ ଘରୋଇ ସ୍କୁଲରେ ଚାକିରି କରୁଥିଲେ । ସେତେବେଳେ ସେ ବିଭିନ୍ନ ଗାର୍ଡେନ ଓ ଚିଗଡର ରକ୍ ଗାର୍ଡେନ

ବୁଲିବାକୁ ସୁଯୋଗ ପାଇଥିଲେ । ରକ ଗାର୍ଡେନରେ ଅଦରକାରୀ ଓ ଭଙ୍ଗା ସାମଗ୍ରୀରେ ତିଆରି ହୋଇଥିବା ମୂର୍ତ୍ତି, ପ୍ରାଣି ଓ ଘରର ପ୍ରତିକୃତି ଦେଖିଥିଲେ । ସେଠାରୁ ଆସିବା ପରେ କିଛି ସୁନ୍ଦର କାମ କରିବାକୁ ସ୍ଥିର କରିଥିଲେ ସୋନାଲି। ପ୍ରତି ଜିନିଷକୁ ଅଦରକାରୀ ଭାବି ଫିଙ୍ଗିଦେବା ଅପେକ୍ଷା ତାହାକୁ ନିଜ ଢଙ୍ଗରେ ଭିନ୍ନ ରୂପ ଦେଇ ସୁନ୍ଦର ଭାବେ ସଜାଇବାକୁ ଉଚିତ ମନେକଲେ । ଏବେ ଅବସର ସମୟରେ ଘରେ ସେ ସେହି କାମ ହିଁ କରୁଛନ୍ତି ।

କେନ୍ଦୁଝର ଘଟଗାଁରୁ ଭବାନୀ ପ୍ରସାଦ ମହାନ୍ତଙ୍କ ରିପୋର୍ଟ, କେ ନ୍ୟୁଜ୍‌ ଓଡ଼ିଶା

KNews Bureau

Recent Posts

ପାଟନା: ୧୭ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ଗଙ୍ଗା ନଦୀରେ ଓଲଟିଲା, ୬ ନିଖୋଜ; ଚାଲିଛି ରେସ୍‌କ୍ୟୁ ଅପରେସନ

ବିହାରରେ ବଡ଼ ଧରଣର ନୌକା ଦୁର୍ଘଟଣା । ପାଟନାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଉମାନାଥ ଘାଟରେ ଏକ ଯାତ୍ରୀବାହୀ ଡଙ୍ଗା…

2 mins ago

ହାତୀ ଆକ୍ରମଣରେ ମହିଳା ଗୁରୁତର, ମେଡିକାଲରେ ଭର୍ତ୍ତି

କାମାକ୍ଷାନଗର : ହାତୀ ଆକ୍ରମଣରେ ମହିଳା ଗୁରୁତର । ଗୁରୁତର ମହିଳା ହେଲେ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଗ୍ରାମର…

14 mins ago

୩୦ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

ବୌଦ୍ଧ ହରଭଙ୍ଗା : ବୌଦ୍ଧ ଅବକାରୀ ବିଭାଗର ଜିଲ୍ଲା ମୋବାଇଲ୍ ୟୁନିଟ୍ ପକ୍ଷରୁ ମହାନଦୀ ୫୭ ନମ୍ବର ଜାତୀୟ ରାଜପଥର…

25 mins ago

ମଥୁରା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ , ବୃଦ୍ଧା ପୋଡ଼ି ଗୁରୁତର

ବୌଦ୍ଧ/ହରଭଂଗା : ବିଳମ୍ବିତ ରାତ୍ରରେ ବୌଦ୍ଧ ଥାନା ଅନ୍ତର୍ଗତ ମଥୁରା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁରେ ଗୋଟିଏ…

39 mins ago

ଆମେରିକାର ଓ୍ଵାଟର ପାର୍କରେ ଫୁଟିଲା ଗୁଳି, ୨ ଶିଶୁଙ୍କ ସମେତ ୮ ଜଣ ଆହତ

ଆମେରିକାରେ ପୁଣି ଫୁଟିଲା ଗୁଳି । ମିଶିଗନର ସବୁଠୁ ବଡ଼ ସହର ଡେଟ୍ରୋଇଟ୍ ନିକଟରେ ଥିବା ଏକ ୱାଟର ପାର୍କରେ…

45 mins ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦିନ ମଜୁରିଆଙ୍କ ଜୀବନ, ଗାଁ ଲୋକଙ୍କ କ୍ଷତି ପୂରଣ ଦାବି

ଆଳି(କେନ୍ୟୁଜ): ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତି ପୂରଣ ଦାବିରେ କଟକ-ଚାନ୍ଦବାଲି…

1 hour ago